ଭୁବନେଶ୍ୱର: ପ୍ରଚଳିତ ଲୋକକଥା ଅନୁସାରେ ପୁରାତନ ସମୟରେ କୌଣସି ଏକ ନଦୀ କୂଳରେ ଆଶ୍ରମ ନିର୍ମାଣ କରି ଜଣେ ସନ୍ଥ ରହୁଥିଲେ । ସେହି ଆଶ୍ରମର ଆଖପାଖରେ ବହୁତ ଗୁଡିଏ ଲମ୍ବା ଲମ୍ବା ଘାସ ହୋଇଯାଇଥିଲା । ସନ୍ଥ ସେହି ଘାସରୁ ଟୋକେଇ ବନାଇବା କଳା ଜାଣିଥିଲେ । ଗୋଟିଏ ଦିନ ସନ୍ଥ ଆଶ୍ରମକୁ ସଫା କଲେ ଓ ସେ ଘାସରୁ ଗୋଟିଏ ଟୋକେଇ ବନାଇଲେ । ସନ୍ଥଙ୍କୁ ଘାସରୁ ଟୋକେଇ ବନାଇବା ଭଳ ଲାଗୁଥିଲା । ଟୋକେଇ ବନାଇବା ପରେ ସନ୍ଥ ଭାବିଲେ ଯେ ଏହି ଟୋକେଇର ମୋତେ କୌଣସି ଦରକାର ନାହିଁ, ଏହକୁ ନଦୀରେ ଭସାଇ ଦେଉଛି ।
ତା’ପର ଦିନ ପୁଣି ସନ୍ଥ ଟୋକେଇ ବନାଇଲେ ଓ ନଦୀରେ ଭସାଇ ଦେଲେ । ଏହି କାମରେ ତାଙ୍କର ସମୟ କଟିଯାଉଥିଲା । ଏଥିପାଇଁ ଏହା ବହୁତ ଦିନ ପର୍ଯ୍ୟନ୍ତ ଚାଲିଲା । ସନ୍ଥ ସବୁଦିନେ ଗୋଟିଏ ଟୋକେଇ ବନାନ୍ତି ଓ ନଦୀରେ ଭସାଇ ଦେଉଥାନ୍ତି । ପୁଣି ଗୋଟିଏ ଦିନ ସନ୍ଥ ଭାବିଲେ ଯେ ମୁଁ ବ୍ୟର୍ଥରେ ଏହି କାମ କରୁଛି । ଘାସର ଟୋକେଇ ବନାଇ ନଦୀରେ ଭସାଇ ଦେଉଛି, ଏଥିରେ ମୋର କିଛି ଲାଭ ହେଉନାହିଁ । ଯଦି ମୁଁ ଏହି ଟୋକେଇଗୁଡାକ କାହାକୁ ଦେଇଥାନ୍ତି ତେବେ କାହାର କାମରେ ଆସିଯାଇଥାନ୍ତା । ଏହି କଥା ଭାବି ସନ୍ଥ ତା’ପର ଦିନଠାରୁ ଟୋକେଇ ବନାଇବା ବନ୍ଦ କରିଦେଲେ ।
କିଛିଦିନ ପରେ ସନ୍ଥ ନଦୀ କୂଳରେ ବୁଲୁଥିଲେ । ଆଗକୁ ଯାଇ ସେ ଦେଖିଲେ ଯେ ଜଣେ ମହିଳା ନଦୀ କୂଳରେ ମନ ଦୁଃଖରେ ବସିଥିଲେ । ସନ୍ଥ ସେହି ମହିଳାକୁ ମନ ଦୁଃଖର କାରଣ ପଚାରିଲେ ତ ସେ କହିଲା ଯେ ମୋର ଏହି ଦୁନିଆରେ କେହି ନାହାଁନ୍ତି । ମୁଁ ଏକା ଅଛି । କିଛି ଦିନ ଆଗରୁ ନଦୀରେ ସବୁଦିନେ ଘାସରେ ବନା ହୋଇଥିବା ସୁନ୍ଦର ଟୋକେଇ ଭସି ଆସୁଥିଲା, ଯାହାକୁ ବିକି ମୁଁ ଚଲିଯାଉଥିଲି, କିନ୍ତୁ ଏବେ ଟୋକେଇ ଆସିବା ବନ୍ଦ ହୋଇଯାଇଛି । ଏଥିପାଇଁ ମୁଁ ଦୁଃଖରେ ଅଛି । ମହିଳାର କଥା ଶୁଣି ତା’ପର ଦିନ ଠାରୁ ସନ୍ଥ ପୁଣିଥରେ ଘାସର ଟୋକେଇ ବନାଇ ନଦୀରେ ଭସାଇବାକୁ ଲାଗିଲେ ।
ଏଥିରୁ ଶିଖିବା…
ଏହି କଥାରୁ ଶିଖିବା କଥା ଏହା ଯେ ଆମେ ଯେବେ ମଧ୍ୟ ନିସ୍ୱାର୍ଥ ଭାବନାରେ କାହାକୁ ସାହାଯ୍ୟ କରିବା ପାଇଁ କୌଣସି କାମ କଲେ ତ ଏହାର ଲାଭ ନିଶ୍ଚୟ ମିଳିଥାଏ । ତେଣୁ ଏମିତି କାମ କରିବା ସମୟରେ ଆମେ ଭାବିବା ଅନୁଚିତ ଯେ ଏହା ଦ୍ୱାରା ଆମକୁ କ’ଣ ଲାଭ ହେବ । ନିସ୍ୱାର୍ଥ ଭାବନାରେ କରାଯାଇଥିବା କାମ ଆମ ପୂଣ୍ୟ ବାଟରେ ଲାଗିଥାଏ ଓ ଅନ୍ୟ ମାନଙ୍କୁ ଏଥିରୁ ଲାଭ ହେଇଥାଏ ।