ରାଗିଂ, ଅଭିଯୋଗ, ପ୍ରଥମ ବର୍ଷ ପରୀକ୍ଷା ଦେଇ ପାରିବେନି ୧୦ ଛାତ୍ର
ବୁର୍ଲା .- ବୁର୍ଲା ସ୍ଥିତ ବୀରସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟର ହଷ୍ଟେଲ୍ରେ ହୋଇଥିବା ରାଗିଂଅଭିଯୋଗ ଘଟଣାର ତଦନ୍ତ କରିବା ଲାଗି ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରେମାନନ୍ଦ ନାୟକ ନିର୍ଦ୍ଦେଶ ଦେଇଛନ୍ତି । ଏହି ଘଟଣାର ତଦନ୍ତ କରିବା ଲାଗି ବିଶ୍ୱବିଦ୍ୟାଳୟର କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ତଦନ୍ତ ରିପୋର୍ଟ ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ ନାୟକ କହିଛନ୍ତି । ସୂଚନା ଯୋଗ୍ୟ ହଷ୍ଟେଲକୁ ନୂଆକରି ଆସିଥିବା ଶିକ୍ଷାର୍ଥୀମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରିବା ଆଳରେ ଦ୍ୱିତୀୟ ବର୍ଷର ଛାତ୍ରମାନଙ୍କୁ ରାଗିଂ କରାଯାଇଥିବା ଅଭିଯୋଗ ହେବା ପରେ ସରକାର ଏହି ପଦକ୍ଷେପ ଗ୍ରହଣ କରିଛନ୍ତି ।