ପ୍ରବାସୀ ଭାରତୀୟ ସ୍ୱଦେଶ ଫେରିଲେ
ନୂଆଦିଲ୍ଲୀ – କରୋନା ଭାଇରସ ସଂକ୍ରମଣ କାରଣରୁ ବିଭିନ୍ନ ବିଦେଶରେ ରହୁଥିବା ପ୍ରବାସୀ ଭାରତୀୟମାନେ ସ୍ୱଦେଶ ଫେରିଛନ୍ତି । ଏମାନେ ବିମାନ ଓ ଜାହାଜରେ ଆସୁଛନ୍ତି ।
ହଜାର ହଜାର ପ୍ରବାସୀ ଭାରତୀୟମାନଙ୍କ ଆଗମନକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ବିମାନ ବନ୍ଦର ଓ ବନ୍ଦରରେ ବ୍ୟାପକ ପ୍ରସ୍ତୁତି
କରିଛନ୍ତି । କାଲିଠାରୁ ଆରମ୍ଭ ହେଉଥିବା ଏହି ସର୍ବବୃହତ୍ତ ଅଭିଯାନର ମୁକାବିଲା ପାଇଁ ବିଦେଶ ମନ୍ତ୍ରାଳୟ ଗତକାଲି ଅନେକ ବୈଠକର ଆୟୋଜନ କରିଛି । ଏୟାର ଇଣ୍ଡିଆର ଏକ ସ୍ୱତନ୍ତ୍ର ବିମାନ ୨୦୦ଜଣ ଭାରତୀୟ ନାଗରିକଙ୍କୁ ନେଇ ଆବୁଧାବିରୁ ଭାରତ ଆସିଛନ୍ତି ।