ଭୁବନେଶ୍ୱର.- ଓଡିଶାର ଉତ୍ତର ଓ ପଶ୍ଚିମ ଦିଗରେ ଏକ ଘୂର୍ଣ୍ଣୀବଳୟ ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ଆସନ୍ତା ଦୁଇଦିନ ଧରି ରାଜ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି । ଉତ୍ତର ଓ ପଶ୍ଚିମ ଓଡିଶାରେ ଏହାର ପ୍ରଭାବରେ ବର୍ଷା ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି । ବରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼, ଦେଓଗଡ଼, କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା ଓ କନ୍ଧମାଳ ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି ।
ବୁଧବାରରେ କଳାହାଣ୍ଡିରେ ୫ମିମି ବର୍ଷା ହୋଇଥିବା ବେଳେ କେନ୍ଦୁଝରରେ ୪ମିମି, ନବରଙ୍ଗପୁରରେ ୪ମିମି, ଜଗତସିଂହପୁର ୩ମିମି, ବାଲେଶ୍ୱରରେ ୩ ମିମି, ଗଞ୍ଜାମରେ ୨ମିମି, ନୟାଗଡ଼ରେ ୨ମିମି, ମୟୂରଭଞ୍ଜରେ ୧ମିମି, ଢ଼େଙ୍କାନାଳରେ ୧ମିମି, ଅନୁଗୁଳରେ ୧ମିମି, ସୁନ୍ଦରଗଡ଼ରେ ୧ମିମି, ଝାରସୁଗୁଡ଼ାରେ ୧ମିମି, କଳାହାଣ୍ଡିରେ ୧ମିମି ଓ ଖୋର୍ଦ୍ଧାରେ ୧ମିମି ବର୍ଷା ହୋଇଛି ।