ପ୍ରେରଣା: ଲକ୍ଷାଧିକ ଦରମାର ଚାକିରି ଛାଡ଼ି ଗୋସେବା କଲେ ୪ ଭାଇ-ଭଉଣୀ
ରାଜକୋଟ: ଗାଈମନଙ୍କର ସେବା କରିବା ପାଇଁ ଗୁଜୁରାଟର ଚାରି ସଂପର୍କୀୟ ଭାଇ-ଭଉଣୀ ଲକ୍ଷ ଲକ୍ଷ ଟଙ୍କାର ଚାକିରି ଛାଡି ଦେଇଛନ୍ତି । ନିଜର ତିନି ସଂପର୍କୀୟ ଭାଇ-ଭଉଣୀ ସହିତ ୨୦୧୭ରେ ଗୋଶାଳା ପାଇଁ ଚାକିରି ଛିଡି ଥିବା ଡାକ୍ତର ଶ୍ୟାମା ଗୋଂଦଲିୟାକୁ ତାଙ୍କ ମା-ବାପା ପଚାରିଥିଲେ ଯେ ତୁମେ କ’ଣ ଗାଈର ଗୋବର ଉଠାଇ ପାରିବ?
ଶ୍ୟାମାର ସଂପର୍କୀୟ ଭାଇ ଅଜୟ ପଟେଲ ଆଇଆଇଏମ ରାଂଚିରୁ ଶିକ୍ଷା ଲାଭ କରିଛନ୍ତି ଓ ନିର ସେହି ସ୍ୱପ୍ନ ପାଇଁ ସେ ଦେଶର ନାମୀ କଂପାନୀରୁ ବାର୍ଷିକ୧୮ ଲକ୍ଷ ଟଙ୍କା ଦରମା ପାଉଥିବା ଚାକିରି ଛାଡିଦେଇଛନ୍ତି । ଶ୍ୟାମାର ଅନ୍ୟ ଦୁଇ ଭାଇ ମୋହିତ ( ମେକାନାକାଲ ଇଂଜିନିୟର) ଓ ପ୍ରଶାନ୍ତ ପଟେଲ( ସଫ୍ଟୱେର ଇଂଜିନିୟର) ମଧ୍ୟ ଚାକିରି ଛାଡି ପ୍ରଥମେ ନିଜ ପରିବାରର ରାଗର ସାମ୍ନା କରିଥିଲେ ।
୧୫ ଏକର ଜାଗାରେ ଖୋଲିଲେ ଗୋଶାଳା
ଏହି ଚାରି ଜଣ ଗୋଶାଳା ଖୋଲିବାକୁ ମନସ୍ଥ କରିଥିଲେ । ଏହି ଚାରି ଜଣ ସୁରଟର କାଂକୋଟ ଗାଁରେ ୧୫ ଏକରର ଜାଗାରେ ଗୋଟିଏ ଗୋଶାଳା ଚଲାଉଛନ୍ତି । ଏମାନଙ୍କ ପାଖରେ ଗାଈମାନଙ୍କର ୨୫ ଦେଶୀ, ଯେଉଁମାନେ ଗୋଟିଏ ଦିନରେ ୧୫୦ ଲିଟର ପର୍ଯ୍ୟନ୍ତ କ୍ଷୀର ଦେଇଥାନ୍ତି ।
ପରିବାରକୁ ଚିନ୍ତା ଥିଲା ସାମାଜିକ ଚଳଣୀ
ଆଇଆଇଏମରୁ ସ୍ଟେଟିଜ ଓ ମାର୍କେଟିଙ୍ଗରେ ବିଶେଷତା ଲାଭ କରିଥିବା ଅଜୟ କୁହନ୍ତି, ‘ମୋର ପରିବାର ସାମାଜିକ ଚଳଣୀକୁ ନେଇ ବହୁତ ଚିନ୍ତିତ ଥିଲେ । ତାଙ୍କ ଅନୁସାରେ ଗୋଶଳା ଓ ଗାଈମାନଙ୍କ ପାଳନ କେବଳ ଗ୍ରାମୀଣ ପରିବେଶରେ ରହୁଥିବା ଲୋକମାନଙ୍କର କାମ ଅଟେ । ପ୍ରଥମ ଛଅ ମାସରେ ଏମାନେ କିଛି ବାଛି ଥିବା ଗ୍ରାହକଙ୍କୁ ନିଜର ବ୍ରାଣ୍ଡନାମ ଅନୁସାରେ ୧୨୫-୧୫୦ ଲିଟର ପର୍ଯ୍ୟନ୍ତ କ୍ଷୀର ବିକିଥିଲେ । ସେମାନେ ଆରମ୍ଭରୁ ଗୁଜୁରାଟର ଗୋଂଦଳ, ଜୁନାଗଢ ଓ ଭାବନଗରରୁ ପ୍ରାୟ ୨୫ ଗାଈ କିଣିଥିଲେ । ଏହା ପରେ ପୋରବନ୍ଦରରୁ ଗୋଟିଏ ବଳଦ କିଣିଥିଲେ ।ଏଥିରେ ଏମାନଙ୍କର ଖର୍ଚ୍ଚ ପ୍ରାୟ ୫୦ ଲକ୍ଷ ଟଙ୍କା ହୋଇଥିଲା ।
ନିଜର ଲକ୍ଷ ଲକ୍ଷ ଟଙ୍କାର ଚାକିରି ଛାଡି ଅିସିଥିବା ମୋହିତ କୁହନ୍ତି, ‘ସ୍ୱିରଜରଲାଣ୍ଡ ପରି ବିକଶିତ ଦେଶରେ ଲୋକମାନେ ଗୋଚର ଜମିର ମହତ୍ୱ ବୁଝିଛନ୍ତି । ଭାରତ ପାଖରେ ଗୋଚର ଜମିର ଅଭାବ ନାହିଁ ।