rape ଖବରମୁଖ୍ୟ ଖବର ଲୋକ ଏମିତି କରି ପାରନ୍ତି ନୀଚକାମ, ସାହାଯ୍ୟ ମାଗୁଥିବା ମହିଳାଙ୍କୁ ଅନୁଗୁଳରେ କଲେ ଗଣବଳାତ୍କାର By odishanext Last updated May 9, 2018 0 891 Share ଅନୁଗୁଳ: ଆଜିକାଲି ଦୁନିଆରେ ଅନେକ ସ୍ଥାନରେ ଏକପ୍ରକାରର ହଜି ଯାଇଛି । ଏପରି ଏକ ଘଟଣା ଅନୁଗୁଲର ପୁରୁଣା ପାଣିରେ ଦେଖିବାକୁ ମିଳିଛି । ଜଣେ ମହିଳା ସ୍ୱାମୀଙ୍କ ସହ ସମ୍ବଲପୁରରୁ କଟକ ଏକ କାରରେ ଆସୁଥିଲେ । ସ୍ୱାମୀ କାର ଚଳାଉଥିଲା । ୬ ବର୍ଷ ଝିଅ କାରର ଆଗ ସିଟ୍ରେ ବସିଥିଲା । ରାତିରେ ଆସୁଥିବା ବେଳେ ମହିଳା ଜଣଙ୍କ ପରିଶ୍ରାପାଇଁ ଅନୁଗୁଳ ପୁରୁଣାପାଣିରେ ଓହ୍ଲାଇଥିଲେ । ସେ ପାଣି ପାଇଁ କାର୍ ଡୋର୍ ବାଡେଇ ଦେବାରୁ ସ୍ୱାମୀ ଭୁଲରେ ସେ କାରରେ ଅଛନ୍ତି ଭାବି ଆଗକୁ କାର ନେଇ ପଳାଇ ଆସିଥିଲେ । ପ୍ରାୟ ଅଧଘଣ୍ଟା ପରେ ସ୍ତ୍ରୀ କାରରେ ନଥିବା କଥା ସେ ଜାଣିବାକୁ ପାଇଥିଲେ । ପଛକୁ ଫେରି ସେ ଖୋଜା ଖୋଜି କରିବା ପରେ ସ୍ତ୍ରୀଙ୍କୁ ପାଇ ନ ଥିଲେ । ଏହାପରେ ସେ ଥାନାରେ ଅଭିଯୋଗ କରିଥିଲେ । ପୁଲିସ ୪ ଜଣଙ୍କୁ ଆଣି ଅଟକ ରଖିଥିଲା । ପରେ ମହିଳା ଜଣଙ୍କୁ ଜଗତସିଂହପୁରରେ ଠାବ କରାଯାଇଥିଲା । ସମ୍ବଲପୁରରୁ କଟକ ଆସୁଥିବା ବେଳେ ଅନୁଗୁଳର ପୁରୁଣାପାଣିରେ ନିଖୋଜ ହୋଇଯାଇଥିବା ମହିଳାଙ୍କୁ ଗଣବଳାତ୍କାର କରାଯାଇଥିବା ଅନୁଗୁଳ ଏସ୍ପି ସୂଚନା ଦେଇଛନ୍ତି । ମହିଳାଙ୍କୁ ପୁରୁଣାପାଣି ଜଙ୍ଗଲରେ ୬ ଜଣ ଗଣବଳାତ୍କାର କରିଥିଲେ । ଏମାନଙ୍କ ମଧ୍ୟରୁ ୪ ଜଣଙ୍କୁ ଗିରଫ କରାଯାଇଛି । ଏମାନଙ୍କ ମଧ୍ୟରେ ଜଣେ ନାବଳକ ରହିଛି । ୨ ଜଣ ଅଭିଯୁକ୍ତ ଫେରାର ହୋଇଯାଇଛନ୍ତି । ମହିଳା ଜଣଙ୍କ ସାହାଯ୍ୟ ପାଇଁ ରାସ୍ତାରେ ଚାଲି ଚାଲି ଯିବା ବେଳେ ଏହି ଲୋକମାନେ ସେଠାରେ ଭୋଜି କରୁଥିଲେ । ଅସହାୟ ମହିଳାଙ୍କୁ ଏକୁଟିଆ ପାଇ ପାଶବିକ ଅତ୍ୟାଚର କରିଥିଲେ । ଏବେ ଏହି ପଶୁ ଠାରୁ ହୀନ ଅପରାଧୀମାନଙ୍କୁ ଗିରଫ କରାଯାଇଛି । ୨ ଜଣ ଅପରାଧି ଫେରାର ହୋଇଯାଇଛନ୍ତି । 0 891 Share