ଭୁବନେଶ୍ୱର – ବଙ୍ଗୋପ ସାଗର ଉପରେ ଏକ ଲଘୁଚାପ ଘନୀଭୂତ ହେଉଛି । ଏହା ଘନୀଭୂତ ହେବାଫଳରେ ରବିବାରୁଠାରୁ ଉପକୂଳବର୍ତ୍ତୀ ଓଡିଶା ସହ ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ବୃଦ୍ଧି ପାଇଛି । ଏକ ତାରିଖ ବେଳେକୁ ଏହ ଅବପାତରେ ପରିଣତ ହୋଇ ଓଡିଶା ଉପକୂଳ ଦିଗରେ ଗତି କରିବ । ଏହାର ପ୍ରବାବରେ ଅତି ପ୍ରବଳ ବର୍ଷା ହେବ । ଏଥିଯୋଗୁଁ ଦକ୍ଷିଣ ପଶ୍ଚିମ ମୌସୁମୀବାୟୁ ଅଧିକ ସକ୍ରିୟ ହେବ । ଆସନ୍ତା ସପ୍ତାହର ବୁଧବାର ପର୍ଯ୍ୟନ୍ତ ପ୍ରବଳ ବର୍ଷା ଲାଗି ରହିବ ।
ଶୁକ୍ରବାର ପର୍ଯ୍ୟନ୍ତ ଶୁଖିଲା ପାଗ ଲାଗି ରହିବ । ରାଜ୍ୟର କେତକସ୍ଥାନରେ କାଳବୈଶାଖୀ ବର୍ଷା ସହ ଘଡଘଡିର ସମ୍ଭାବନା ରହିଛି । ୨୮ ତାରିଖରେ ପଶ୍ଚିମ ଓଡିଶା, ୨୯ତାରିଖରେ କେନ୍ଦୁଝର, ଭଦ୍ରକ, ସୁନ୍ଦରଗଡ଼, ମୟୂରଭଞ୍ଜ, ବାଲେଶ୍ୱର, ଓ କୋରାପୁଟ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ। ୩୦ ତାରିଖରୁ ବର୍ଷାର ପରିମାଣ ବୃଦ୍ଧି ପାଇବ । ୧ ତାରିଖରୁ କେନ୍ଦ୍ରାପଡ଼ା, ଯାଜପୁର,ପୁରୀ, ଖୋର୍ଦ୍ଧା, ଜଗତ୍ସିଂହପୁର, କଟକ, ଓ ଢ଼େଙ୍କାନାଳରେ ପ୍ରବଳରୁ ଅତିପ୍ରବଳ ବର୍ଷାର ସମ୍ଭାବନା ରହିଛି। ଭଦ୍ରକ, ବାଲେଶ୍ୱର, ଗଞ୍ଜାମ, ନୟାଗଡ଼, ଅନୁଗୁଳ, କଳାହାଣ୍ଡି, କନ୍ଧମାଳ, ଦେବଗଡ଼, ସମ୍ବଲପୁର, କୋରାପୁଟ ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି ।
