ଆଜି ମୋଦୀଙ୍କ ଶପଥ ଗ୍ରହଣ ସମାରୋହ, ୪ ରାଷ୍ଟ୍ରପତି, ୩ ପ୍ରଧାନମନ୍ତ୍ରୀ ଓ ୮୦୦୦ ଅତିଥି ରହିବେ ଉପସ୍ଥିତ

0 1,029

ନୂଆଦିଲ୍ଲୀ: ନରେନ୍ଦ୍ର ମୋଦୀ ଗୁରୁବାର ରାଷ୍ଟ୍ରପତି ଭବନରେ ସନ୍ଧ୍ୟା ୭ଟାରେ ୨ୟ ଥର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ । ତାଙ୍କର ଏହି ଶପଥ ଗ୍ରହଣ ସମାରୋହ ପାଇଁ ଭବ୍ୟ ଆୟୋଜନ କରାଯାଇଛି । ଏହି ଶପଥ ଗ୍ରହଣ ସମାରୋହରେ ୪ଟି ଦେଶର ରାଷ୍ଟ୍ରପତି, ୩ଟି ଦେଶର ପ୍ରଧାନମନ୍ତ୍ରୀ ଓ ଜଣେ ସ୍ୱତନ୍ତ୍ର ରାଜଦୂତ ସାମିଲ ହେବେ । ସେହିଭଳି ଭିଆଇପି ଅତିଥିଙ୍କ ସମେତ ପ୍ରାୟ ୮୦୦୦ ଅତିଥି ମୋଦୀଙ୍କର ଶପଥ ଗ୍ରହଣ ସମାରୋହରେ ଉପସ୍ଥିତ ରହିବେ ।
ପ୍ରଧାନମନ୍ତ୍ରୀ ମୋଦୀ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଠାରୁ ଗୋପନୀୟତାର ସହିତ ଶପଥ ଗ୍ରହଣ କରିବେ । ସମାରୋହରେ ମୋଦୀଙ୍କ ମନ୍ତ୍ରିମଣ୍ଡଳ ମଧ୍ୟ ଶପଥ ନେବେ । ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଓ କଂଗ୍ରେସ ଅଧ୍ୟକ୍ଷା ରାହୁଲ ଗାନ୍ଧୀ ସମେତ ରାଜ୍ୟ ଗୁଡ଼ିକର ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ମଧ୍ୟ ସମାରୋହରେ ଉପସ୍ଥିତ ରହିବେ । ସେହିଭଳି ସିନେମା, ଖେଳ ଜଗତ ଓ ସମାଜର ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଭୂମିକା ତୁଲାଇଥିବା ବ୍ୟକ୍ତିମାନେ ମୋଦୀଙ୍କ ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ ।

Leave A Reply