ଆଚରଣ ବିଧି ଉଲ୍ଲଙ୍ଘନ କରିନାହିଁ, ନୋଟିସ ମିଳିଲେ ଉତ୍ତର ରଖିବି : ସଂବିତ ପାତ୍ର

0 793

ଭୁବନେଶ୍ବର :  ନିର୍ବାଚନ ଆଚରଣବିଧି ଉଲ୍ଲଙ୍ଘନ ଅଭିଯ଼ୋଗର ସମ୍ମୁଖୀନ ହୋଇଥିବା ବିଜେପିର ପୁରୀ ଲୋକସଭା ଆସନ ପ୍ରାର୍ଥୀ ସଂବିତ ପାତ୍ର କହିଛନ୍ତି ଯ଼େ ସେ ଏପର୍ଯ଼୍ୟନ୍ତ କୌଣସି ନୋଟିସ ପାଇନାହାନ୍ତି । ନୋଟିସ ପାଇବାପରେ ସେ ତାହାର ଉଚିତ ଉତ୍ତର ରଖିବେ ।

ଏହା ପୂର୍ବରୁ ବିଜେଡିର ଅଭିଯ଼ୋଗକ୍ରମେ ପୁରୀ ଜିଲ୍ଲାପାଳ ତଥା ରିଟର୍ଣ୍ଣିଂ ଅଫିସର ଜ୍ୟୋତିପ୍ରକାଶ ଦାସ ଶ୍ରୀ ପାତ୍ରଙ୍କୁ ନୋଟିସ ଜାରି କରିଥିଲେ  । ତାଙ୍କର ନିର୍ବାଚନ ପ୍ରଚାର ବେଳେ ଆଦର୍ଶ ଆଚରଣ ବିଧି ଉଲ୍ଲଙ୍ଘନ ହୋଇଥିବା ଦର୍ଶାଇ ତାଙ୍କୁ ଏହି କାରଣ ଦର୍ଶାଅ ନୋଟିସ ଜାରି ହୋଇଛି  । ନିର୍ବାଚନ ପ୍ରଚାର ବେଳେ ସେ ଶ୍ରୀ ଜଗନ୍ନାଥଙ୍କ ମୂର୍ତ୍ତି ଧରିଥିବାରୁ ତାକୁ ବିଜେଡି ପକ୍ଷରୁ ବିରୋଧ କରାଯ଼ାଇ ଏହି ଅଭିଯ଼ୋଗ କରାଯ଼ାଇଥିଲା  । ଆହୁରି ମଧ୍ୟ ବିନା ଅନୁମତିରେ ଉତ୍ତରା ଛକରୁ ନିର୍ବାଚନ ଶୋଭାଯ଼ାତ୍ରା ବାହାର କରିବା ପାଇଁ ମଧ୍ୟ ତାଙ୍କୁ ଏହି ନୋଟିସ ଦିଆଯ଼ାଇଛି ।

ତେବେ ସଂବିତ କହିଛନ୍ତି ଯ଼େ ସେ କୌଣସି ଆଚରଣବିଧି ଉଲ୍ଲଙ୍ଘନ କରିନାହାନ୍ତି । ଦେଶର ସମ୍ବିଧାନ ପ୍ରତି ତାଙ୍କର ସମ୍ମାନ ରହିଛି । ପ୍ରଚାର ବେଳେ ତାଙ୍କୁ ଜଣେ ବୃଦ୍ଧ ଲୋକ ଏହି ଜଗନ୍ନାଥ ମୂର୍ତ୍ତିଙ୍କୁ ପ୍ରଦାନ କରିଥିଲେ ବୋଲି ସେ କହିଛନ୍ତି ।

Leave A Reply