ଶିକ୍ଷକଙ୍କ ଚାପୁଡାରେ ଛାତ୍ରକୁ ପକ୍ଷାଘାତ(ପାରାଲିସିସ୍‌)

0 634

ପୁନେ . – ଶିକ୍ଷକ ଚାପୁଡା ମାରିବା ପରେ ଜଣେ ଛାତ୍ରକୁ ପକ୍ଷାଘାତ ବା ପାରାଲିସିସ୍‌ ହୋଇଛି । ଏପରି ଘଟଣା ମହାରାଷ୍ଟ୍ରର ପୁନେର ଘଟିଛି । ପୁନେର ଶିବାଜୀ ନଗର ଥାନାରେ ଏ ନେଇ ଏକ ମାମଲା ରୁଜୁ ହୋଇଛି । ପୁଲିସ ଭାରତୀୟ ପିଙ୍ଗଳଧାରା ୩୨୫ ଆଘାତ ଦେଇ ଗୁରୁତର କରିବା ଅଭିଯୋଗରେ ମାମଲା ରୁଜୁ କରିଛି ।

ଏକ ଆବାସିକ ବିଦ୍ୟାଳୟର ଛାତ୍ରକୁ ତାଙ୍କ ଘର ଲୋକ ଦୀପାବଳିରେ ଘରକୁ ନେଇଥିଲେ । ହେଲେ ଛାତ୍ର ବାମ ପଟ ମୁହଁ ବଙ୍କା ହୋଇ ଯିବା ସହ ଠିକ୍‌ ଭାବରେ କାମ କରୁ ନ ଥିବା ଦେଖିଥିଲେ । ଏହାପରେ ଛାତ୍ରଟି ତାଙ୍କର ଚିତ୍ର ଶିଖାଉଥିବା ଶିକ୍ଷକ ଚିତ୍ର ନ କରିବାରୁ ତାକୁ ଚାପୁଡା ମାରିବା ସହ ବେଞ୍ଚରେ ମୁଣ୍ଡକୁ ଧରି ପିଟି ଦେଇଥିବା ଘର ଲୋକଙ୍କ ଆଗରେ କହିଥିଲା । ଏହାପରେ ଘର ଲୋକ ତାକୁ ଡାକ୍ତରଙ୍କ ପାଖକୁ ନେଇଥିଲେ । ଛାତ୍ରଟିର ବାମ ପଟ ମୁହଁ ରେ ମାଡ ଯୋଗୁଁ ପକ୍ଷାଘାତ ହୋଇଥିବା ଡାକ୍ତର ସୂଚନା ଦେଇଛନ୍ତି ।

Leave A Reply