ଭୁବନେଶ୍ୱର-ବାଙ୍ଗିରିପୋଶି ମଧ୍ୟରେ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ
ଯାତ୍ରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳବାଇ ପକ୍ଷରୁ ଭୁବନେଶ୍ୱର-ବାଙ୍ଗିରିପୋଶି ମଧ୍ୟରେ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିବାକୁ ନିଷ୍ପତ୍ତି ନିଆଯାଇଛି । ଆସନ୍ତା ୧୨ ତାରିଖରୁ ଅପ୍ ଏବଂ ଡାଉନ୍ ଟ୍ରେନ୍ ଚଳାଚଳ କରିବ । ଭୁବନେଶ୍ୱରରୁ ସନ୍ଧ୍ୟା ୭ଟା ୩୦ମିନିଟ୍ରେ ଏହି ଟେନ୍ଟି ଯାତ୍ରା ଆରମ୍ଭ କରି ବାଙ୍ଗିରିପୋଶିରେ ୧୨ଟା ୫ ମିନିଟ୍ରେ ପହଞ୍ଚିବ, ସେହିଭଳି ବାଙ୍ଗିରିପୋଶିରୁ ଭୋଟ୍ ୪ଟା ୨୦ ମିନିଟ୍ରେ ବାହାରି ଭୁବନେଶ୍ୱରରେ ସକାଳ ୧୦ଟା ପହଞ୍ଚିବାର ସମୟ ନିର୍ଘଣ୍ଟ ସ୍ଥିର ହୋଇଛି ।