ରାଜ୍ୟର କରୋନା ସମ୍ପର୍କୀତ ଅପଡେଟ୍‌

0 1,435

ଭୁବନେଶ୍ୱର – କରୋନା ଭୂତାଣୁ ରୋଗ (କୋଭିଡ୍‌-୧୯)ର ସଂକ୍ରମଣକୁ ପ୍ରତିହତ କରିବା ନିମନ୍ତେ ଓଡ଼ିଶା ସରକାର ଗ୍ରହଣ କରିଥିବା ବିଭିନ୍ନ  ପଦକ୍ଷେପ ଉପରେ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗ୍‌ଚୀ, ସୂଚନା ଓ ଲୋକସଂପର୍କ ବିଭାଗର କମିଶନର ତଥା ଶାସନ ସଚିବ  ସଂଜୟ କୁମାର ସିଂ ଆଜି ଅପରାହ୍ନରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

-ମାନ୍ୟବର ମୁଖ୍ୟମନ୍ତ୍ରୀନବୀନ ପଟ୍ଟନାୟକ ଆଜି ବିଶ୍ୱ ରେଡ୍‌କ୍ରସ ଦିବସ ଅବସରରେ ଏକ ବାର୍ତ୍ତା ମାଧ୍ୟମରେ କହିଛନ୍ତି ଯେ ସାରା
ବିଶ୍ୱରେ ଲକ୍ଷ ଲକ୍ଷ ସେ୍ୱଚ୍ଛାସେବୀ କୋଭିଡ୍‌-୧୯ ମହାମାରୀ ବିରୋଧରେ ଚାଲିଥିବା ସଂଗ୍ରାମରେ ଅହୋରାତ୍ର କାର୍ଯ୍ୟ କରୁଛନ୍ତି ଓ ଅପରିସୀମ  ତ୍ୟାଗ ସ୍ୱୀକାର କରୁଛନ୍ତି । ଏହି କଠିନ ସମୟରେ ମାନବ ଜୀବନକୁ ସୁରକ୍ଷିତ ରଖିବା ପାଇଁ ଏକ ସହାନୁଭୂତିଶୀଳ ସମାଜର ଅଂଶ ଭାବରେ  ଆମେ ସମସ୍ତେ ନିଜର ଭୂମିକା ନିର୍ବାହ କରିବାକୁ ପ୍ରତିଜ୍ଞାବଦ୍ଧ ହେବା ନିମନ୍ତେ ମାନ୍ୟବର ମୁଖ୍ୟମନ୍ତ୍ରୀ ଆହ୍ୱାନ ଜଣାଇଛନ୍ତି ।

– ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବିଶ୍ୱ ଥାଲାସେମିଆ ଦିବସ ଅବସରରେ କହିଛନ୍ତି ଯେ ବିଭିନ୍ନ ରୋଗରେ
ଆକ୍ରାନ୍ତ ଲୋକମାନଙ୍କ ନିମେ; ରକ୍ତଭଣ୍ଡାରଗୁଡ଼ିକରେ ଯଥେଷ୍ଟ ପରିମାଣର ରକ୍ତ ମହଜୁଦ ରହିବା ଆବଶ୍ୟକ । ମାନ୍ୟବର ମୁଖ୍ୟମନ୍ତ୍ରୀ
କୋଭିଡ୍‌-୧୯ ଲକ୍‌ ଡାଉନ୍‌ ତଥା ସାମାଜିକ ଦୂରତ୍ୱର ନିୟମାବଳୀ ଅନୁପାଳନପୂର୍ବକ ରକ୍ତଦାନ କରି ସ୍ୱାସ୍ଥ୍ୟସେବାର ଏହି ଆବଶ୍ୟକତା ପୂରଣ  କରିବା ପାଇଁ ସର୍ବସାଧାରଣଙ୍କୁ ଅନୁରୋଧ କରିଛନ୍ତି ।

-ରାଜ୍ୟ ସରକାର ଆଜି ୩ ଜଣ ଭାରତୀୟ ପ୍ରଶାସନିକ ସେବା ଅଧିକାରୀଙ୍କୁ କୋଭିଡ୍‌-୧୯ ପରିଚାଳନାରେ ଗଞ୍ଜାମ ଜିଲ୍ଲା
ପ୍ରଶାସନକୁ ସହଯୋଗ କରିବା ନିମନ୍ତେ ଏକ ମାସ ପାଇଁ ନିୟୋଜିତ କରିଛନ୍ତି । ଓଡ଼ିଶା ଖଣି ନିଗମର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପି. ଅନେ୍ୱଷା  ରେଡ୍ଡୀ, ଗ୍ରୀଡ଼୍‌କୋର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପାଟିଲ୍‌ ଆଶିଷ ଈଶ୍ୱର ଏବଂ ଓଟିଡିସିର ପରିଚାଳନା ନିର୍ଦ୍ଦେଶକ ହେମକାନ୍ତ ସାଏଙ୍କୁ ଏହି ଦାୟିତ୍ୱ  ପ୍ରଦାନ କରାଯାଇଛି ।

-କେତେକ ଶିଳ୍ପ ସଂସ୍ଥା ଓ ଶିଳ୍ପ ସଂଘର ଆବେଦନକୁ ବିଚାର କରି ଓଡ଼ିଶା ସରକାର ୨୦ ଅପ୍ରେଲ୍‌ ୨୦୨୦ରୁ ଶିଳ୍ପ ଓ
ବାଣିଜି୍ୟକ କାର୍ଯ୍ୟକଳାପ ନିମନ୍ତେ ରହିଥିବା କଟକଣାକୁ କିଛି ମାତ୍ରାରେ କୋହଳ କରିଛନ୍ତି ।

– କୌଣସି ସାବାଳକ ଶ୍ରମିକଙ୍କୁ କାରଖାନାରେ ଦୈନିକ ୧୨ ଘଣ୍ଟାରୁ ଅଧିକ କି ସପ୍ତାହକୁ ୭୨ ଘଣ୍ଟାରୁ ଅଧିକ କାର୍ଯ୍ୟ କରିବା
ପାଇଁ ଅନୁମତି ଦିଆଯାଇ ପାରିବ ନାହିଁ । କୌଣସି ସାବାଳକ ଶ୍ରମିକଙ୍କୁ ଏକକାଳୀନ ୬ ଘଣ୍ଟାରୁ ଅଧିକ ସମୟ କାମ କରିବାକୁ ଦିଆଯିବ ନାହିଁ,  ଅତିକମ୍‌ରେ ଅଧଘଣ୍ଟା ପାଇଁ ବିଶ୍ରାମ ସମୟ ଦେବାକୁ ହେବ । ସମୁଦାୟ ୧୩ ଘଣ୍ଟାରୁ ଅଧିକ ସମୟ କାରଖାନାରେ ରହିହେବ ନାହିଁ ।

-. ସରକାରଙ୍କ ସ୍ୱତନ୍ତ୍ର ଅନୁମତି ବିନା କୌଣସି ମହିଳା ଶ୍ରମିକଙ୍କୁ କାରଖାନାରେ ସନ୍ଧ୍ୟା ୭ଟାରୁ ସକାଳ ୬ଟା ପର୍ଯ୍ୟନ୍ତ କାର୍ଯ୍ୟ
କରିବାକୁ ଦିଆଯିବ ନାହିଁ ।
କାରଖାନା ଆଇନର ଧାରା ୫୯ ଅନୁସାରେ ଜଣେ ଶ୍ରମିକ ସପ୍ତାହକୁ ସର୍ବାଧିକ ୨୪ ଘଣ୍ଟା ଓଭର ଟାଇମ୍‌ କରିପାରିବେ ଏବଂ
ତାଙ୍କୁ ଦୈନିକ ଅତିରିକ୍ତ ୪ ଘଣ୍ଟା ଓଭର ଟାଇମ୍‌ ମଜୁରୀ ପ୍ରଦାନ କରାଯିବ ।

– କୋଭିଡ୍‌-୧୯ ସଂପର୍କିତ ଅନ୍ୟାନ୍ୟ ସମସ୍ତ ମାର୍ଗଦର୍ଶିକାକୁ କଡ଼ାକଡ଼ି ଅନୁପାଳନ କରାଯିବ ।

– କୋଭିଡ୍‌-୧୯ରୁ ମୁକାବିଲା ନିମନ୍ତେ ଓଡ଼ିଶାରେ ତାଲିମପ୍ରାପ୍ତ ଡାକ୍ତର, ନର୍ସ ଏବଂ ଚିକିତ୍ସା ସହାୟକମାନଙ୍କୁ ପ୍ରସ୍ତୁତ ରଖାଯାଇଛି
। ସ୍ୱତନ୍ତ୍ର ଭାବେ ଗଠିତ ତାଲିମ ଓ ଦକ୍ଷତା ବିକାଶ ଟିମ୍‌ଙ୍କ ପ୍ରଚେଷ୍ଟାରେ ବର୍ତ୍ତମାନ ସୁଦ୍ଧା ୮୦୨୩ ଡାକ୍ତର, ୮୨୯୬ ଷ୍ଟାଫ୍‌ ନର୍ସ, ୪୧୦୫
ଲାବୋରେଟୋରୀ ଟେକ୍‌ନିସିଆନ୍‌, ୪୧୧୪ ଆୟୁଷ ଡାକ୍ତର, ୪୯୦୫ ଆମ୍ବୁଲନ୍ସ ଡ୍ରାଇଭର, ୧,୩୫,୮୨୦ ଏଏନ୍‌ଏମ୍‌, ଆଶା/ଅଙ୍ଗନବାଡ଼ି
କର୍ମୀ ଏବଂ ୭୨୩୬ ସଫେଇ କର୍ମଚାରୀଙ୍କୁ କୋଭିଡ୍‌-୧୯ ଯୋଦ୍ଧା ଭାବେ ତାଲିକାଭୁକ୍ତ କରାଯାଇଛି ।

– ଖରିଫ୍‌-୨୦୨୦ରେ ୯୬ ଲକ୍ଷ ମେଟି୍ରକ୍‌ ଟନ୍‌ ଖାଦ୍ୟଶସ୍ୟ ଉତ୍ପାଦନର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । କୃଷି ଓ କୃଷକ
ସଶକ୍ତିକରଣ ବିଭାଗ ଫସଲ ବିବିଧକରଣ ଉପରେ ଗୁରୁତ୍ୱ ଦେଇଛନ୍ତି । କୃଷକମାନଙ୍କୁ ଲାଭାନ୍ୱିତ କରିବା ଉଦ୍ଦେଶ୍ୟରେ ଫାର୍ମ ପଣ୍ଡ ଖନନ ଓ
ଫସଲ ଋଣ ପ୍ରଦାନ ଆଦି ପଦକ୍ଷେପ ଗ୍ରହଣ କରାଯାଇଛି ।

– ଦେଶର ବିଭିନ୍ନ ରାଜ୍ୟରେ ରହିଥିବା ଓଡ଼ିଆ ଭାଉଭଉଣୀମାନେ ଦୈନିକ ଓଡ଼ିଶା ଫେରୁଛନ୍ତି । ଆଜି ୬୬୧୮ ଜଣ ଓଡ଼ିଆ
ଭାଉଭଉଣୀ ଓଡ଼ିଶାରେ ପହଞ୍ଚିଛନ୍ତି । ଏ ପର୍ଯ୍ୟନ୍ତ ବାହାର ରାଜ୍ୟଗୁଡ଼ିକରୁ ଓଡ଼ିଶାକୁ ୪୬,୩୮୩ ଜଣ ଫେରିଛନ୍ତି । ସେମାନେ ବସ୍‌, ଟ୍ରେନ୍‌ ଓ
ଅନ୍ୟ ଯାନବାହନରେ ଆସୁଛନ୍ତି ।

-କୋଭିଡ୍‌-୧୯ ପରିପ୍ରେକ୍ଷୀରେ ଗ୍ରାମାଞ୍ଚଳରେ କ୍ୱାରାଣ୍ଟାଇନ୍‌ ସ୍ୱାସ୍ଥ୍ୟସେବାକୁ ସଶକ୍ତ କରିବା ଉଦ୍ଦେଶ୍ୟରେ ୬୭୯୮ ଗ୍ରାମ
ପଞ୍ଚାୟତରେ ୧୩,୬୮୫ଟି ଅସ୍ଥାୟୀ ଚିକିତ୍ସା କେନ୍ଦ୍ର ସ୍ଥାପିତ ହୋଇଛି । ଏଥିରେ ମୋଟ ୫,୪୮,୧୬୧ ଶଯ୍ୟାର ବ୍ୟବସ୍ଥା କରାଯାଇଛି ।

– ଆଜି ରାଜ୍ୟର ୪୯୪୮ ଗ୍ରାମ ପଞ୍ଚାୟତରେ ୩,୧୯,୧୪୦ ଜଣ ନିରାଶ୍ରୟ ଓ ଅସହାୟ ଲୋକଙ୍କୁ ରନ୍ଧାଖାଦ୍ୟ ଯୋଗାଇ
ଦିଆଯାଇଛି । ସେହିପରି ୧୧୪ ଟି ପୌରାଞ୍ଚଳରେ ୩୫,୩୩୯ ଜଣଙ୍କୁ ରନ୍ଧାଖାଦ୍ୟ ଦିଆଯାଇଛି ।

-ରାଜ୍ୟରେ କୋଭିଡ୍‌-୧୯ ନିୟମ ଏବଂ ମାର୍ଗଦର୍ଶିକା ଉଲ୍ଲଂଘନ କରିଥିବା ଅଭିଯୋଗରେ ମଇ ୭ରୁ ମଇ ୮ ତାରିଖ ସକାଳ
ପର୍ଯ୍ୟନ୍ତ ୨୪ ଘଣ୍ଟା ମଧ୍ୟରେ ୨୨ଟି ମାମଲା ଦାୟର କରାଯାଇଛି । ସେଥିରୁ ୧୮ଟି ମାମଲା ଲକ୍‌ ଡାଉନ୍‌ ସଂପର୍କିତ ହୋଇଥିବାବେଳେ ୩ଟି
ହୋମ୍‌ କ୍ୱାରାଣ୍ଟାଇନ୍‌ ଉଲ୍ଲଂଘନ ପାଇଁ ଏବଂ ୧ଟି ଅନ୍ୟାନ୍ୟ କାରଣ ପାଇଁ ଅଟେ । ବିଭିନ୍ନ ଅଭିଯୋଗରେ ୫୩ ଜଣଙ୍କୁ ଗିରଫ କରାଯାଇଛି ।

Leave A Reply