୫ମ ଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ନବୀନ ପଟ୍ଟନାୟକ

0 670

ଭୁବନେଶ୍ୱର: ବିଜୁ ଜନତା ଦଳ (ବିଜେଡି) ସୁପ୍ରିମୋ ନବୀନ ପଟ୍ଟନାୟକ ବୁଧବାର ୫ମ ଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । । ସ୍ଥାନୀୟ ୟୁନିଟ-୩ସ୍ଥିତ ଇଡକୋ ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ସମାରୋହରେ ମହାମହୀମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ନବୀନଙ୍କୁ ଗୋପନୀୟତାର ସହ ଶପଥ ଗ୍ରହଣ କରାଇଛନ୍ତି । ନବୀନଙ୍କ ୧୧ ଜଣ କ୍ୟାବିନେଟ ମନ୍ତ୍ରୀ ଓ ୯ ଜଣ ରାଷ୍ଟ୍ରମନ୍ତ୍ରୀ ମଧ୍ୟ ଶପଥ ଗ୍ରହଣ କରିଛନ୍ତି ।

କାହାକୁ କେଉଁ ମନ୍ତ୍ରୀ (କ୍ୟାବିନେଟ)ପଦ ମିଳିଲା:

୧) ରଣେନ୍ଦ୍ର ପ୍ରତାପ ସ୍ୱାଇଁ (ଆଠଗଡ ବିଧାୟକ):
୨) ବିକ୍ରମ କେଶରୀ ଆରୁଖ (ଭଂଜନଗର ବିଧାୟକ:
୩) ପ୍ରଫୁଲ୍ଲ କୁମାର ମଲ୍ଲିକ (କାମାକ୍ଷାନଗର ବିଧାୟକ:
୪) ନିରଂଜନ ପୂଜାରୀ (ସୋନପୁର ବିଧାୟକ:
୫) ପଦ୍ମନାଭ ବେହେରା (ବୀରମହାରାଜପୁର ବିଧାୟକ:
୬) ପ୍ରତାପ ଜେନା (ମାହାଙ୍ଗା ବିଧାୟକ):
୭) ଅରୁଣ କୁମାର ସାହୁ (ନୟାଗଡ଼ ବିଧାୟକ):
୮) ସୁଦାମ ମାରାଣ୍ଡି (ବାଙ୍ଗିରିପୋଷି ବିଧାୟକ):
୯) ସୁଶାନ୍ତ ସିଂହ (ଭଟଲି ବିଧାୟକ):
୧୦) ନବ କିଶୋର ଦାସ (ଝାରସୁଗୁଡ଼ା ବିଧାୟକ):
୧୧) ଟୁକୁନି ସାହୁ (ଟିଟିଲାଗଡ଼ ବିଧାୟକ):

ରାଷ୍ଟ୍ରମନ୍ତ୍ରୀ

୧) ଅଶୋକ ପଣ୍ଡା (ଭୁବନେଶ୍ୱର-ଏକାମ୍ର ବିଧାୟକ):
୨) ସମୀର ଦାସ (ନିମାପଡ଼ା ବିଧାୟକ:
୩) ଜ୍ୟୋତିପ୍ରକାଶ ପାଣିଗ୍ରାହୀ (ସିମୁଳିଆ ବିଧାୟକ):
୪) ଦିବ୍ୟଶଙ୍କର ମିଶ୍ର (ଜୁନାଗଡ଼ ବିଧାୟକ):
୫) ପ୍ରେମାନନ୍ଦ ନାୟକ (ତେଲକୋଇ ବିଧାୟକ):
୬) ରଘୁନନ୍ଦନ ଦାସ (ବାଲିକୁଦା-ଏରସମା ବିଧାୟକ):
୭) ପଦ୍ମିନୀ ଦିଆନ (କୋଟପାଡ ବିଧାୟକ):
୮) ତୁଷାରକାନ୍ତି ବେହେରା (କାକଟପୁର ବିଧାୟକ):
୯) ଜଗନ୍ନାଥ ସାକରା (ବିଷମ କଟକ ବିଧାୟକ):

ନବୀନ ପଟ୍ଟନାୟକଙ୍କ ଶପଥ ଗ୍ରହଣ ସମାରୋହରେ ପଦ୍ମବିଭୂଷଣ ରଘୁନାଥ ମହାପାତ୍ର, ପଦ୍ମଶ୍ରୀ ପ୍ରଫୁଲ୍ଲ କର, ଶିଳ୍ପପତି କୁମାର ମଙ୍ଗଳମ ବିର୍ଲା, ନବୀନ ଜିନ୍ଦଲ, ଗୀତା ମେହେତା ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply