ଇଣ୍ଡୋନେସିଆ ସୁନାମୀ ପଛରେ ଆଉ ଏକ କାରଣ ଥାଇପାରେ, କଣ ସେ କାରଣ ?

0 984

ଭୁବନେଶ୍ୱର : ଇଣ୍ଡୋନେସିଆରେ ଗତ କାଲି ଆସିଥିବା ପ୍ରଳୟଙ୍କରୀ ସୁନାମୀ ଫଳରେ ନାହିଁ ନଥିବା କ୍ଷୟକ୍ଷତି ହୋଇଛି । ପ୍ରାୟ 1000 ରୁ ଅଧିକ ବ୍ୟକ୍ତି ମୃତ୍ୟୁବରଣ କରିଥିବାବେଳେ ଆହୁରି ଅନେକ ନିଖୋଜ ଅଛନ୍ତି । କିନ୍ତୁ ବୈଜ୍ଞାନିକ ମାନେ ଏହି ସୁନାମୀର ଭୟଙ୍କର ରୂପକୁ ନେଇ ଚକିତ ହୋଇଯ଼ାଇଛନ୍ତି । କାରଣ ଭୂମିକମ୍ପର ତୀବ୍ରତାକୁ ଦେଖିଲେ ସୁନାମୀର ଶକ୍ତି ଏହାଠାରୁ କମ ହେବାର ଥିଲା । ଏଣୁ ଏହା ପଛରେ କେବଳ ଭୂମିକମ୍ପ ନହୋଇ ଆଉ ଏକ କାରଣ ଥାଇପାରେ ବୋଲି ଅନୁମାନ କରୁଛନ୍ତି କାଲିଫର୍ଣ୍ଣିଆ ଯୁନିଭର୍ସିଟିର ପ୍ରଫେସର ଜାସନ ପାଟନ । ଏହା ପଛରେ ଭୂପୃଷ୍ଠରେ ହୋଇଥିବା କିଛି ପରିବର୍ତ୍ତନ ଏକ କାରଣ ହୋଇପାରେ ବୋଲି ସେ କହିଛନ୍ତି ।

ତେବେ ପ୍ରଶ୍ନ ଉଠେ ସୁନାମୀ କିପରି ହୁଏ ? ଭୂତତ୍ତ୍ୱବିତ ମାନଙ୍କ ମତରେ ସମୁଦ୍ର ତଳେ ଥିବା ଭୂମିରେ କୌଣସି କାରଣରୁ କମ୍ପନ ସୃଷ୍ଟି ହେଲେ ତାହାର ପ୍ରଭାବ ସମୁଦ୍ର ପାଣି ଉପରେ ପଡେ । ଏସବୁ କାରଣ ହେଉଛି ଗଭୀର ସମୁଦ୍ରରେ ଭୂମିକମ୍ପ, ଭୂସ୍ଖଳନ ହେବା ବା ଭୂଗର୍ଭର ପ୍ଲେଟରେ ବିସ୍ଥାପନ । ଆହୁରି ମଧ୍ୟ ଗଭୀର ସମୁଦ୍ରରେ ଅଗ୍ନୀଉଦଗୀରଣ ହେବା ଦ୍ୱାରା ମଧ୍ୟ ସୁନାମୀ ଆସେ । ଏହାର ଆଉ ଏକ କାରଣ ହେଉଛି ଉଲକାପାତ । ଏକ ବୃହତ ଉଲକା ସମୁଦ୍ରରେ ମାଡ ହେଲେ ସୁନାମୀ ଆସିଥାଏ ଅର୍ଥାତ ବିଶାଳକାୟ ଲହଡି ମାଡିଆସି ଉପକୂଳକୁ ଜଳମଗ୍ର କରାଏ ।

Leave A Reply