ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ଶିବସେନାର ଘୋଷଣା ପତ୍ର
ମୁମ୍ବଇ – ଶିବସେନା ମହାରାଷ୍ଟ୍ର ବିଧାନ ସଭା ପାଇଁ ବିଜେପି ପୂର୍ବରୁ ଘୋଷଣା ପତ୍ର ଜାରି କରିଛି । ଏଥିରେ ୧୦ ଟଙ୍କାରେ ପେଟପୁରା ଖାଇବା, ଚାଷୀଙ୍କର ଋଣ ଛାଡ କଥା ଉଲ୍ଲେଖ କରାଯାଇଛି ।
ମାତ୍ର ପୂର୍ବରୁ ଜଙ୍ଗଲ କଟାକୁ ବିରୋଧ କରୁଥୁବା ଶିବସେନା ଜଙ୍ଗଲ ବିଷୟରେ କିଛି ଘୋଷଣା କରିନାହିଁ ।
ବିଜୁଳି ଦର ହ୍ରାସ କରିବା , ଚାଷୀଙ୍କ ଋଣ ଛାଡ ଏକ ଟିଙ୍କିଆ କ୍ଲିନିକ୍ ଖୋଲିବା କଥା କୁହାଯାଇଛି । ଶନିବାରରେ ଉଦ୍ଧବ ଠାକରେ ଓ ଆଦିତ୍ୟ ଠାକରେ ଏହି ଘୋଷଣା ପତ୍ରକୁ ଉନ୍ମୋଚନ କରିଛନ୍ତି ।