ଶ୍ରୀଦୁର୍ଗା ସପ୍ତସତୀରେ ଉଲ୍ଲେଖ ଅଛି, ଆଦ୍ୟା ଶକ୍ତି ଦୁର୍ଗା ତିନି ରୂପରେ ପ୍ରକାଶ ହୋଇ ତିନୋଟି ନବରାତ୍ରୀରେ ପୂଜା ପାଆନ୍ତି । ଆଶ୍ୱିନ ନବରାତ୍ରରେ ଦୁର୍ଗା ପୂଜା ପାଆନ୍ତି। ମା ସରସ୍ୱତୀ ଶୁକ୍ଳ ବସ୍ତ୍ର ପରିହିତା, ବିଣା ପୁସ୍ତକ ହସ୍ତରେ ହଂସାରୁଢା । ମା’ ଙ୍କର ବାହାନ ମୟୁର ବୋଲି କେତେକ ଶାସ୍ତ୍ରରେ ଉଲ୍ଲେଖ ଅଛି । ସରସ୍ୱତୀଙ୍କୁ ଶବ୍ଦ ବ୍ରହ୍ମରେ ସ୍ତୁତି କଲେ ମା ପ୍ରସନ୍ନ ହୁଅନ୍ତି । ମା’ ବିଦ୍ୟାର୍ଥୀଙ୍କୁ ଓ ସଙ୍ଗୀତ ସାଧକଙ୍କୁ ଅଶେଷ କୃପା ପ୍ରଦାନ କରନ୍ତି । ମା’ ସରସ୍ୱତୀ ବଗ୍ଦେବୀ, ସମସ୍ତଙ୍କୁ ସଦବୁଦ୍ଧି ସହ ସତବଚନର ଆଶିର୍ବାଦ ଦେଇଥାନ୍ତି ।
ବ୍ରହ୍ମବୈବର୍ତ୍ତ ପୁରାଣ ଅନୁଯାୟୀ ସୃଷ୍ଟି କାଳରେ ଈଶ୍ୱରଙ୍କ ଇଚ୍ଛାରୁ ଆଦ୍ୟାଶକ୍ତି ନିଜକୁ ପାଞ୍ଚ ଭାଗରେ ବିଭକ୍ତ କରି ନେଇଥିଲେ । ସେ ରାଧା, ପଦ୍ମା, ସାବିତ୍ରୀ, ଦୁର୍ଗା ଏବଂ ସରସ୍ୱତୀଙ୍କ ରୂପରେ ଭଗବାନ ଶ୍ରୀକୃଷ୍ଣଙ୍କ ବିଭିନ୍ନ ଅଙ୍ଗରୁ ସୃଷ୍ଟି ହୋଇଥିଲେ । ସେ ସମୟରେ ଶ୍ରୀକୃଷ୍ଣଙ୍କ କଣ୍ଠରୁ ଦେବୀ ସରସ୍ୱତୀ ଉତ୍ପନ୍ନ ହୋଇଥିଲେ
ସଂଗୀତର ସଷ୍ଟି କରିଥିବା କାରଣରୁ ତାଙ୍କୁ ସଙ୍ଗୀତ ଦେବୀ ମଧ୍ୟ କୁହାଯାଏ। ବସନ୍ତ ପଞ୍ଚମୀ ଦିନକୁ ତାଙ୍କର ଜନ୍ମଦିନ ଭାବେ ପାଳନ କରାଯାଏ। ଅନ୍ୟାନ ପୂଜା ପରି ମା’ ସରସ୍ୱତୀଙ୍କ ପୂଜା କରାଯାଇଥାଏ। ତେବେ କେତେକ ନିର୍ଦ୍ଦିଷ୍ଟ ରଙ୍ଗର ଫୁଲ, ଭୋଗ ଓ ସାମଗ୍ରୀରେ ପୂଜା କଲେ ଶୁଭ ଫଳ ମିଳେ ବୋଲି କୁହାଯାଏ। ତେବେ ହଳଦିଆ ରଙ୍ଗ ମା’ଙ୍କର ବେଶି ପ୍ରିୟ। ତେଣୁ ହଳଦିଆ ଫିଲ, ହଳଦିଆ ରଙ୍ଗର ଭୋଗ ମା’ଙ୍କୁ ଅର୍ପଣ କରାଯାଇଥାଏ।