ଖବରମୁଖ୍ୟ ଖବରଲାଇଫଷ୍ଟାଇଲ ଏଥିଯୋଗୁଁ ସ୍ଲୋ ହୁଏ ସ୍ମାର୍ଟ ଫୋନ୍ ଏଥିଯୋଗୁଁ ସ୍ଲୋ ହୁଏ ସ୍ମାର୍ଟ ଫୋନ୍ By odishanext On Apr 7, 2018 0 1,170 Share ଗୁଗୁଲ ମ୍ୟାପ୍: ଅଧିକାଂଶ ଲୋକେ ଏହି ଆପ୍ଲିକେସନର ବ୍ୟବହାର କରନ୍ତି। ତେବେ ସ୍ମାର୍ଟଫୋନକୁ ସ୍ଲୋ କରିବାରେ ଏହି ଆପ୍ଲିକେସନର ମୁଖ୍ୟ ଭୂମିକା ରହିଥିବାର ବିଶେଷଜ୍ଞଙ୍କ ମତ।କବିଂଶ ଶତାବ୍ଦୀର ଅନ୍ୟନାମ ହେଉଛି ‘ସ୍ମାର୍ଟଫୋନର ଯୁଗ’। ଯୁବବର୍ଗ ହୁଅନ୍ତୁ କିମ୍ବା ବୟସ୍କ, ସମସ୍ତେ ସ୍ମାର୍ଟଫୋନର ବ୍ୟବହାରକୁ ଉଚିତ୍ ମଣୁଛନ୍ତି। ଏହି ସ୍ମାର୍ଟଫୋନକୁ ନେଇ ଏକ ବିଶ୍ବସ୍ତରୀୟ ଗବେଷଣା କରାଯାଇଥିଲା। ୩୦ଲକ୍ଷ ଆଣ୍ଡ୍ରଏଡ୍ ମୋବାଇଲ୍ ଏଥିରେ ଅନ୍ତର୍ଭୁକ୍ତ ହୋଇଥିଲା। ଏପରି ଅନେକ ଆପ୍ଲିକେସନ୍ ଆମେ ବ୍ୟବହାର କରିଥାଉ ଯାହା ଆମ ଫୋନର ଗତିକୁ ଖୁବ୍ ଧୀର କରିଥାଏ। ହ୍ୟାଙ୍ଗଆଉଟସ୍ ଆପ୍ଲିକେସନରେ ସମସ୍ତେ ପ୍ରାୟଶଃ ଚ୍ୟାଟିଂ କରିଥାନ୍ତି। ଏହାର ବ୍ୟବହାର ମଧ୍ୟ ଫୋନକୁ ଧୀର କରାଉଥିବାର ପ୍ରକାଶ। ଗୁଗୁଲର ସୋସିଆଲ ନେଟୱାର୍କିଂ ସାଇଟ୍ ଗୁଗୁଲ୍ ପ୍ଲସ୍ ବ୍ୟବହାର କଲେ ଫୋନ ଆବଶ୍ୟକତାଠାରୁ ଅଧିକ ଧୀର ଗତିରେ କାମ କରେ। ଗୁଗୁଲ ପ୍ଲେ ମ୍ୟୁଜିକ୍, ଗୁଗୁଲ୍ ଟକ୍-ବ୍ୟାକ୍, ଗୁଗୁଲ୍ ପ୍ଲେ-ନ୍ୟୁଜଷ୍ଟାଣ୍ଡ, ଚ୍ୟାଟ-ଅନ୍ ଭଏସ୍ ଆଣ୍ଡ ଭିଡିଓ ଚ୍ୟାଟ୍ ଇତ୍ୟାଦି ଆପ୍ଲିକେସନ୍ ଡାଉନଲୋଡ ନ କରିବା ହିଁ ଉଚିତ। 0 1,170 Share