ରଜରେ ଖାଲି ପାଦରେ ଚାଲିବା ମନା

0 4,938

ରଜ ହେଉଛି ଓଡିଶାର ଏକ ଗଣ ପର୍ବ । ଏହାକୁ ୪ ଦିନ ଧରି ପାଳନ କରାଯାଏଥାଏ । ବର୍ଷା ଋତୁକୃର ଆରମ୍ଭରେ ରଜ ପର୍ବ ପାଳିତ ହୋଇଥାଏ । ରଜ ସଂକ୍ରାନ୍ତିର ପୂର୍ବଦିନ ପହିଲି ରଜ, ଦ୍ୱିତୀୟ ଦିନ ରଜ ସଂକ୍ରାନ୍ତି, ତୃତୀୟ ଦିନ ଭୂମି ଦହନ, ଚତୁର୍ଥ ଦିନ ହେଉଛି ବସୁମତୀ ସ୍ନାନ ।

ରଜ ଶବ୍ଦର ଆକ୍ଷରିକ ଅର୍ଥ ରଜବତୀ ହେବା, ପୃଥିବୀକୁ ମହିଳା ଓ ମାଆ ଭାବରେ ବିବେଚନା କରାଯାଏ । ବର୍ଷାର ଆଗମନରେ ସେ ରଜସ୍ୱଳା ହେବାର ଶଶସ୍ୟ ଉତ୍ପାଦନ ବା ନୂଆ ଶସ୍ୟ ଜନ୍ମ ସକ୍ଷମ ହେବା ରୁ ଏହାକୁ ତାହାର ନିଦର୍ଶନ ଭାବେ ପାଳନ କରାଯାଏ ବସୁମତୀଙ୍କର ପୂଜାର୍ଚ୍ଚନା କରାଯାଥାଏ । ଏଥିପାଇଁ ଘର ଝିଅମାନଙ୍କୁ ବିଶେଷ ସମ୍ମାନ ଦିଆଯାଏ । ସେମାନ ସାଧାରଣତଃ କାମ କରନ୍ତି ନାହିଁ । ନୂଆ ପୋଷାକ ପିନ୍ଧି, ପିଠାପଣା ଖାଇ ଦୋଳିରେ ଝୁଲି ଥାଆନ୍ତି । କେବଳ ସେତିକି ନୁହଁ ଖାଲି ପାଦରେ ଚାଲନ୍ତି ନାହିଁ । ଆଗରୁ ଗୁଆ ଖୋଳରା ପିନ୍ଧୁଥିବା ବେଳେ ଏବେ ନୂଆ ଜୋତା ବା ଚପଲ ପିନ୍ଧୁଛନ୍ତି ।

ରଜ ହେଉଛି ପ୍ରକୃତିର ନିୟମର ଏକ ନିଦର୍ଶନ । ଏହା ଏହ ମହତ୍ତ୍ୱକୁ ପ୍ରତିପାଦନ କରିଥାଏ । ମହିଳାଙ୍କ ସମ୍ମାନ । ସୃଷ୍ଟି ପ୍ରତି ସେମାନଙ୍କ ମହାନ ଅବଦାନ କୁ ଦର୍ଶାଇ ଥାଏ । ଏଥିପାଇଁ ରଜରେ ଝିଅମାନଙ୍କୁ ସ୍ୱତନ୍ତ୍ର ସମ୍ମାନ ପ୍ରଦାନ କରାଯାଇଥାଏ । ହେଲେ ଏହା ଏକ ଗଣ ପର୍ବ ।

Leave A Reply