ଜୟପୁରରେ ପ୍ରଧାନମନ୍ତ୍ରୀ ମୋଦୀ କହିଲେ- ମୁଁ ଆପଣମାନଙ୍କ ପ୍ରଧାନ ସେବକ ଭାବେ କାମ କରିବାକୁ ପ୍ରସ୍ତୁତ ଅଛି

0 692

ଭୁବନେଶ୍ୱର: ମୋଦୀ କହିଛନ୍ତି, ମୁଁ ଆପଣମାନଙ୍କ ପ୍ରଧାନ ସେବକ ଭାବେ କାମ କରିବାକୁ ପ୍ରସ୍ତୁତ ଅଛି । ବିଗତ ୫ ବର୍ଷରେ ଆପଣମାନେ ମୋ ସହିତ ଯେମିତି ଅଛନ୍ତି, ଏଥି ପାଇଁ ଧନ୍ୟବାଦ ଜଣାଉଛି । ଦେଶବାସୀ ମୋତେ ଆର୍ଶୀବାଦ, ସହଯୋଗ ଦେଇ ନଥିଲେ, ଆଜି ଯେଉଁ କାମ କରୁଛି, ତାହା ହୋଇପାରି ନଥାନ୍ତା । ସେଥିପାଇଁ ମୁଁ ଓଡ଼ିଶା ତଥା ଦେଶବାସୀଙ୍କୁ ଧନ୍ୟବାଦ ଜଣାଉଛି । କୋରାପୁଟର ଜୟପୁର ଠାରେ ଅନୁଷ୍ଠିତ ବିଜୟ ସଂକଳ୍ପ ସମାବେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହା କହିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ଓଡ଼ିଶାର ୮ ଲକ୍ଷ ଲୋକଙ୍କୁ ଆବାସ ଯୋଜନାରେ ଘର ମିଳିଛି । ପ୍ରାୟ ୩ ହଜାର ଗାଁକୁ ବିଜୁଳି, ଉଜ୍ଜଳା ଯୋଜନାରେ ୪୦ ଲକ୍ଷ ଲୋକଙ୍କୁ ଗ୍ୟାସ ସଂଯୋଗୀ କରଣ କରାଯାଇ ପାରିଛି । ଏହି ସବୁ ପଛରେ ଆପଣଙ୍କ ସହଯୋଗ, ପ୍ରେରଣା ଏବଂ ସମର୍ଥନ ରହିଛି ବୋଲି ମୋଦୀ କହିଛନ୍ତି ।

ସମାବେଶରେ ପ୍ରଧାନମନ୍ତ୍ରୀ ବିଜୁ ଜନତା ଦଳ ଏବଂ ଓଡ଼ିଶା ସରକାରଙ୍କୁ ଟାର୍ଗେଟ କରିଛନ୍ତି । ମୋଦୀ କହିଛନ୍ତି, ଏହି ରାଜ୍ୟରେ ମଜବୁର ସରକାର ଚାଲିଛ । ୧୦ ପାଦ ଚାଲିବା ପାଇଁ ୧୦ ମିନିଟ ଲାଗୁଛି । ରାଜ୍ୟ ସରକାର ଜନତାଙ୍କୁ ଠକିଛନ୍ତି । ଦୀର୍ଘ ଦିନ ଧରି କ୍ଷମତାରେ ରହିବା ପରେ ଓଡ଼ିଶାର ଜନତାକୁ ଆବଶ୍ୟକ ସୁବିଧା ମିଳି ପାରି ନାହିଁ । ଦେଶବ୍ୟାପୀ ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ତଥା ଆୟୁଷ୍ମାନ ଯୋଜନା ଲାଗୁ କରାଯାଇଥିଲେ ମଧ୍ୟ ଓଡ଼ିଶାରେ ଏହି ଯୋଜନାକୁ ଲାଗୁ କରାଯାଇ ନାହିଁ । ଦେଶର ୧୭ କୋଟି ଜନତା ଆୟୁଷ୍ମାନ ଯୋଜନାରୁ ଉପକୃତ ହେଉଥିବା ବେଳେ ଓଡ଼ିଶାର ଜଣେ ବି ଜନତା ଏଥିରୁ ଲାଭ ପାଇପାରୁ ନାହାନ୍ତି । କାରଣ ଏଠିକାର ସରକାର ଗିବଙ୍କ ପାଇଁ କିଛି କିରିବାକୁ ଚାହୁଁ ନାହାନ୍ତି ।

ସରକାର କେବଳ ଗରିବ ଲୋକଙ୍କୁ ନୁହେଁ ଚାଷୀମାନଙ୍କୁ ମଧ୍ୟ ଠକୁଛନ୍ତି । ପ୍ରଧାନମନ୍ତ୍ରୀ କିଷାନ ଯୋଜନାରେ କେନ୍ଦ୍ର ସରକାର ୭୦ ହଜାର କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଏଥିରୁ ଓଡ଼ିଶାର ଚାଷୀ ଉପକୃତ ହେଉ ନାହାନ୍ତି । ଆପଣଙ୍କର ଚୌକିଦା ଆଦିବାସୀ ଅଂଚଳର ଜନତାଙ୍କ ପାଇଁ ସ୍ୱତନ୍ତ୍ର ଯୋଜନା କରିଛନ୍ତି । ଆଦିବାସୀ ଅଚଂଳରୁ ମିଳୁଥିବା ଖଣିଜ ସମ୍ବଳକୁ ଏଠାକାର ବିକାଶରେ ଲଗାଯିବ । ଓଡ଼ିଶାର ପରିବର୍ତ୍ତନ ହେବା ଦରକାର କି ନାହିଁ ତାହା ଜନତା ନିର୍ଣ୍ଣୟ ନିଅନ୍ତୁ ବୋଲି ମୋଦୀ କହିଛନ୍ତି ।

ବିଜୟ ସଂକଳ୍ପ ସମାବେଶକୁ ସମ୍ବୋଧନ କରିବା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ଶ୍ରୀଜଗନ୍ନାଥ, ଗୁପ୍ତେଶ୍ୱର, ମା’ ଗଙ୍ଗାଙ୍କୁ ମନେ ପକାଇଛନ୍ତି । ସେହିଭଳି ସହିଦ ଲକ୍ଷ୍ମଣ ନାୟକ ମନେପକାଇଛନ୍ତି । ଓଡ଼ିଆ ସଂସ୍କୃତିର ଚଇତି ପର୍ବ, ପଦ୍ମଶ୍ରୀ କମଳା ଦେବୀଙ୍କ ଠାରୁ ଆର୍ଶୀବାଦ ନେବା ପରେ ମୋଦୀ ଉତ୍ସାହିତ କହିଛନ୍ତି, କଳମାଙ୍କ ଆର୍ଶୀବାଦ କମଳ (ପଦ୍ମ)କୁ ମିଳିଗଲେ ଦେଶର ଉନ୍ନତି ଘଟିବ ।

ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଆରେ ଟୁଇଟ କରିଥିଲେ । ଅନ୍ୟପକ୍ଷରେ ମୋଦୀଙ୍କ ବିଜୟ ସଂକଳ୍ପ ରାଲିରେ ଅବିଭକ୍ତ କୋରାପୁଟ ଜିଲ୍ଲାର ହଜାର ହଜାର ସାଧାରଣ ଜନତା ଉପସ୍ଥିତ ହୋଇ ମୋଦୀ ମୋଦୀ ଶ୍ଲୋଗାନ ଦେଇଥିଲେ । ମୋଦୀଙ୍କ ଜନସମାବେଶରେ କୋରାପୁଟ ଲୋକସଭା ନିର୍ବାଚନ ମଣ୍ଡଳୀ ପାଇଁ ବିଜେପି ପ୍ରାର୍ଥୀ ଜୟରାମ ପାଙ୍ଗୀ, କୋରାପୁଟ, ଜୟପୁର ବିଧାନସଭା ଆସନର ବିଜେପି ପ୍ରାର୍ଥୀ ସମେତ ବରିଷ୍ଠ ନେତା, କର୍ମୀ ଓ ସମର୍ଥକ ଯୋଗଦେଇଥିଲେ । ସମାରୋହରେ ଗୁରୁବାର ବିଜେପିକୁ ଫେରିଥିବା ଚର୍ଚ୍ଚିତ ନେତା ବିଜୟ ମହାପାତ୍ର ମଂଚ ଉପରେ ଦେଖାଯାଇଥିଲେ ।

Leave A Reply