ମୋଦୀ ସରକାରରେ କିଏ ହେବେ ମନ୍ତ୍ରୀ, ଆଜି ପ୍ରଧାନମନ୍ତ୍ରୀଙ୍କ ବୈଠକ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ନିଜର ନୂତନ କ୍ୟାବିନେଟକୁ ନେଇ ବୈଠକରେ ଅଧ୍ୟକ୍ଷତା କରିପାରନ୍ତି । କ୍ୟାବିନେଟ ମନ୍ତ୍ରୀଙ୍କ ନାମ ନିର୍ଦ୍ଧାରଣ କରିବା ଲାଗି ବୋଧେ ମନ୍ତ୍ରୀଙ୍କ ସହିତ ବୈଠକ କରିପାରନ୍ତି । କୁହାଯାଉଛି ଯେ, ମୋଦୀ ଦିନକ ପରେ ଅର୍ଥାତ ୩୦ ତାରିଖରେ ଦ୍ୱିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ । ମୋଦୀଙ୍କ ଉପରେ ସମଗ୍ର ଦେଶ ସହିତ ବିଦେଶର ମଧ୍ୟ ନଜର ରହିବ । ବୈଠକରେ ମୋଦୀ ନିଜର ବରିଷ୍ଠ ନେତାଙ୍କ ଠାରୁ ମଧ୍ୟ ପରାମର୍ଶ ନେଇପାରନ୍ତି ।
ସୂଚନାଯୋଗ୍ୟ ଲୋକସଭା ନିର୍ବାଚନରେ ବିଜେପି ଭଲ ପ୍ରଦର୍ଶନ କରିବା ପରେ ଏବେ ସରକାର ଗଠନକୁ ନେଇ ସମସ୍ତଙ୍କର ଦୃଷ୍ଟି ରହିଛି । ଏମିତି ବି ଆକଳନ କରାଯାଉଛି ଯେ, ସରକାରରେ ଅମିତ ଶାହା ସମେତ କିଛି ନୂତନ ସାଂସଦଙ୍କୁ କ୍ୟାବିନେଟରେ ସ୍ଥାନ ମିଳିପାରେ ।