ହରିୟାଣା କଂଗ୍ରେସ ମୁଖପାତ୍ର ବିକାଶ ଚୌଧୁରୀଙ୍କୁ ଗୁଳିକରି ହତ୍ୟା

0 1,060

ଫରିଦାବାଦ: ହରିୟାଣା କଂଗ୍ରେସ ମୁଖପାତ୍ର ବିକାଶ ଚୌଧୁରୀଙ୍କୁ ଗୁରୁବାର ଗୁଳିକରି ହତ୍ୟା କରାଯାଇଛି । କିଛି ଦୁବୃର୍ତ୍ତ ବିକାଶ ଚୌଧୁରୀଙ୍କୁ ଗୁଳିକରି ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି । ସେକ୍ଟର ୯ସ୍ଥିତ ମାର୍କେଟରେ ଦିନଦ୍ୱିପ୍ରହରରେ ଏହି ଘଟଣା ଘଟିବା ପରେ ସୂଚନା ପାଇ ପୋଲିସ ଘଟଣାସ୍ଥଳକୁ ପହଂଚି ଛାନଭିନ କରୁଛି ।

ପୋଲିସ କହିବା ଅନୁସାରେ ଦୁର୍ବୃତ୍ତମାନେ ୫ରୁ ୬ ରାଉଣ୍ଡ ଗୁଳି କରିଥିଲେ । କେଉଁ କାରଣ ଯୋଗୁଁ ତାଙ୍କୁ ଗୁଳି କରାଯାଇଛି, ତାହା ସ୍ପଷ୍ଟ ହୋଇପାରି ନାହିଁ । ଗୁଳିର ଶିକାର ହେବା ପରେ ବିକାଶଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହସ୍ପିଟାଲରେ ଚିକିତ୍ସା ଜାରି ଥିବା ବେଳେ ବିକାଶଙ୍କର ମୃତ୍ୟୁ ଘଟିଥିଲା । କଂଗ୍ରେସ ନେତାଙ୍କୁ ହତ୍ୟା କରାଯିବା ପରେ ପାର୍ଟି ଅଧ୍ୟକ୍ଷ ଏବଂ ବରିଷ୍ଠ ନେତା ଶୋକ ଜଣାଇଛନ୍ତି ଏବଂ ଖଟ୍ଟର ସରକାରରେ ଆଇନ ବ୍ୟବସ୍ଥା ନେଇ ପ୍ରଶ୍ନ ଛିଡ଼ା କରିଛନ୍ତି ।

Leave A Reply