ନିର୍ବାଚନୀ ଇସ୍ତାହାର ଜାରି, ୭୫ ସଂକଳ୍ପ ନେଇ ଜନତାଙ୍କ ନିକଟରେ ପହଂଚିବ ବିଜେପି

0 857

ଭୁବନେଶ୍ୱର: ତିନି ଦିନ ପରେ ଅର୍ଥାତ ଏପ୍ରିଲ ୧୧ରୁ ଦେଶରେ ସାଧାରଣ ନିର୍ବାଚନଆରମ୍ଭ ହେବା ପୂର୍ବରୁ ଭାରତୀୟ ଜନତା ପାର୍ଟି ସେମାବାର ନିଜର ନିର୍ବାଚନୀ ଇସ୍ତାହାର ଜାରି କରିଛି । ବିଜେପି ଦେଶର ବିକାଶ ପାଇଁ ୭୫ଟି ସଂକଳ୍ପ ନେଇ ସାଧାରଣ ଜନତାଙ୍କ ପାଖକୁ ପହଂଚୁଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଓ କେନ୍ଦ୍ର ଗୃହମନ୍ତ୍ରୀ ଏହି ନିର୍ବାଚନୀ ଇସ୍ତାହାରକୁ ଜାରି କରିଛନ୍ତି । ନିର୍ବାଚନୀ ଇସ୍ତାହାର ଘୋଷଣା ପୂର୍ବରୁ ଅମିତ ଶାହା ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀଙ୍କୁ ଭେଟିଛନ୍ତି । ସେ ସଂକଳ୍ପ ପତ୍ର ଜାରି କରିବା ପୂର୍ବରୁ ମୋଦୀ ସରକାରଙ୍କ ଉପଲବ୍ଧି ଗୋଟି ଗୋଟି କରି ହିସାବ ଦେଇଛନ୍ତି । ଅମିତ ଶାହା କହିଛନ୍ତି ଯେ, ଦେଶର ୬ କୋଟି ଲୋକଙ୍କ ସହିତ ଚର୍ଚ୍ଚା କରିବା ପରେ ସଂକଳ୍ପ ପତ୍ର ପ୍ରସ୍ତୁତ କରାଯାଇଛି ।

ବର୍ଷ ୨୦୧୪ରେ ୟୁପିଏର ଶାସନ ପରେ ଦେଶର ବିକାଶ ରେଳଧାରଣାକୁ ଆଣିବା ପାଇଁ କଡା ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ପଡିଛି ବୋଲି ରାଜନାଥ ସିଂହ କହିଛନ୍ତି । ଆନେ ନୂତନ ଭାରତ ଗଢ଼ିବା ଦିଗରେ କାମ କରୁଛେ । ମୋଦୀଙ୍କ ନେତୃତ୍ୱରେ ଦେଶ ଆଗକୁ ବଢୁଛି । ରାଜନାଥ କହିଛନ୍ତି, ମୋତେ ସଂକଳ୍ପ ସମିତିର ଦାୟିତ୍ୱ ଦିଆଯାଇଥିଲା । ଆମେ ଏଥିରେ ଦେଶର ସବୁ ବର୍ଗର ଲୋକଙ୍କ ଅସୁବିଧାକୁ ସ୍ଥାନ ଦେଇଛୁ ।

ଅମିତ ଶାହା କହିଛନ୍ତି, ୨୦୨୨ରେ ୭୫ ସଂକଳ୍ପ ନେଇ ଆମେ ଲୋକଙ୍କ ନିକଟକୁ ପହଂଚିବୁ । ଆପଣମାନେ ଆମକୁ ଆଉ ଥରେ ଏକ ସୁଯୋଗ ଦିଅନ୍ତୁ । ଆମ ଲୋକମାନଙ୍କର ଭାବନା ସ୍ତର ବଦଳିଛି । ବର୍ଷ ୨୦୧୪ ରୁ ୨୦୧୯ ଯାଏଁ ଆପଣମାନଙ୍କ ଆଶା ଅନୁଯାୟୀ କାମ କରାଯାଇଛି । ଦେଶର ସୁରକ୍ଷା ଲାଗି ଅମେ ବଡ଼ ପଦକ୍ଷେପ ଉଠାଇଛୁ । ଆଜ ଭାରତକୁ ଯେ କେହିବି ଗୁରୁତର ସହିତ ନେଉଛନ୍ତି । ଶାହ କହିଛନ୍ତି, ବିଜେପି ୫ ବର୍ଷ ମଧ୍ୟରେ ୬୦ଟି ଜାତୀୟ ରାଜପଥ ନିର୍ମାଣ କରିଛି । ଏହି ସମୟ ଭିତରେ ଗୋଟିଏ ବି ଦୁର୍ନୀତି ହୋଇ ନାହିଁ ।

ବରିଷ୍ଠ ବିଜେପି ନେତା ଶାହା କହିଛନ୍ତି, ବିଗତ ୫ ବର୍ଷ ମଧ୍ୟରେ ଗରିବଙ୍କୁ ସୁବିଧା ଦେବା ପାଇଁ ଉଦ୍ୟମ କରାଯାଇଛି । ବିଦ୍ୟୁତ, ଶୌଚାଳୟ, ଗ୍ୟାସ, ଆବାସ ଓ ସ୍ୱାସ୍ଥ୍ୟ ସୁବିଧାରୁ ସାଧାରଣ ଜନତା ଉପକୃତ ହୋଇଛନ୍ତି । ସେହିପରି ୫୦ କୋଟି ଗରିବଙ୍କ ବିକାଶ ପାଇଁ ମୋଦୀ କାମ କରିଛନ୍ତି ।

Leave A Reply