ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ ଓ ଆଇବିଏର ସାମ୍ବାଦିକ ସମ୍ମିଳନୀ – କୋଭିଡ୍‌ ମହାମାରୀର ମୁକାବିଲା ଲାଗି ବିଭିନ୍ନ ପ୍ରକାର ସହାୟତା ଓ ରାଷ୍ଟ୍ରୟତ ବ୍ୟାଙ୍କଗୁଡ଼ିକର ନୂଆ ଋଣ ଉତ୍ପାଦ ବିଷୟରେ ଘୋଷଣା

0 1,175

ଭୁବନେଶ୍ୱର: ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ (ଏସବିଆଇ)ର ଅଧ୍ୟକ୍ଷ ଦୀନେଶ ଖାରା ଓ ଆଇବିଏର ଅଧ୍ୟକ୍ଷ ରାଜକିରଣ ରାୟ ଓ ମୁଖ୍ୟ କାର୍ଯ୍ୟନିର୍ବାହୀ ସୁନୀଲ ମେହତା ଆଜି ଏକ ଯୁ୍‌ଗ୍ମ ସାମ୍ବାଦିକ ସମ୍ମଳିନୀରେ କୋଭିଡ୍‌ ମହାମାରୀର ମୁକାବିଲା ଲାଗି ବିଭିନ୍ନ ପ୍ରକାର ସହାୟତା ଓ ରାଷ୍ଟ୍ରୟତ ବ୍ୟାଙ୍କଗୁଡ଼ିକର ନୂଆ ଋଣ ଉତ୍ପାଦ ବିଷୟରେ ଘୋଷଣା କରିଛନ୍ତି ।
୨୦୨୦-୨୧ର ଚତୁର୍ଥ ତ୍ରୟମାସରୁ ଅର୍ଥନୀତିରେ ସୁଧାର ହୋଇଥିବା ବେଳେ ଏପ୍ରିଲ୍‌ ୨୧ରୁ ପୁଣି ଥରେ ମହାମାରୀର ଅଭ୍ୟୁଦୟ ବ୍ୟକ୍ତିବିଶେଷଙ୍କ ଜୀବନ ଏବଂ ବ୍ୟବସାୟ ତଥା ଏସ୍‌ଏମ୍‌ଏସ୍‌ଇକୁ ନଗଦ ପ୍ରବାହ ପ୍ରଭାବିତ କରିଛି ।
କୋଭିଡ୍‌ ୧୯ ମହାମାରୀ ପୁଣି ଥରେ ଦେଖାଦେବା ଏବଂ ଏହାକୁ ନେଇ ସୃଷ୍ଟି ହୋଇଥିବା ବିଭ୍ରାଟର ମୁକାବିଲା କରିବା ଲାଗି ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ନିମ୍ନ ଲିଖିତ ପଦକ୍ଷେପଗୁଡ଼ିକ ୫-୫-୨୦୨୧ରେ ଘୋଷଣା କରାଯାଇଥିଲା ।
• ସ୍ୱାସ୍ଥ୍ୟ ସେବା କ୍ଷେତ୍ରର ଜରୁରୀକାଳୀନ ଋଣ ସହାୟତା ଲାଗି ୫୦,୦୦୦ କୋଟି ଟଙ୍କାର ମିଆଦୀ ଲିକ୍ୱିଡିଟି ସୁବିଧା
• ବ୍ୟକ୍ତିବିଶେଷ, କ୍ଷୁଦ୍ର ବ୍ୟବସାୟୀ ଓ ଏମ୍‌ଏସ୍‌ଏମ୍‌ଇଙ୍କ ଚାପଗ୍ରସ୍ତ ସଂପତିର ମୁକାବିଲା ଲାଗି ସମାଧାନ ଫ୍ରେମ୍‌ୱର୍କ ୨.୦ ।
• କାର୍ଯ୍ୟକାରୀ ପୁଞ୍ଜି ସୀମାର ପୁନଃ ଅନୁଶୀଳନ ଇତ୍ୟାଦି ।
ଏମ୍‌ଏସ୍‌ଏମ୍‌ଇକୁ ସହାୟତା ପ୍ରଦାନ କରିବା, ଜୀବିକାର ସୁରକ୍ଷା ଓ ବ୍ୟବସାୟରେ ଦେଖାଦେଇଥିବା ବିଭ୍ରାଟକୁ ଦୂର କରିବା ଓ ସ୍ୱାସ୍ଥ୍ୟ ସେବା କ୍ଷେତ୍ରର ଗୁରୁତ୍ୱପୂର୍ଣ୍ଣ ଫାଇନାନ୍ସ ଆବଶ୍ୟକତା ପୂରଣ କରିବା ଲାଗି ଭାରତ ସରକାର ସବୁଠୁ ସଫଳ ଇସିଏଲ୍‌ଜିଏସ୍‌ ସ୍କିମ୍‌ରେ ପରିବର୍ତନ ଘୋଷଣଶ କରିଛନ୍ତି । ଆଜି ଇସିଏଲ୍‌ଜିଏସ୍‌ ସ୍କିମ୍‌କୁ ବ୍ୟାପକ କରି ଇସିଏଲ୍‌ସିଜେଏସ୍‌ ୪.୦ରେ ହସ୍ପିଟାଲ, ନର୍ସିଂ ହୋମ୍‌, କ୍ଲିନିକ୍‌ଗୁଡ଼ିକ ସ୍ଥାପନ କରିବାକୁ ଥିବା ଅନସାଇଟ୍‌ ଅକ୍ସିଜେନ୍‌ ପ୍ଲାଂଟ୍‌ ଲାଗି ଏନ୍‌ସିଜିଟିସି ଜରିଆରେ ୨ କୋଟି ଟଙ୍କା ପର୍ଯ୍ୟନ୍ତ ଋଣ ପ୍ରଦାନ କରାଯିବ ବୋଲି ଭାରତ ସରକାର ଘୋଷଣା କରିଛନ୍ତି ।
ଇସିଏଲ୍‌ଜିଏସ୍‌ର ଅବଧିକୁ ୨୦୨୧ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଏହି ସ୍କିମ୍‌ରେ ୨୦୨୧ ଡିସେମ୍ବର ୩୧ ପର୍ଯ୍ୟନ୍ତ ଆବଂଟନ ଲାଗି ଅନୁମତି ଦିଆଯାଇଛି ।
ଏଥିପାଇଁ ଏନ୍‌ସିଜିଟିସି ତରଫରୁ ପରିଚାଳନା ଗାଇଡ୍‌ଲାଇନ୍‌ ଜାରି କରାଯାଇଛି ।
ଏଥିପାଇଁ ରାଷ୍ଟ୍ରାୟତ ବ୍ୟାଙ୍ଗଗୁଡ଼ିକୁ:
୧) ସଂପ୍ରସାରିତ ଇସିଏଲ୍‌ଜିଏସ୍‌ ସ୍କିମ୍‌ ଲାଗୁ କରିବାକୁ ହେବ
୨) କୋଭିଡ୍‌ ଚିକିତ୍ସା ଲାଗି ଖର୍ଚ ବହନ କରିବା ଓ ସ୍ୱାସ୍ଥ୍ୟ ସେବା ଭିତିଭୂମିରେ ଉନ୍ନତି ଆଣଇବା ଲାଗି ବ୍ୟବସାୟିକ ସଂସ୍ଥାଗୁଡ଼ିକ ଲାଗି ଋଣ ଉତ୍ପାଦ ଉପଲବ୍ଧ କରାଯିବ ।
୩) ଆରବିଆଇର ରିଜଲ୍ୟୁସନ ଫ୍ରେମ୍‌ୱର୍କ ୨.୦କୁ ଲାଗୁ କରିବା ଲାଗି ବ୍ୟବସ୍ଥା ଓ ପ୍ରକ୍ରିୟାର ବ୍ୟବସ୍ଥା କରିବେ
ଭାରତୀୟ ରିଜର୍ଭ ବ୍ୟାଙ୍କର ଗାଇଡ୍‌ଲାଇନ୍‌ ଅନୁସାରେ ବ୍ୟାଙ୍କଗୁଡ଼ିକୁ କୋଭିଡ୍‌ ଋଣ ପୁସ୍ତିକା ଗଠନ କରିବାକୁ ହେବ ।
ଟିକା ନିର୍ମାତା, ଅକ୍ସିଜେନ୍‌ ଉତ୍ପାଦନ, ହସ୍ପିଟାଲ୍‌/ଡିସ୍‌ପେନ୍‌ସେରି, ପାଥୋଲୋଜି ଲ୍ୟାବ୍‌, ଭେଟିଂଲେଟର, ଅକ୍ସିଜେନ୍‌ ଉତ୍ପାଦନକାରୀ ଓ ଯୋଗାଣକାରୀ, ଟିକା ଆମଦାନିକାରୀ ଓ କୋଭିଡ୍‌ ସମ୍ପର୍କିତ ଔଷଧ ଲଜିଷ୍ଟିକ୍‌ ସଂସ୍ଥା ଓ ରୋଗୀଙ୍କ ଚିକିତ୍ସା ଲାଗି ନିମ୍ନ ଲିଖିତ ତିନି ପ୍ରକାର ଉତ୍ପାଦ ପ୍ରସ୍ତୁତ କରାଯାଇଛି ।
୧) ଇସିଜିଏଲ୍‌ଏସ୍‌ ଅଧୀନରେ ଅକ୍ସିଜେନ୍‌ କାରଖାନା ସ୍ଥାପନ କରିବା ଲାଗି ୭.୫ଧ ସୁଧ ହାରରେ ହସ୍ପିଟାଲ୍‌, ନର୍ସିଂ ହୋମ୍‌ଗୁଡ଼ିକୁ ୨ କୋଟି ଟଙ୍କା ପର୍ଯ୍ୟନ୍ତ ଋଣ ପ୍ରଦାନ କରିବା । ଇସିଏଲ୍‌ଜିଏସ୍‌ ୪.୦ରେ ୧୦୦ଧ ଗ୍ୟାରେଂଟି ଏନ୍‌ସିଜିଟିସିକୁ ସୁରକ୍ଷା ମିଳିବ ।
୨) ସ୍ୱାସ୍ଥ୍ୟ ସେବା ଭିତିଭୂମି ସ୍ଥାପନ ଓ ସଂପ୍ରସାରିତ କରିବା ଓ ସ୍ୱାସ୍ଥ୍ୟ ସେବା ଉତ୍ପାଦ ନିମାଣ କରିବା ଲାଗି ସ୍ୱାସ୍ଥ୍ୟସେବା ସଂସ୍ଥାଗୁଡ଼ିକୁ ୧୦୦ କୋଟି ଟଙ୍କା ପର୍ଯ୍ୟନ୍ତ ବ୍ୟବସାୟ ଋଣ ଦେବା ।
୩) ବେତନଭୋଗୀ, ଅଣ ବେତନଭୋଗୀ, ପେନ୍‌ସନ୍‌ଭୋଗୀମାନଙ୍କୁ କୋଭିଡ୍‌ ଚିକିତ୍ସା ଲାଗି ୨୫ ହଜାର ଟଙ୍କାରୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅଣ ସୁରକ୍ଷିତ ବ୍ୟକ୍ତିଗତ ଋଣ ପ୍ରଦାନ କରିବା
ଏହି ସମସ୍ତ ସ୍କିମ୍‌କୁ ସରକାରୀ ବ୍ୟାଙ୍କଗୁଡ଼ିକୁ ରିହାତି ସୁଧ ହାରରେ ପ୍ରଦାନ କରିବେ ଏବଂ ତାହା କୋଭିଡ୍‌ ଋଣ ପୁସ୍ତିକାର ଅଂଶ ହେବ ।

ରିଜଲ୍ୟୁସନ୍‌ ଫ୍ରେମ୍‌ୱର୍କ ୨.୦ରେ ଋଣର ପୁନର୍ଗଠନ ଲାଗି ରାଷ୍ଟ୍ରାୟତ ବ୍ୟାଙ୍କଗୁଡ଼ିକ ଏହି ସବୁ ବ୍ୟବସ୍ଥା କରିବେ:
ବ୍ୟବସାୟ ଋଣ-ତିନିଟି ବର୍ଗ
୧) ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ: କ୍ଷୁଦ୍ର ବ୍ୟବସାୟୀ ଓ ଏମ୍‌ଏସ୍‌ଏମ୍‌ଇକୁ ମିଳୁଥିବା ସାଧାରଣ ପୁନର୍ଗଠନ ସୁବିଧା
୨) ୧୦ ଲକ୍ଷ ଟଙ୍କାରୁ ଅଧିକ ୧୦ କୋଟି ଟଙ୍କାରୁ କମ୍‌
୩) ୧୦ କୋଟି ଟଙ୍କାରୁ ଅଧିକ
ବ୍ୟକ୍ତିବିିଶେଷଙ୍କୁ ଋଣ:
ନିରବଚ୍ଛିନ୍ନ ପରିଚାଳନା ଲାଗି ରାଷ୍ଟ୍ରାୟତ ଉଦ୍ୟୋଗଗୁଡ଼ିକ ଏହି ସବୁ ରଣନୀତି ଗ୍ରହଣ କରିବେ:
• ଷ୍ଟାଣ୍ଡାର୍ଡ ଟେମ୍ପଲେଟ୍‌, ପୋର୍ଟାଲ୍‌ ଓ ଶାଖା ଭିତିକ ବ୍ୟବସ୍ଥା
• ପୁନର୍ଗଠନ ଲାଗି ମାନ ଭିତିକ ବ୍ୟବସ୍ଥା
• ସାଧାରଣ ଆବେଦନ ଓ ଅନୁଶୀଳନ ଫର୍ମାଟ
• ଷ୍ଟାଣ୍ଡାର୍ଡ ଓ ସହଜ କାଗଜପତ୍ର
• ସାଧାରଣ ଆଉଟ୍‌ରିଚ୍‌ ବ୍ୟବସ୍ଥା
କୋଭିଡ୍‌-୧୯ ମହାମାରୀ ଦେଖାଦେବା ପରେ ପ୍ରଭାବିତ ହୋଇଥିବା ଋଣ ଗ୍ରହିତାଙ୍କ ଉପରୁ ଆର୍ଥିକ ପ୍ରଭାବ ଦୂର କରିବା ଲାଗି ପଦକ୍ଷେପ ଗ୍ରହଣ କରିବା ଲାଗି ସମସ୍ତ ରାଷ୍ଟ୍ରାୟ ବ୍ୟାଙ୍କ ଏକଜୁଟ ହେବା ଓ ଆଜିର ଘୋଷଣା ସଠିକ୍‌ ଦିଗରେ ଉଚିତ ପଦକ୍ଷେପ ।
ଆରବିଆଇର ରିଜଲ୍ୟୁସନ ଫ୍ରେମ୍‌ୱର୍କ ୨.୦ରେ ବ୍ୟକ୍ତିବିଶେଷ, ବ୍ୟବସାୟ ଓ ଏମ୍‌ଏସ୍‌ଏମ୍‌ଇ ଗ୍ରହଣ କରିଥିବା ଋଣର ପୁନର୍ଗଠନ ଲାଗି ଯୋଗ୍ୟ ଗ୍ରାହକଙ୍କ ନିକଟରେ ପହଂଚିବା ଲାଗି ଗ୍ରହଣ କରାଯାଇଥିବା ପଦକ୍ଷେପ ବିଷୟରେ ଏସବିଆଇର ଅଧ୍ୟକ୍ଷ, ଆଇବିଏର ଅଧ୍ୟକ୍ଷ ଓ ଆଇବିଏର ସିଇଓ ଆଲୋଚନା କରିଥିଲେ ।

Leave A Reply