ରାଜ୍ୟରେ ଥିବା ଜଳଭଣ୍ଡାରଗୁଡ଼ିକରେ ଭାସମାନ ସୋଲାର୍ ଶକ୍ତି ପ୍ଲାଣ୍ଟ୍ ସ୍ଥାପନ ପାଇଁ ଓଡ଼ିଶା ସବୁଜ ଶକ୍ତି ବିକାଶ ନିଗମ ଏବଂ ଜାତୀୟ ଜଳବିଦ୍ୟୁତ୍ ନିଗମ ମଧ୍ୟରେ ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି । ଶକ୍ତିମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଉପସ୍ଥିତିରେ ଏହା ହୋଇଥିବା ଜଣାପଡ଼ିଛି ।
ଏନ୍.ଏଚ୍.ପି.ସି. ସହାୟତା ଏହି ସୋଲାର୍ ଶକ୍ତି ପ୍ଲାଣ୍ଟ୍ରୁ ୫୦୦ ମେଗାୱାଟ୍ ସୌରଶକ୍ତି ଉତ୍ପାଦନ କରାଯିବ । ପ୍ରଥମ ପର୍ଯ୍ୟାୟରେ ରେଙ୍ଗାଲି ଜଳ ବିଦ୍ୟୁତ୍ ଯୋଜନାର ଜଳଭଣ୍ଡାରରେ ୩୦୦ ମେଗାୱାଟ୍ ବିଦ୍ୟୁତ୍ ଉତ୍ପାଦନ କରାଯିବ । ଏଥିପାଇଁ ୨ ହଜାର କୋଟି ଟଙ୍କା ବ୍ୟୟ ହେବ । ଏହା ସ୍ଥାପନ ହେଲେ ଦେଶର ସର୍ବବୃହତ୍ ଏକକ ସୌରଶକ୍ତି ଉତ୍ପାଦନ କେନ୍ଦ୍ର ହେବ ବୋଲି ସୂଚନା ମିଳିଛି ।