ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ମାଲେସିଆର ବରିଷ୍ଠ ପ୍ରତିରକ୍ଷା ମନ୍ତ୍ରୀ ୱାଇ.ବି. ଡାଟୋ-ସେରି ହିସାମୁଦ୍ଦିନ ତୁନ୍ ହୁସେନଙ୍କ ସହିତ ଗତକାଲି ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି । ବିଶେଷକରି ଦୁଇପକ୍ଷୀୟ, ଆଞ୍ଚଳିକ ଏବଂ ପ୍ରତିରକ୍ଷା ଶିଳ୍ପ ସହଯୋଗ କ୍ଷେତ୍ର ଏହି ଆଲୋଚନା ମଧ୍ୟରେ ସ୍ଥାନ ପାଇଛି । ଉଭୟ ମନ୍ତ୍ରୀ ଦୁଇଦେଶ ମଧ୍ୟରେ ପ୍ରତିରକ୍ଷା ସହଯୋଗକୁ ଅଧିକ ସୁଦୃଢ କରିବା ଦିଗରେ ଆବଶ୍ୟକ ପଦକ୍ଷେପ ନେବାକୁ ସମ୍ମତି ପ୍ରଦାନ କରିଛନ୍ତି । ଗତବର୍ଷ ଅଗଷ୍ଟ ମାସରେ ଶ୍ରୀ ହୁସେନ ମାଲେସିଆରର ବରିଷ୍ଠ ପ୍ରତିରକ୍ଷା ମନ୍ତ୍ରୀଭାବେ ଦାୟିତ୍ୱ ନେଇଥିବା ପରିପ୍ରେକ୍ଷୀରେ ଶ୍ରୀ ସିଂ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ପ୍ରତିରକ୍ଷା କ୍ଷେତ୍ରରେ ଭାରତ କିଭଳି ମାଲେସିଆକୁ ସହାୟତା କରିପାରିବ ତା’ଉପରେ
ଶ୍ରୀ ସିଂହ ଆଲୋକପାତ କରିଛନ୍ତି ।
ଭାରତରେ ପ୍ରତିରକ୍ଷା ଶିଳ୍ପର ଉପଲବ୍ଧ ବିଭିନ୍ନ ସାମଗ୍ରୀ ଏବଂ ସହାୟତା ସମ୍ପର୍କରେ ଅବଗତ ହେବା ନିମନ୍ତେ ମାଲେସିଆର ଏକ ପ୍ରତିନିଧି ଦଳ ନୂଆଦିଲ୍ଲୀ ଆସିବା ଲାଗି ଶ୍ରୀ ସିଂ ପରାମର୍ଶ ଦେଇଛନ୍ତି । ସେହିଭଳି ମାଲେସିଆର ବରିଷ୍ଠ ପ୍ରତିରକ୍ଷା ମନ୍ତ୍ରୀ ଶାନ୍ତି ପ୍ରତିଷ୍ଠା ମିଶନରେ ମହିଳାମାନଙ୍କୁ ସାମିଲ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି । ଏହାଛଡା ଉଭୟ ଦେଶ ବିପର୍ଯ୍ୟୟ ରିଲିଫ ପରିଚାଳନା ଏବଂ ମାନବୀୟ ସହାୟତା କ୍ଷେତ୍ରରେ ନିଜ ଭିତରେ ସହଯୋଗ
ବୃଦ୍ଧି ଦିଗରେ କାର୍ଯ୍ୟ କରିବା ଲାଗି ସମ୍ମତି ପ୍ରଦାନ କରିଛନ୍ତି ।
Comments are closed, but trackbacks and pingbacks are open.