ସ୍ମାର୍ଟଫୋନ୍‌ ବ୍ଲାଇଣ୍ଡନେସ୍‌ ବା ଅନ୍ଧତ୍ୱ,ନିଜକୁ ଏଥିରୁ ରକ୍ଷା କରିବେ କିପରି

ସ୍ମାର୍ଟଫୋନ୍‌ ବ୍ଲାଇଣ୍ଡନେସ୍‌ ବା ଅନ୍ଧତ୍ୱ,ନିଜକୁ ଏଥିରୁ ରକ୍ଷା କରିବେ କିପରି

0 898

ଏବେ ଏକ ନୂଆ ପ୍ରକାର ଚକ୍ଷୁ ରୋଗ ବା ଅନ୍ଧତ୍ୱ ଦେଖା ଦେଇଛି । ଆଖି ଉପରେ ଏହାର ଖରାପ ପ୍ରଭାବ ପଡୁଛି । ବେଳେ ବଳେ ସ୍ୱାର୍ଟଫୋନ୍‌ ବ୍ୟବହାରକାରୀ ସାମୟିକ ଭାବେ ନିଜର ଦୃଷ୍ଟି ଶକ୍ତି ହରାଉଛନ୍ତି । ଏହାକୁ ଟ୍ରାଜିଂଟ୍‌ ସ୍ମାର୍ଟ ଫୋନ୍‌ ବ୍ଲାଇଣ୍ଡିନେସ୍‌ କୁହାଯାଉଛି । ଏହାକୁ ଅସ୍ଥାୟୀ ଦୃଷ୍ଟି ଶକ୍ତି ହରାଇବା ବା ଟେମ୍ପୋରାରି ମୋନୋକୁଲାର ଭିଜନ୍‌ ବ୍ଲାଇଣ୍ଡନେସ୍‌ କୁହାଯାଉଛି । ଅନ୍ଧାରରେ ସ୍ମାର୍ଟ ଫୋନ୍‌ ବ୍ୟବହାର କଲେ ବା ରାତିରେ ଶୋଇବା ପୂର୍ବରୁ ସ୍ମାର୍ଟ ଫୋନ୍‌ ବ୍ୟବହାର କଲେ ଏହି ରୋଗ ଶିକାର ହୋଇ ପାରନ୍ତି । ସକାଳୁ ଉଠୁ ଉଠୁ ବି ହଠାତ୍‌ ସ୍ମାର୍ଟ ଫୋନ୍‌କୁ ଦେଖିବା କଥା ନୁହେଁ । ରେଟିନାରେ ଆଲୋକ ଗ୍ରହଣ କରିବାର ଶକ୍ତି ଉପରେ ପ୍ରଭାବ ପଡିବାରୁ ସାଧାରଣତଃ ଏହି ଅସୁବିଧା ହେଉଛି ।

(this caused a temporary conflicting light adaptation between the two retina) ବେଳେ ବେଳେ ଏହାକୁ ଭୁଲ୍‌ରେ [multiple sclerosis or ischemic vascular disease ] ବୋଲି ଧରି ନିଆଯାଉଛି । Following the diagnosis, the patients were started on therapy until the initial diagnosis was negated by further examinations .In this case, the patients used their smartphones while in bed .

ଲୋକଙ୍କ ମଧ୍ୟରେ ସ୍ମାର୍ଟଫୋନ୍‌ ବ୍ୟବହାର କରିବା ବିଷୟରେ ସଚେତନତା ନଥିବାରୁ ଏପରି ହେଉଛି । ଲୋକଙ୍କର ଶୋଇବା  ଉପରେ ବି ଏହା ପ୍ରଭାବ ପକାଉଛି ।

ସ୍ମାର୍ଟ ଫୋନ୍‌ ବ୍ୟବହାର କରୁଥିବା ଲୋକ ଯଥା ସମ୍ଭବ ଅନ୍ଧାରରେ ସ୍ମାର୍ଟ ଫୋନ୍‌ ବ୍ୟବହାର କରିବା କଥା ନୁହେଁ । ରୁମ୍‌ରେ ସାଧାରଣ ଆଲୋକରେ ସ୍ମାର୍ଟ ଫୋନ୍‌ ବ୍ୟବହାର କରିବା କଥା । ଶୋଇବା ପୂର୍ବରୁ ସ୍ମାର୍ଟ ଫୋନ୍‌ ବ୍ୟବାହର ନ କରିବା ଅତି ଭଲ । ଏହା ଆଖି ସହ ମସ୍ତିଷ୍କ  ଉପରେ ବି ପ୍ରଭାବ ପକାଇଥାଏ ।  ହଠାତ୍‌ ସକାଳୁ ଉଠୁ ଉଠୁ ସ୍ମାର୍ଟ ଫୋନ୍‌ ବ୍ୟବାହର ନ କରିବା ଭଲ।  ଅଧିକ ସମୟ ଫୋନ୍‌ରେ ଗେମ୍‌ ଖେଳିଲେ, କିମ୍ବା ଭିଡିଓ ଦେଖିଲେ ବି ଦୃଷ୍ଟି ଶକ୍ତି ପ୍ରଭାବିତ ହୋଇଥାଏ ।

ତଥ୍ୟ- medscape.com

ଆଲୋଖ୍ୟ- ସ୍ୱର୍ଣ୍ଣ ମଞ୍ଜରୀ ମହାପାତ୍ର

Leave A Reply