ଜଗତରନାଥ ଜଗନ୍ନାଥ ବଡଦାଣ୍ଡକୁ ଓହ୍ଲାଇଆସିଛନ୍ତି ଭକ୍ତ ଗହଣକୁ. ଭୋରରେ ମଙ୍ଗଳା ଆଳତୀ ସହ ଆରମ୍ଭହୋଇଥିଲା ରଥ ଯାତ୍ରାର ନୀତି. ମଇଲମ , ତଡପ ଲାଗି , ରୋଷ ହୋମ ଅବକାଶ ସୂର୍ଯ୍ୟପୂଜା , ଗୋପାଳ ବଲ୍ଲଭ ,ସକାଳଧୂପ ନୀତି ମନ୍ଦିର ଭିତରେ ସମାପନ ହୋଇଥିଲା.
ଏହାପରେ ରଥ ପ୍ରତିଷ୍ଠା, ମଙ୍ଗଳାର୍ପଣ ନୀତି ସମାପନ ହେବାପରେ ପହଣ୍ଡି ଆରମ୍ଭ ହୋଇଥିଲା ପ୍ରଥମେ ସୁଦର୍ଶନଙ୍କୁ ପହଣ୍ଡିକରି ଦେବୀଦଳନ ରଥକୁ ଅଣାଯାଇଥିଲା.ପରେ ସୁଭଦ୍ରା,ବଳଭଦ୍ର ଓ ଜଗନ୍ନାଥଙ୍କୁ ଧାଡି ପହଣ୍ଡିରେ ରଥାରୂଢ କରାଇଥିଲେ ସେବକମାନେ.