ଭାଦ୍ରବ କୃଷ୍ଣପକ୍ଷ ଅଷ୍ଟମୀ ତିଥି ଅବସରରେ ଶୁକ୍ରବାରରେ ରାଜ୍ୟବ୍ୟାପୀ ପ୍ରଭୁ ଶ୍ରୀକୃଷ୍ଣଙ୍କର ଜନ୍ମ ମହୋତ୍ସବ ପାଳନ କରାଯାଉଛି । ଏଥିଲାଗି ପୁରୀ ଶ୍ରୀମନ୍ଦିରରେ ପ୍ରସ୍ତୁତି ଆରମ୍ଭ ହୋଇଛି । ପାରମ୍ପରିକ ରୀତିମତେ ବଡ଼ ଦେଉଳରେ ପାଳିତ ହେବାକୁ ଥିବା ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବ ଏକ ଗୁପ୍ତନୀତି ହୋଇଥିବାରୁ ତାକୁ ଯେପରି କେହି ସାଧାରଣ ଭକ୍ତ ଦେଖି ନ ପାରିବେ ସେଥିଲାଗି ମନ୍ଦିର ପ୍ରଶାସନ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆଯାଇଛି । ଆଜି ସନ୍ଧ୍ୟା ସାଢ଼େ ୬ଟାରୁ ରାତି ସାଢ଼େ ୧୧ଟା ପର୍ଯ୍ୟନ୍ତ ଶ୍ରୀମନ୍ଦିରର ଗର୍ଭଗୃହରେ ଶ୍ରୀକୃଷ୍ଣଙ୍କ ଜନ୍ମ ନୀତି ଅନୁଷ୍ଠିତ ହେବାକୁ ଥିବାରୁ ଏହି ସମୟ ମଧ୍ୟରେ ସାଧାରଣ ଜନତା ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଦର୍ଶନ କରିପାରିବେ
ନାହିଁ । ତେବେ ଶନିବାର ସକାଳୁ ଶ୍ରୀମନ୍ଦିରର ଜଗମୋହନଠାରେ ଦୋଳିରୁ ଝୁଲୁଥିବା ଶ୍ରୀକୃଷ୍ଣଙ୍କୁ ସର୍ବସାଧାରଣଙ୍କ ଦର୍ଶନ ନିମନ୍ତେ ଆବଶ୍ୟକ ବ୍ୟବସ୍ଥା କରାଯାଇଛି ।
Sign in
Sign in
Recover your password.
A password will be e-mailed to you.