-ଏକ ନୂଆ ରୟାଲ ଏନ୍ଫିଲ୍ଡ ମୋଟରସାଇକେଲକୁ ଅପ୍ଗ୍ରେଡ ହେବାକୁ ଚାହୁଁଥିବା ଗ୍ରାହକଙ୍କ ପାଇଁ ଏହା ଏକ୍ସଚେଞ୍ଜ ଲାଭ ସହିତ ଏକ ଲୟାଲ୍ଟି ପ୍ରୋଗ୍ରାମର ଶୁଭାରମ୍ଭ କରିଛି ।
-ରିଓନ୍ ସମ୍ପୂର୍ଣ୍ଣ ବ୍ରାଣ୍ଡ ନିଶ୍ଚିତତା, ଉଚିତ ମୂଲ୍ୟ ଗ୍ୟାରେଂଟି, ସହଜ ଟ୍ରାନ୍ସଫର ଓ ଡକ୍ୟୁମେଂଟେଶନ ସହିତ ଏକ ନିଶ୍ଚିତ ବାଧାମୁକ୍ତ ଅନୁଭୂତି ପ୍ରଦାନ କରୁଛି ।

ଭାରତ: ମିଡ୍ସାଇଜ (୨୫୦ସିସି-୭୫୦ସିସି) ମୋଟରସାଇକେଲ ସେଗ୍ମେଂଟରେ ଗ୍ଲୋବାଲ ଲିଡର ରୟାଲ ଏନ୍ଫିଲ୍ଡ ପକ୍ଷରୁ ଆଜି ଏହାର ପ୍ରି-ଓନ୍ଡ ମୋଟରସାଇକେଲ ବ୍ୟବସାୟ ‘ରିଓନ୍’ର ଗୁରୁତ୍ୱପୂର୍ଣ୍ଣ ସମ୍ପ୍ରସାରଣ ସମ୍ପର୍କରେ ଘୋଷଣା କରାଯାଇଛି । ଭାରତର ୨୩୬ଟି ସହରର ଗ୍ରାହକ ଓ ଆର୍ଇ ଉତ୍ସାହୀମାନେ ଏବେ ଖୁବ୍ ସହଜରେ ନିଜର ବିଦ୍ୟମାନ ମୋଟରସାଇକେଲଗୁଡିକୁ ବିକ୍ରି କରିବାକୁ ସକ୍ଷମ ହେବେ ଏବଂ ରୟାଲ ଏନ୍ଫିଲ୍ଡର ଉତ୍ସାହଜନକ ଓ ସକ୍ଷମ ଶୃଙ୍ଖଳାରୁ ନୂଆ ରାଇଡ୍କୁ ଅପ୍ଗ୍ରେଡ୍ ହୋଇପାରିବେ । ପ୍ରି-ଓନ୍ଡ ରୟାଲ ଏନ୍ଫିଲ୍ଡ ଯାନଗୁଡିକୁ କ୍ରୟ ଓ ବିକ୍ରି କରିବା ପାଇଁ ଏକ ସ୍ୱଚ୍ଛ ପ୍ଲାଟ୍ଫର୍ମ ରିଓନ୍କୁ କିଛି ନିର୍ଦ୍ଧିଷ୍ଟ ସହରରେ ୨୦୨୩ରେ ଶୁଭାରମ୍ଭ କରାଯାଇଥିଲା ।
ରିଓନ୍ ଏବେ ଗ୍ରାହକଙ୍କ ପାଇଁ ଭାରତର ୨୪ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳର ୨୩୬ ସହରଗୁଡିକରେ ରୟାଲ ଏନ୍ଫିଲ୍ଡର ୪୭୫ଟି ଡିଲରସିପ ମାଧ୍ୟମରେ ଉପଲବ୍ଧ ହେବ । ଏହା ନିର୍ଭରଯୋଗ୍ୟତା ଓ ଶୁଦ୍ଧ ମୋଟରସାଇକ୍ଲିଙ୍ଗ୍ ଅନୁଭୂତିକୁ ମିଶ୍ରଣ କରୁଥିବା ମୋଟରସାଇକେଲଗୁଡିକର ଏକ ରେଞ୍ଜ ପ୍ରଦାନ କରିବା ପାଇଁ କମ୍ପାନୀର ପ୍ରତିବଦ୍ଧତାକୁ ଧାରଣ କରିବ । ନେଟ୍ୱର୍କ ସମ୍ପ୍ରସାରଣ ବ୍ୟତୀତ ରୟାଲ ଏନ୍ଫିଲ୍ଡ, ରିଓନ୍ର ଆରଇ-ଟୁ-ଆର୍ଇ- ଏକ୍ସଚେଞ୍ଜଗୁଡିକ ମାଧ୍ୟମରେ ଏକ ପ୍ରି-ଓନ୍ଡ ରୟାଲ ଏନ୍ଫିଲ୍ଡ ମୋଟରସାଇକେଲରୁ ଏକ ନୂଆ ମୋଟରସାଇକେଲକୁ ଅପ୍ଗ୍ରେଡ ହେବାକୁ ଚାହୁଁଥିବା ଗ୍ରାହକଙ୍କ ପାଇଁ ଏକ୍ସଚେଞ୍ଜ ଲାଭ ସହିତ ଏହାର ପ୍ରଥମ ଲୟାଲ୍ଟି ପ୍ରୋଗ୍ରାମର ଶୁଭାରମ୍ଭ କରିଛି ।

ରିଓନ୍ର ସମ୍ପ୍ରସାରଣ ଉପରେ ମତପ୍ରକାଶ କରି ରୟାଲ ଏନ୍ଫିଲ୍ଡର ମୁଖ୍ୟ ବାଣିଜ୍ୟିକ ଅଧିକାରୀ ୟଦ୍ବିନ୍ଦର ସିଂହ ଗୁଲେରିଆ କହିଛନ୍ତି, “ ରୟାଲ ଏନ୍ଫିଲ୍ଡରେ ଆମେ ରାଇଡିଙ୍ଗ୍ ଉତ୍ସାହୀମାନଙ୍କୁ ଏକ ରୟାଲ ଏନ୍ଫିଲ୍ଡର ମାଲିକ ହେବାର ଆନନ୍ଦ ପ୍ରଦାନ କରିବା ପାଇଁ ନିରନ୍ତର ଭାବେ ଉଦ୍ଭାବନ କରୁଛୁ । କେବଳ କିଛି ନିର୍ଦ୍ଧିଷ୍ଟ ସହରରୁ ଏକ ବର୍ଷ ମଧ୍ୟରେ ଦେଶର ୨୩୬ଟି ସହରକୁ ରିଓନ୍ର ସମ୍ପ୍ରସାରଣ , ପ୍ରଥମ ହେଉ କିମ୍ବା ଅପ୍ଗ୍ରେଡ୍ ଗ୍ରାହକମାନଙ୍କୁ ଏକ ରୟାଲ ଏନ୍ଫିଲ୍ଡ କ୍ରୟ କରିବାର ବାଧାହୀନ ଓ ସ୍ୱଚ୍ଛ ମାଧ୍ୟମ ପ୍ରଦାନ କରିବା ପାଇଁ ଆମର ପ୍ରତିଶ୍ରୁତିର ବିସ୍ତାର ଅଟେ ।”
ରିଓନ୍କୁ ରାଇଡିଂ ଉତ୍ସାହୀଙ୍କ ମଧ୍ୟରେ ରୟାଲ ଏନ୍ଫିଲ୍ଡ ମୋଟରସାଇକେଲକୁ ନେଇ ରହିଥିବା ବର୍ଦ୍ଧିତ ଆଗ୍ରହ ଓ ଆକାଂକ୍ଷାକୁ ପୂରଣ କରିବା ପାଇଁ ଡିଜାଇନ କରାଯାଇଛି । ବିଶ୍ୱାସ, ସୁବିଧା ଓ ସମ୍ପୂର୍ଣ୍ଣ ବ୍ରାଣ୍ଡ ନିଶ୍ଚିତତା ପ୍ରଦାନ କରି ମାଲିକାନା ଓ ଅପ୍ଗ୍ରେଡ୍କୁ ସହଳ କରିବାର ଏକ ଲକ୍ଷ୍ୟ ସହିତ ଏହା ପ୍ରି-ଓନ୍ଡ ରୟାଲ ଏନ୍ଫିଲ୍ଡ କ୍ରୟ କରିବା ପାଇଁ ଅଗ୍ରହୀ ଥିବା ଗ୍ରାହକଙ୍କ ଲାଗି ଏକ ୱାନ୍-ଷ୍ଟପ ସଲ୍ୟୁଶନ ଭାବେ କାର୍ଯ୍ୟ କରୁଛି । ରିଓନ୍ ଉଭୟ ଇନ୍-ଷ୍ଟୋର ଓ ଅନ୍ଲାଇନ ବିକଳ୍ପ ପ୍ରଦାନ କରୁଛି, ଯାହା ଏହାକୁ ଗ୍ରାହକଙ୍କ ପାଇଁ ନିଜର ପୁରୁଣା ରୟାଲ ଏନ୍ଫିଲ୍ଡ ମୋଟରସାଇକେଲକୁ କ୍ରୟ, ବିକ୍ରୟ ଓ ଏକ୍ସଚେଞ୍ଜ କରିବା ସହଜ କରୁଛି । ସେଲରମାନେ ଏକ ଅନ୍ଲାଇନ ଫର୍ମ ପୂରଣ କରି ଯେକୌଣସି ସ୍ଥାନରେ ନିଜର ମୋଟରସାଇକେଲ ପାଇଁ ଏକ ମାଗଣା ଯାଂଚ ସମୟ ଧାର୍ଯ୍ୟ କରିପାରିବେ । ରିଓନ୍ ଅଣ ଆର୍ଇ ମୋଟରସାଇକେଲଗୁଡିକର ଏକ୍ସଚେଞ୍ଜକୁ ସୁଗମ କରିବା ପାଇଁ ଆଡ୍ରଏଟ ଅଟୋ, ଏସ୍ଏଏମ୍ଆଇଏଲ୍ ଓ ଇନ୍ଷ୍ଟାବିଡ୍ ସହ ସହଭାଗିତା କରିଛି । ରିଓନ୍ରେ ତାଲିକାଭୁକ୍ତ ପ୍ରତ୍ୟେକ ମୋଟରସାଇକେଲ ରୟାଲ ଏନ୍ଫିଲ୍ଡ ଦ୍ୱାରା ସାର୍ଟିଫାଏଡ ଅଟେ ଏବଂ ଏହା ୨୦୦ରୁ ଅଧିକ ଟେକ୍ନିକାଲ ଓ ମେକାନିକାଲ ଯାଂଚର ସମ୍ମୁଖୀନ ହୋଇଥାଏ, ଏଥିସହିତ ଏଗୁଡିକୁ ଅଥୋରାଇଜ୍ଡ ରୟାଲ ଏନ୍ଫିଲ୍ଡ ସର୍ଭିସ ସେଂଟରଗୁଡିକରେ ଜେନୁଇନ ପାର୍ଟର ବ୍ୟବହାର କରି ରିଫର୍ବିଶ କରାଯାଇଥାଏ । ଏହି ମୋଟରସାଇକେଲଗୁଡିକ ୧୨ ମାସର ବ୍ରାଣ୍ଡ ୱାରେଂଟି ଏବଂ ଦୁଇଟି ମାଗଣା ସର୍ଭିସ୍ ସହିତ ଆସୁଛି ।

କ୍ରୟ କରିବା, ବିକ୍ରି କରିବା କିମ୍ବା ଏହି ପ୍ରୋଗ୍ରାମ ସମ୍ପର୍କରେ ଅଧିକ ଜାଣିବା ପାଇଁ ଲଗ୍ଅନ୍ କରନ୍ତୁ:
http://royalenfield.com/reown
Comments are closed, but trackbacks and pingbacks are open.