ରାଜ୍ୟରେ ଖୋଲିଲା ଶିକ୍ଷାନୁଷ୍ଠାନ

0 76

ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଇବା ପରେ ଆଜିଠାରୁ ସମସ୍ତ ଶିକ୍ଷାନୁଷ୍ଠାନ ଖୋଲୁଛି । ଅଷ୍ଟମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଇଁ ଶ୍ରେଣୀଗୃହରେ ପାଠପଢ଼ା ଆରମ୍ଭ ହେବ । ସେହିପରି ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ସମସ୍ତ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟରେ ମଧ୍ୟ ଶିକ୍ଷାଦାନ ଆରମ୍ଭ ହେବ । ବିଦ୍ୟାଳୟ ଖୋଲିବା ପୂର୍ବରୁ କ୍ୟାମ୍ପସ୍‍ ପରିସର ସଫା କରାଯାଇଛି । ସ୍ଥାନୀୟ ଜିଲ୍ଲା ଓ ବ୍ଲକ୍‍ ଶିକ୍ଷାଧିକାରୀ ଏସବୁ ଅନୁଧ୍ୟାନ କରିଛନ୍ତି । ଶିକ୍ଷାବିଭାଗର ନିର୍ଦ୍ଦେଶ ଅନୁଯାୟୀ ଅଷ୍ଟମ ଶ୍ରେଣୀ ପିଲାଙ୍କ
ପାଠପଢ଼ା ପୂର୍ବାହ୍ନ ୧୦ଟାରୁ ପାଠପଢ଼ା ଆରମ୍ଭ ହୋଇ ଅପରାହ୍ଣ ଗୋଟାଏରେ ଶେଷ ହେବାକୁ ଥିବାବେଳେ ନବମରୁ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଠପଢ଼ା ପୂର୍ବାହ୍ନ ୧୦ଟାରୁ ଆରମ୍ଭ ହୋଇ ଅପରାହ୍ଣ ୪ଟାରେ ଶେଷ ହେବ ।


ଛାତ୍ରଛାତ୍ରୀଙ୍କ ପାଇଁ ବିଦ୍ୟାଳୟ ଆସିବା ଇଚ୍ଛାଧୀନ ରଖାଯାଇଛି । ବିଦ୍ୟାର୍ଥୀ ଅଭିଭାବକଙ୍କ ଅନୁମତି ଆଣି ବିଦ୍ୟାଳୟ ଆସିବେ । ଯେଉଁମାନେ ବିଦ୍ୟାଳୟ ନ ଆସିବେ, ସେମାନେ ଅନ୍‍ଲାଇନ୍‍ରେ ପାଠ ପଢ଼ିପାରିବେ । ପିଲାଙ୍କ ଶିକ୍ଷାଦାନକୁ ଦୃଷ୍ଟିରେ ରଖି ଗତକାଲିଠାରୁ ସମସ୍ତ ଛାତ୍ରାବାସ ଖୋଲାଯାଇଛି । କରୋନା ସଂକ୍ରମଣ ଏଡ଼ାଇବାପାଇଁ ଛାତ୍ରାବାସ ପରିସରରେ ସଙ୍ଗରୋଧର ବ୍ୟବସ୍ଥା ମଧ୍ୟ କରାଯାଇଛି । ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ରମୀର ରଞ୍ଜନ ଦାଶ କହିଛନ୍ତି, କରୋନା କଟକଣା ମଧ୍ୟରେ ବିଦ୍ୟାଳୟ ପାଠ ପଢ଼ାଯିବ । ଶିକ୍ଷାଧିକାରୀ ସମସ୍ତ ସ୍ଥିତି ପରଖିବେ ଏବଂ ଜିଲ୍ଲା ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ ସହ ସମନ୍ୱୟ ରଖିବେ ।

Leave A Reply