ବାଂଲାଦେଶ ସରକାର ଗୁରୁଦେବ ରବୀନ୍ଦ୍ରନାଥ ଠାକୁରଙ୍କ ୧୬୧ତମ ଜୟନ୍ତୀ ପାଳନ ଉପଲକ୍ଷେ ଦେଶର ବିଭିନ୍ନ ଭାଗରେ ଅନେକ କାର୍ଯ୍ୟକ୍ରମର ଆୟୋଜନ କରିବେ । ଆସନ୍ତା ୮ ତାରିଖରେ ରବୀନ୍ଦ୍ରନାଥ ଠାକୁରଙ୍କ ଜୟନ୍ତୀ ପାଳିତ ହେବ । ମୁଖ୍ୟ କାର୍ଯ୍ୟକ୍ରମ କୁଷ୍ଟିଆ ଜିଲ୍ଲାର ରବୀନ୍ଦ୍ରକୁଠିବାଡ଼ିଠାରେ ଅନୁଷ୍ଠିତ ହେବ ।
ବାଂଲାଦେଶ ପାର୍ଲାମେଣ୍ଟ ବାଚସ୍ପତି ଶିରିନ୍ ଶର୍ମିନ୍ ଚୌଧୁରୀ ଏଥିରେ ମୁଖ୍ୟ ଅତିଥି ରହିବେ । ବାଂଲାଦେଶ ସଂସ୍କୃତି ମନ୍ତ୍ରୀ କେ. କେ. ଖଲିଦ୍ଙ୍କ ଅଧ୍ୟକ୍ଷତାରେ ଢାକାରେ ଅନୁଷ୍ଠିତ ଜାତୀୟ କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ବାଂଲାଦେଶଶିଳ୍ପକଳା ଏକାଡେମୀ ଏକ ତିନିଦିନିଆ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ରବୀନ୍ଦ୍ରନାଥ ଠାକୁରଙ୍କ ପେଣ୍ଟିଙ୍ଗ୍ ଉପରେ ମାସେବ୍ୟାପୀ ଏକ ପ୍ରଦର୍ଶନୀରଆୟୋଜନ କରିବ । ଚଳିତ ବର୍ଷର ଗୁରୁଦେବ ରବୀନ୍ଦ୍ରନାଥ ଠାକୁରଙ୍କ ଜୟନ୍ତୀ ପାଳନ ଉତ୍ସବର ଶୀର୍ଷକ “ମାନବ ଜାତିର ସଙ୍କଟ ଓରବୀନ୍ଦ୍ରନାଥ” ରହିଛି ।
ଏହି ଅବସରରେ ବାଂଲାଦେଶ ସଂସ୍କୃତି ମନ୍ତ୍ରଣାଳୟ ଓ ବାଂଲା ଏକାଡେମୀ ରବୀନ୍ଦ୍ରନାଥ ଠାକୁରଙ୍କ ଉପରେ ସ୍ମାରକୀଓ ପୋଷ୍ଟରମାନ ପ୍ରକାଶ କରିବେ । ଏହି ଉପଲକ୍ଷେ ସମସ୍ତ ବିଭାଗ ଓ ସଂସ୍ଥାଗୁଡ଼ିକଦ୍ୱାରା ସ୍ୱତନ୍ତ୍ର ଆଲୋଚନା ଓ କାର୍ଯ୍ୟକ୍ରମଗୁଡ଼ିକର ଆୟୋଜନକରାଯିବ । ବାଂଲାଦେଶର ସମସ୍ତ ଶିକ୍ଷାନୁଷ୍ଠାନ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ, ଆଲୋଚନା, ପ୍ରବନ୍ଧ ପ୍ରତିଯୋଗିତା ଓ ରବୀନ୍ଦ୍ରନାଥ ଠାକୁରଙ୍କଦ୍ୱାରା ରଚିତ କବିତାଗୁଡ଼ିକର ଆବୃତ୍ତି ପ୍ରତିଯୋଗିତାମାନ ଆୟୋଜିତ ହେବ ।
Comments are closed, but trackbacks and pingbacks are open.