ଶ୍ରୀବଳଭଦ୍ରଙ୍କ ରଥ: ତାଳଧ୍ୱଜ

0 1,995

ରଥର ଅନ୍ୟ ନାମ– ଲଙ୍ଗଳଧ୍ବଜ ବା ହଳଧ୍ବଜ

ରଥରେ ବ୍ୟବହୃତ କାଠର ସଂଖ୍ୟା– ୭୩୧

ରଥର ଉଚ୍ଚତା– ୪୫ ଫୁଟ୍(ପୂର୍ବ ଉଚ୍ଚତା ୨୨ ହାତ)

ରଥର ଚକ ସଂଖ୍ୟା– ୧୪

ରଥର ଆବରଣ– ରକ୍ତ ଓ ନୀଳବର୍ଣ୍ଣ

ରଥର ଅଧିଶ୍ବର ଦେବତା– ଶ୍ରୀବଳଭଦ୍ର, ଚଳନ୍ତି ପ୍ରତିମା ରାମ ଓ କୃଷ୍ଣ

ରଥର ଆୟୁଧ– ହଳ ଓ ମୂଷଳ

ସାରଥିର ନାମ– ମାଳତୀ

ରଥ ରକ୍ଷକ– ବାସୁଦେବ ଓ ଭାସ୍କର

ରଥ ଦଉଡିର ନାମ– ବାସୁକୀ

ରଥ ଦେବୀ– ଜୟଦୁର୍ଗା

ରଥ ଭୈରବ-​‌ କ୍ଷେତ୍ରପାଳ

ରଥ ଶିରରେ– ଅନନ୍ତ ନାଗ

ରଥର ଅଶ୍ବ– ୪(ଶଙ୍ଖ, ସୁଚିତ୍ରା, ଅଙ୍ଗଦ ମେଘନାଦ)(ମତାନ୍ତରେ ସ୍ଥିରା, ଧୃତି, ସ୍ଥିତି ଓ ପ୍ରଜ୍ଞା)ଏମାନଙ୍କର ବର୍ଣ୍ଣ କୃଷ୍ଣ ବା କଳା ଅଟେ।

ରଥ ଗନ୍ଧର୍ବ– ହୁ, ହୁ

ରଥ ନେତର ନମ– ଉନ୍ମନି

ରଥର ଦ୍ବାରପାଳ– ନନ୍ଦ ଓ ସୁନନ୍ଦ

ରଥର ଋଷି ପଟାରେ– ଅଙ୍ଗିରା, ପୌଲସ୍ତ୍ୟ, ପୁଲହ, ଅଗସ୍ତି, କୃଷ୍ଣ, ମୁଦ୍ଗଲ, ଅତ୍ରେୟ ଓ କାଶ୍ୟପ

ରଥ ଦଧିନଉତିର ନାମ– ଭୁବନ କୋଷ

ରଥ ମୁର୍ଦ୍ଧାରେ– କେତୁ ଭଦ୍ରା

ରଥର ଚର ଦେବତା– ବ୍ରହ୍ମା ଓ ଶିବ

ରଥ ଚାରଣ– ମହାସିଦ୍ଧ ଓ ଉଲେମୀ

ରଥ ଗର୍ଭାଧୀଶ୍ବର ଅଷ୍ଟ ଶକ୍ତି– ତୁଙ୍ଗୀ, ତୁଙ୍ଗ ଭଦ୍ରା, ପ୍ରଭା, ସୁପ୍ରଭା,ଧାତ୍ରୀ, ବିଧାତ୍ରୀ ନନ୍ଦା, ସୁନନ୍ଦା

ରଥର ଭଦ୍ରପୀଠ– ଅଷ୍ଟଦଳ ପଦ୍ମ

ରଥର ଶୂନ୍ୟ ଚକ୍ରର ନାମ– କାଳ ସଂହାର

ଦଧିନଉତି ଉପରିସ୍ଥ କଳସତ୍ରୟ– ଚନ୍ଦ୍ର, ସୂର୍ଯ୍ୟ ଓ ବିଦ୍ୟୁତ୍

ରଥ ରତ୍ନ– ମର୍କତ

ରଥର ଶୁକ ଯୁଗଳ(ଶୁଆ) ନାମ– ଶ୍ରଦ୍ଧା ଓ ବିଶ୍ବାସ

ରଥ ପୀଠ– ମେରୁ କୈଳାସ

ରଥରେ ବ୍ୟବହୃତ ଚନ୍ଦ୍ରାତପ– କନକ ମେଖଳା

ରଥାଧୀପ– ବୃହତ ନାସ

ସମ୍ପୂର୍ଣ୍ଣ ଶିଳ୍ପ ଶାସ୍ତ୍ରାନୁପଦ୍ଧତିରେ ଗଠିତ ଏହି ରଥ ଦର୍ଶନରେ ସର୍ବ ବିଘ୍ନନାଶ ହୁଏ ବୋଲି ବିଶ୍ବାସ ରହିଛି।

Leave A Reply