ନୂଆଦିଲ୍ଲୀ.- କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ଏହାଦ୍ୱାରା ମାନ୍ୟତା ପ୍ରାପ୍ତ ବିଦ୍ୟାଳୟର ସେହି ଛାତ୍ରମାନଙ୍କ ପାଇଁ ବିଶେଷ ସୁବିଧା ରୂପେ ଡିଜିଟାଲ ପ୍ରମାଣପତ୍ର ଏବଂ ଅଙ୍କ ତାଲିକା ପ୍ରଦାନ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରିଛି ଯେଉଁମାନଙ୍କର ବୋର୍ଡ ପରୀକ୍ଷାର କାଗଜପତ୍ର ଯେପରିକି ଅଙ୍କ ତାଲିକା, ସ୍ଥାନାନ୍ତରଣ ପ୍ରମାଣପତ୍ର, ଉତୀର୍ଣ୍ଣ ହେବାର ପ୍ରମାଣପତ୍ର କେରଳ ବନ୍ୟା ଦ୍ୱାରା ବୋହିଯାଇଛି କିମ୍ବା କ୍ଷତିଗ୍ରସ୍ତ ହୋଇଛି । କେରଳରେ ୧୩୦୦ରୁ ଅଧିକ ବିଦ୍ୟାଳୟ ସିବିଏସଇ ଦ୍ୱାରା ମାନ୍ୟତା ପ୍ରାପ୍ତ । ବୋର୍ଡ ପରୀକ୍ଷାର ଶୈକ୍ଷିକ ଦସ୍ତାବିଜ ଉଚ୍ଚଶିକ୍ଷାରେ ପ୍ରବେଶ କିମ୍ବା ରୋଜଗାର ଇତ୍ୟାଦି ପାଇଁ ମହତ୍ୱପୂର୍ଣ୍ଣ । ସିବିଏସଇ ଏନଇଜିଡିର ବୈଷୟିକ ସହଯୋଗ ଦ୍ୱାରା ‘ପରିଣାମ ମଞ୍ଜୁଷା’ ନାମକ ନିଜସ୍ୱ ପ୍ରଥମ ଡିଜିଟାଲ ଶୈକ୍ଷିକ ଦସ୍ତାବିଜର କୋଷ ପ୍ରସ୍ତୁତ କରିଛି । ଏହି ଶୈକ୍ଷିକ କୋଷକୁ ଡିଜିଟାଲୀକରଣ ସହିତ ଏକୀକୃତ କରାଯାଇଛି ।
ପରିଣାମ ମଞ୍ଜୁଷା/ଡିଜିଟାଲୀକରଣ ଜରିଆରେ ପ୍ରଦାନ କରାଯାଉଥିବା ଡିଜିଟାଲ ଶୈକ୍ଷିକ ଦସ୍ତାବିଜ ସିବିଏସଇର ପରୀକ୍ଷା ନିୟନ୍ତ୍ରକ ଦ୍ୱାରା ଡିଜିଟାଲ ହସ୍ତାକ୍ଷରିତ ଯାହାକି ସେମାନଙ୍କୁ ଆଇଟି ଆଇନ ମୁତାବକ ବୈଧ ଡିଜିଟାଲ ଦସ୍ତାବିଜର ଦର୍ଜା ପ୍ରଦାନ କରିବ । ଏହି ଦସ୍ତାବିଜମାନଙ୍କ ମଧ୍ୟରେ ପିକେଆଇ ଉପରେ ଆଧାରିତ କ୍ୟୁଆର କୋଡ ମଧ୍ୟ ରହିଛି ଏବଂ ଏହାର ପ୍ରାମାଣିକତାକୁ ଡିଜିଟାଲ ଆପ ଜରିଆରେ ଯାଞ୍ଚ କରାଯିବ ।
ସିବିଏସଇର ଶୈକ୍ଷିକ କୋଷ ପରିଣାମ ମଞ୍ଜୁଷାରେ ଅଙ୍କତାଲିକା/ସ୍ଥାନାନ୍ତରଣ ପ୍ରମାଣପତ୍ର/ଉତ୍ତୀର୍ଣ୍ଣ ହେବାର ପ୍ରମାଣ ପତ୍ର କିପରି ଭାବେ ପ୍ରାପ୍ତ କରିବେ:
୧- ଛାତ୍ର ପରିମାଣ ମଂଜୁଷାର https://cbse.digitallocker.gov.inକୁ ଯାଇ ପରିମାଣ ଘୋଷିତ କରାଯିବା ସମୟରେ ଏହାର ପଞ୍ଜିକୃତ ମୋବାଇଲ ନମ୍ବରରେ ପଠାଯାଇଥିବା ଲଗଇନ ଆଇଡି ଏବଂ ପାସୱାର୍ଡ ଜରିଆରେ ନିଜର ଶୈକ୍ଷିକ ଦସ୍ତାବିଜ ଡାଉନଲୋଡ କରିପାରିବେ ।
୨- ଛାତ୍ରମାନଙ୍କୁ ଦ୍ୱିତୀୟ ଥର ସୁବିଧା ପ୍ରଦାନ କରିବା ଲାଗି ସିବିଏସଇ ୨୦୧୬-୧୭ ଅଧିବେଶନ ପାଇଁ ଛାତ୍ରମାନଙ୍କୁ ସେମାନଙ୍କର ଦଶମ ତଥା ଦ୍ୱାଦଶ କକ୍ଷ ପାଇଁ ପ୍ରଦାନ କରାଯାଇଥିବା ସୂଚନାରେ ପ୍ରଦାନ କରାଯାଇଥିବା ମୋବାଇଲ ନମ୍ବରରେ ପରିଣାମ ମଞ୍ଜୁଷା ଏବଂ ଡିଜିଟାଲୀକରଣ ପାଇଁ ଦ୍ୱିତୀୟ ଥର ଲଗଇନ ଏବଂ ପାସୱାର୍ଡ ପଠାଇବ ।
୩- ୨୦୧୪-୧୫ ଓ ୨୦୧୬-୧୭ ଏପରି ଛାତ୍ରମାନଙ୍କ ପାଇଁ ଯେଉଁମାନେ ନିଜର ମୋବାଇଲ ନଂ ଦଶମ ଓ ଦ୍ୱାଦଶ ଶ୍ରେଣୀକୁ ସୂଚନା ପ୍ରଦାନ କରିବା ସମୟରେ ଦିଆଯାଇନଥିଲା କିମ୍ବା ଯେଉଁମାନଙ୍କ ନମ୍ବର ବଦଳାଯାଇଛି ।
କ- ଏପରି ଛାତ୍ର ପରିଣାମ ମଞ୍ଜୁଷା ୱେବସାଇଟ https://cbse.digitallocker.gov.in ଯାଇ ନିଜର ଆଧାର ନମ୍ବର ନିଜର ଖାତା ସହିତ ଯୋଡିପାରିବେ ଏବଂ ନିଜର ଅନୁକ୍ରମାଙ୍କ, ଶ୍ରେଣୀ ଓ ପରୀକ୍ଷାର ବର୍ଷ ପ୍ରଦାନ କରି ଡିଜିଟାଲ ଶୈକ୍ଷିକ ଦସ୍ତାବିଜ ପ୍ରାପ୍ତ କରିପାରିବେ ।
ଖ- ଯେଉଁ ଛାତ୍ରମାନଙ୍କର ପାସ ଆଧାର ନାହିଁ ଏବଂ ଯେଉଁମାନେ ନିଜର ଅନୁକ୍ରମାଙ୍କ ମଧ୍ୟ ମନେ ନାହିଁ ସେହି ଛାତ୍ରମାନେ ସିଧାସଳଖ କିମ୍ବା ସମ୍ବନ୍ଧୀୟମାନଙ୍କ ଜରିଆରେ ସିଧାସଳଖ ବିଦ୍ୟାଳୟମାନଙ୍କ ସହ ସମ୍ପର୍କ କରି ପରିଣାମ ମଞ୍ଜୁଷା ଏବଂ ଡିଜିଟାଲ ଲକରକୁ ଲଗ ଇନ ଆଇଡି ଏବଂ ପାସୱାର୍ଡ ପ୍ରାପ୍ତ କରିବା ପାଇଁ ପଞ୍ଜିକୃତ କରିପାରିବେ । ସିବିଏସଇର ୱେବସାଇଟରେ ଏହି ଛାତ୍ରମାନଙ୍କୁ ସାମିଲ କରିବା ପାଇଁ ବିଦ୍ୟାଳୟମାନଙ୍କ ପାଇଁ ଏକ ଲିଙ୍କ ପ୍ରଦାନ କରାଯାଇଛି ।
ଯଦି କୌଣସି ଛାତ୍ରଙ୍କୁ ତାଙ୍କ ଦସ୍ତାବିଜରେ କୌଣସି ଭୁଲ ମିଳେ ତେବେ ତତ୍କାଳ ସେମାନଙ୍କ ଅନୁକ୍ରମାଙ୍କ, ନାମ, ଶ୍ରେଣୀ ଏବଂ ବର୍ଷ ଉପଲବ୍ଧ କରାଇ ଥିରୁବନନ୍ତପୁର ସ୍ଥିତ ସିବିଏସଇର କ୍ଷେତ୍ରୀୟ କାର୍ଯ୍ୟାଳୟ ସହିତ ସମ୍ପର୍କ କରିପାରିବେ ।
ପରିଣାମ ମଞ୍ଜୁଷା ଏବଂ ଡିଜିଟାଲୀକରଣରେ କୌଣସି ଅସୁବିଧା ହେଲେ ଛାତ୍ର ନିଜର ଅନୁକ୍ରମାଙ୍କ, ନାମ, ଶ୍ରେଣୀ ଏବଂ ପରୀକ୍ଷାର ବର୍ଷ ଲେଖି [email protected] ରେ ଇମେଲ ପଠାଇ ପାରିବେ ।
ମାନ୍ୟତା ପ୍ରାପ୍ତ କରିବା ପ୍ରକ୍ରିୟାରେ ସହାୟତା ପାଇଁ: ଏହାର ଅତିରିକ୍ତ ଏହା ମଧ୍ୟ ସ୍ଥିର କରାଯାଇଛି ଯେ ମାନ୍ୟତା ପ୍ରାପ୍ତ କରିବାର ସମସ୍ତ ଆବେଦନ ଏବଂ ଉନ୍ନତୀକରଣର ସମସ୍ତ ପ୍ରକ୍ରିୟା ଉପରେ ତୁରନ୍ତ କାର୍ଯ୍ୟଧାରା ଗ୍ରହଣ କରାଯିବ ବେସର୍ତ୍ତ ସମ୍ବନ୍ଧିତ ବିଦ୍ୟାଳୟ ଗତ ଯାଞ୍ଚ ବର୍ଷରୁ ସଂଚାଳିତ ହେଉଥିବ ଏବଂ ଏହା ବିରୋଧରେ କୌଣସି ଅଭିଯୋଗ ନଥିବ । କେରଳର ବିଦ୍ୟାଳୟମାନଙ୍କ ପାଇଁ ଅନଲାଇନ ମାନ୍ୟତା ପ୍ରାପ୍ତ ବିଦ୍ୟାଳୟ ସୂଚନା ପ୍ରଣାଳୀ (OASIS)ରେ ସୂଚନା ପ୍ରଦାନ କରିବାର ଶେଷ ତାରିଖ ୨୦୧୮ ସେପ୍ଟେମ୍ବର ୩୦କୁ ବଢ଼ାଇ ଦିଆଯାଇଛି ।