ଭୁବନେଶ୍ୱର ସୁରଟ୍‍-ବିମାନ ସେବା ଜାନୁଆରୀ ଏକ ତାରିଖରୁ ଆରମ୍ଭ ହେବ

0 1,273

ଭୁବନେଶ୍ୱର – ଗୁଜରାଟ୍‍ର ସୁରଟ୍‍ ସହରରେ ରହୁଥିବା ଓଡିଆଙ୍କ ପାଇଁ ଏଣିକି ଗମନାଗମନରେ ଆଉ ବିଶେଷ କିଛି ଅସୁବିଧା ହେବନାହିଁ । ବିମାନ ଯୋଗେ ସେମାନେ ଭୁବନେଶ୍ୱରରୁ ସୁରଟ୍‍ ଯାଇପାରିବେ ।
ନୂଆବର୍ଷ ଅର୍ଥାତ୍‍ ଜାନୁୟାରୀ ୧ତାରିଖରୁ ଭୁବନେଶ୍ୱରରୁ ସୁରଟ୍‍କୁ ସିଧାସଳଖ ବିମାନସେବା ଆରମ୍ଭ ହେବ ବୋଲି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ଟୁଇଟ୍‍ କରି ଜଣାଇଛନ୍ତି ।
ସେ କହିଛନ୍ତି, ଏୟାର ଇଣ୍ଡିଆ ବିମାନ ଭୁବନେଶ୍ୱରରୁ ସୁରଟ୍‍କୁ ସପ୍ତାହରେ ତିନିଦିନ ଉଡାଣ କରିବ । ବହୁଦିନ ଧରି ସୁରଟରେ ଥିବା ପ୍ରବାସୀ ଓଡିଆଙ୍କର ଏହା ପ୍ରମୁଖ ଦାବି ହୋଇଥିଲା । ଏହା ପୂରଣ ହୋଇପାରିଥିବାରୁ ଅପରାଜିତା ଷଡଙ୍ଗୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବିଭାଗୀୟ ମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।

Leave A Reply