— ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ କହିଛନ୍ତି ଯେ ବିଶ୍ୱସ୍ତରୀୟ ଟିକା ଉତ୍ପାଦନକାରୀମାନେ କେବଳ କେନ୍ଦ୍ର ସରକାରଙ୍କ ସହ କ୍ଷତିଭରଣା ରାଜିନାମା କରୁଥିବାରୁ ରାଜ୍ୟ ସରକାର କେନ୍ଦ୍ର ମନ୍ତ୍ରୀ
ଡା. ହର୍ଷବର୍ଦ୍ଧନଙ୍କୁ ଜାତୀୟସ୍ତରରେ ରାଜ୍ୟ ପାଇଁ କୋଭିଡ୍-୧୯ ଟିକା କ୍ରୟ କରିବାକୁ ଅନୁରୋଧ କରିଛନ୍ତି ।
– ମାନ୍ୟବର ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଭାରତ ସରକାରଙ୍କଠାରୁ ଆବଶ୍ୟକୀୟ ମଂଜୁରୀ ସହ ବୈଷୟିକ ସମସ୍ୟା ଥିବାରୁ କୌଣସି ରାଜ୍ୟ ସରକାର ବିଶ୍ୱବଜାରରୁ ଟିକା କ୍ରୟ କରିବାକୁ ସମର୍ଥ ହେବେ ନାହିଁ । ରାଜ୍ୟ ସରକାର କେନ୍ଦ୍ର ସରକାର ସ୍ତରରେ ଟିକା କ୍ରୟ କରିବାକୁ ଅନୁରୋଧ କରିବା ସହ ଏହାର ଖର୍ଚ୍ଚ ରାଜ୍ୟ ବହନ କରିବ ବୋଲି ସେ କହିଛନ୍ତି ।
– ମାନ୍ୟବର ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଓଡ଼ିଶା ସରକାର ଲୋକମାନଙ୍କୁ ବିନାମୂଲ୍ୟରେ ଟିକା ପ୍ରଦାନ ସହ ଏହାର ମୂଲ୍ୟ ବହନ କରିବାକୁ ନିଜର ପ୍ରତିବ-ତା ଦୋହରାଇଛନ୍ତି । କିନ୍ତୁ, ସ୍ଥାନୀୟ ସମସ୍ୟାକୁ ବିଚାରକୁ ନେଇ ଟିକା ବଣ୍ଟନ ବ୍ୟବସ୍ଥାକୁ କୋହଳ କରିବା ସହ ଇଣ୍ଟରନେଟ୍ ସୁବିଧା ନଥିବା ସ୍ଥାନରେ ଅନ୍ଲାଇନ୍ ପଂଜୀକରଣକୁ ବାଦ ଦେବାକୁ ସେ ଅନୁରୋଧ କରିଛନ୍ତି ।
– ମାନ୍ୟବର ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଓଡ଼ିଶା ସରକାର ଯୁକ୍ତ-୨ ବିଦ୍ୟାର୍ଥୀ ଏବଂ ସେମାନଙ୍କ ପରିବାର ସଦସ୍ୟମାନଙ୍କୁ ଟିକାକରଣରେ ପ୍ରାଥମିକତା ଦେବାକୁ ଚାହାନ୍ତି । ଅନେକ ଦେଶରେ ଏପରି ଟିକାକରଣ ଅତ୍ୟନ୍ତ ପ୍ରଭାବଶାଳୀ ସାବ୍ୟସ୍ତ ହୋଇଥିବା ଉଲ୍ଲେଖକରି ଭାରତ ସରକାର ଯୁ-କାଳୀନ ଭିତ୍ତିରେ ଟିକାକରଣ ପ୍ରକ୍ରିୟା ତୃତୀୟ ଲହର ଆସିବା ପୂର୍ବରୁ ସଂପୂର୍ଣ୍ଣ କରିବା ପାଇଁ ଓଡ଼ିଶା ସରକାର ଅନୁରୋଧ କରିଛନ୍ତି ।
— ମାନ୍ୟବର ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ରାଜ୍ୟ ସରକାରଙ୍କ ପକ୍ଷରୁ କୋରାପୁଟରେ ଆଉ ଏକ କୋଭିଡ୍-୧୯ ହସ୍ପିଟାଲ ସହ ୨ଟି ଅକ୍ସିଜେନ୍ ପ୍ଳାଣ୍ଟ ଏବଂ ନବରଙ୍ଗପୁରରେ ଗୋଟିଏ ଅକ୍ସିଜେନ୍ ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ନିଷ୍ପତ୍ତି ହୋଇଛି । ଉନ୍ନତ ସ୍ୱାସ୍ଥ୍ୟସେବା ସହ ଗୁରୁତର କୋଭିଡ୍ ସଂକ୍ରମିତଙ୍କ ଜୀବନ ରକ୍ଷା କ୍ଷେତ୍ରରେ ସରକାରଙ୍କ ଏହି ପଦକ୍ଷେପ ମହତ୍ତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ ବୋଲି ସେ କହିଛନ୍ତି ।
— ମାନ୍ୟବର ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ କୋଭିଡ୍ ଯନି କେନ୍ଦ୍ରଗୁଡ଼ିକରେ କୋଭିଡ୍-୧୯ ରୋଗୀଙ୍କ ମଧ୍ୟରେ ସଂକ୍ରମଣର ଶୀଘ୍ର ଚିହ୍ନଟକୁ ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ କଟକ ଜିଲ୍ଲା ପ୍ରଶାସନ ରେଡିଓଗ୍ରାଫି ସେବା ଯୋଗାଇବା ପାଇଁ ‘ଏକ୍ସ-ରେ ଅନ୍ ହୁଇଲ୍ସ୍’ ଆରମ୍ଭ କରିଛି । ଏଭଳି ପଦକ୍ଷେପ ଅନେକ ମୂଲ୍ୟବାନ ଜୀବନ ରକ୍ଷା କରିବାରେ ସହାୟକ ହେବ ବୋଲି ସେ କହିଛନ୍ତି ।
— ମାନ୍ୟବର ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ କୋଭିଡ୍ ମୁକାବିଲାକୁ ଆହୁରି ଦୃଢ଼ କରିବାରେ ମିଶନ ଶକ୍ତିର ମା’ମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଉଛନ୍ତି । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ କ୍ରମେ କୋଭିଡ୍ ସ୍ଥିତିରେ ୭୪୪ଟି ସ୍ୱୟଂ ସହାୟକ ଗୋଷ୍ଠୀ ୧୮ ଲକ୍ଷ ମାସ୍କ ପ୍ରସ୍ତୁତ କରି ସଂକ୍ରମଣ ହ୍ରାସ ସହ ଲୋକଙ୍କ ବହୁମୂଲ୍ୟ ଜୀବନ ରକ୍ଷା କରିବାରେ ବିଶେଷ ଯୋଗଦାନ ରଖିଛନ୍ତି ।
— ମାନ୍ୟବର ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ କଟକସ୍ଥିତ ୧୦୨୮ଟି ଗ୍ରାମର ସରପଞ୍ଚ, ୱାର୍ଡ ମେମ୍ବର, ଆଶା ଓ ଅଙ୍ଗନବାଡ଼ି କର୍ମୀଙ୍କ ଉଦ୍ୟମରେ କୋଭିଡ୍ ନିୟମକୁ କଡ଼ାକଡ଼ି ପାଳନ କରି ସଂକ୍ରମଣଠୁ ଦୂରରେ ରହିବା ସହ ଅନ୍ୟମାନଙ୍କ ପାଇଁ କୋଭିଡ୍ ପରିଚାଳନାର ଏକ ଉଦାହରଣ ସୃଷ୍ଟି କରିବାରେ ସଫଳତା ମିଳିଛି ।
— ମାନ୍ୟବର ମୁଖ୍ୟମନ୍ତ୍ରୀ ବିଶ୍ୱ ପିତାମାତା ଦିବସ ଅବସରରେ କହିଛନ୍ତି ଯେ ପିତାମାତାମାନେ ନିଃସ୍ୱାର୍ଥପର ସ୍ନେହ, ପ୍ରତିବ-ତା, ଆଜୀବନ ତ୍ୟାଗ ଏବଂ ଯେକୌଣସି ପିଲା ପାଇଁ ସବୁଠାରୁ ବଡ଼ ଆଶୀର୍ବାଦର
ପ୍ରତୀକ । ନିଃସର୍ତ୍ତ ପ୍ରେମ ଏବଂ ମାର୍ଗଦର୍ଶନର ପ୍ରତୀକଙ୍କ ପ୍ରତି ଆମର କୃତଜ୍ଞତା ଜଣାଇବା ପାଇଁ ସେ ଆହ୍ୱାନ ଦେଇଛନ୍ତି ।
— ମାନ୍ୟବର ମୁଖ୍ୟମନ୍ତ୍ରୀ ବିଶିଷ୍ଟ ସଙ୍ଗୀତ ବିଶାରଦ ଡ. ସୁନୀଲ ଶତପଥୀଙ୍କ ଦେହାନ୍ତରେ ଦୁଃଖ ପ୍ରକାଶ କରିଛନ୍ତି । ଭାରତୀୟ ସଂଗୀତ ତଥା ଓଡ଼ିଶାର ଆଦିବାସୀ ସଂଗୀତ ପ୍ରତି ନିଜ ଅବଦାନ ପାଇଁ ସେ ସର୍ବଦା ସ୍ମରଣୀୟ ରହିବେ ବୋଲି ଉଲ୍ଲେଖ କରି ମାନ୍ୟବର ମୁଖ୍ୟମନ୍ତ୍ରୀ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ସମବେଦନା ଜ୍ଞାପନ କରିବା ସହ ଅମର ଆତ୍ମାର ସଦ୍ଗତି କାମନା କରିଛନ୍ତି ।
— ମାନ୍ୟବର ମୁଖ୍ୟମନ୍ତ୍ରୀ ବିଶିଷ୍ଟ କବି ଶ୍ରୀ ଜୟନ୍ତ ମହାପାତ୍ର କୋଭିଡ୍ ସଂକ୍ରମିତ ହୋଇ ହସ୍ପିଟାଲ୍ରେ ଚିକିତ୍ସିତ ହେଉଥିବା ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି । ମାନ୍ୟବର ମୁଖ୍ୟମନ୍ତ୍ରୀ ତାଙ୍କର ଆଶୁ ଆରୋଗ୍ୟ ଓ ଉତ୍ତମ ସ୍ୱାସ୍ଥ୍ୟ କାମନା କରିଛନ୍ତି ।
— ମାନ୍ୟବର ମୁଖ୍ୟମନ୍ତ୍ରୀ ବିଶିଷ୍ଟ ଫୁଟବଲ କୋଚ୍ ନନ୍ଦ କିଶୋର ପଟ୍ଟନାୟକଙ୍କ ଦେହାନ୍ତ ବିଷୟରେ ଜାଣି ଦୁଃଖ ପ୍ରକାଶ କରିଛନ୍ତି । ଓଡ଼ିଶାରୁ ବିଶ୍ୱସ୍ତରୀୟ ଫୁଟବଲ୍ କ୍ରୀଡ଼ାବିତ୍ ସୃଷ୍ଟି କ୍ଷେତ୍ରରେ ତାଙ୍କ ଅବଦାନ ସର୍ବଦା ସ୍ମରଣୀୟ ରହିବ ବୋଲି ଉଲ୍ଲେଖ କରି ମାନ୍ୟବର ମୁଖ୍ୟମନ୍ତ୍ରୀ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ସମବେଦନା ଜ୍ଞାପନ କରିବା ସହ ଅମର ଆତ୍ମାର ସଦ୍ଗତି କାମନା କରିଛନ୍ତି ।
ସର୍ବଶେଷ ସ୍ୱାସ୍ଥ୍ୟ ସୂଚନା
– ଗତକାଲି ମଧ୍ୟରାତ୍ରି ସୁଦ୍ଧା ଓଡ଼ିଶାରେ ୧,୧୮,୩୫,୩୬୫ ଟି ନମୁନା କୋଭିଡ୍-୧୯ ପରୀକ୍ଷା କରାଯାଇଛି ।
– ବର୍ତ୍ତମାନ ସୁଦ୍ଧା ସମୁଦାୟ ୭,୭୩, ୭୩୨ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।
– ୬,୮୦, ୯୩୨ ଜଣ ରୋଗୀ ସଂପୂର୍ଣ୍ଣ ସୁସ୍ଥ ହୋଇଛନ୍ତି/ଡାକ୍ତରଖାନାରୁ ଫେରିଛନ୍ତି ।
– ୨୭୯୧ ଜଣ କୋଭିଡ୍-୧୯ ରୋଗୀଙ୍କର ମୃତୁ୍ୟ ହୋଇଛି ।
– ସକି୍ରୟ ଥିବା ସଂକ୍ରମିତଙ୍କ ସଂଖ୍ୟ ୮୯,୯୫୬ ରହିଛି ।