ରାତି ୯ଟାରୁ ରାଜ୍ୟର ସମସ୍ତ ସହରାଞ୍ଚଳରେ ରାତ୍ରିକାଳୀନ କର୍ଫ୍ୟୁ ଲାଗୁ

0 62

କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର କଟକଣା ବୃଦ୍ଧି କରିଛନ୍ତି । ଏନେଇ ରାଜ୍ୟ ସ୍ୱତନ୍ତ୍ର ରିଲିଫ୍‍ କମିଶନର – ଏସ୍‍.ଆର୍‍.ସି. ପ୍ରଦୀପ ଜେନା କହିଛନ୍ତି, ଏହି ଦୁଇ ତିନି ଦିନ ମଧ୍ୟରେ ଆମ ରାଜ୍ୟରେ କରୋନା ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଛି । ସେ କହିଛନ୍ତି, ଆମ ଦେଶରେ ଏକ ନୂତନ ଲହର ଆସିବାର ପ୍ରକ୍ରିୟା ଆରମ୍ଭ ହୋଇଛି । ଯଦି ଏହି ସମୟରେ ଆମେ ଏକଜୁଟ୍‍ ନ ହେବା ଏବଂ କରୋନା ବିରୋଧରେ ଏକତ୍ରିତ ହୋଇ ନ ଲଢ଼ିବା, ତାହାହେଲେ ଏହାର ମୁକାବିଲା କରିପାରିବା ନାହିଁ ।

ସେ କହିଛନ୍ତି, ରାତି ୯ଟାରୁ ରାଜ୍ୟର ସମସ୍ତ ସହରାଞ୍ଚଳରେ ରାତ୍ରିକାଳୀନ କର୍ଫ୍ୟୁ ଲାଗୁ ହେବ । ଏହାସହ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ବିଦ୍ୟାଳୟ ବନ୍ଦ୍‍
ରହିବ । ତେବେ ଅନ୍‍ଲାଇନ୍‍ରେ ପାଠପଢ଼ା ଜାରି ରହିବ । ରାଜ୍ୟ ସରକାର ରାଜନୈତିକ ତଥା ଶୈକ୍ଷିକ ସମାବେଶରେ ସାମିଲ୍‍ ହେବାପାଇଁ ସର୍ବାଧିକ ୧୦୦ ଜଣଙ୍କୁ ଅନୁମତି ଦେଇଛନ୍ତି । ଏହାବ୍ୟତୀତ କୌଣସି ମଲ୍‍ କିମ୍ବା ଦୋକାନରେ ଭିଡ଼ ହେଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଚେତାବନୀ ଦିଆଯାଇଛି

Leave A Reply