ପୁଣି ବଢିଲା ତେଲ ଦର, ପେଟ୍ରୋଲ 100 ଛୁଇଁବ କି ?
ନୂଆଦିଲ୍ଲୀ: ଦେଶରେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ଅବ୍ୟାହତ ରହିଛିା ଆଜି ତେଲକମ୍ପାନିମାନେ ପୁଣି ଥରେ ତେଲ ଦର ବଢାଇଛନ୍ତିା ଏହି ବୃଦ୍ଧି ଫଳରେ ଦିଲ୍ଲୀରେ ପେଟ୍ରୋଲ ଦର ଲିଟର ପିଛା ଟ.79.51 ଓ ଡିଜେଲ ଦର ଟ.71.55 କୁ ବୃଦ୍ଧି ପାଇଛିା ସେହିପରି ମୁମ୍ବାଇରେ ପେଟ୍ରୋଲ ଦର ଟ.86.91 ଓ ଡିଜେଲ ଦର ଟ.75.96 କୁ ବୃଦ୍ଧି ପାଇଛିା ଭୁବନେଶ୍ବରରେ ପେଟ୍ରୋଲ ଓ ଡିଜେଲ ଲିଟର ପିଛା ଯ଼ଥାକ୍ରମେ ଟ.78.38 ଓ ଟ.76.77କୁ ବୃଦ୍ଧି ପାଇଛିା
ଗତ ଅଗଷ୍ଟ 16ତାରିଖରୁ ଦେଶରେ ପେଟ୍ରୋଲ ଓ ଡିଜେଲ ଦର ବଢିଚାଲିଛି ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ବୃଦ୍ଧି ଓ ଡଲାର ତୁଳନାରେ ଟଙ୍କାମୂଲ୍ୟ ହ୍ରାସ ପାଇ 71 ତଳକୁ ଖସିଯ଼ିବା ଫଳରେ ଭାରତର ତେଲ ଆମଦାନୀ ବ୍ୟୟ ବଢିଚାଲିଛିା ତେଲଦର ବୃଦ୍ଧି ଯ଼ୋଗୁଁ ଦେଶରେ ଜନ ଅସନ୍ତୋଷ ବଢିଚାଲିଥିବା ସତ୍ତ୍ବେ ସରକାର ତେଲ ଉପରୁ ଆଦାୟ କରୁଥିବା ଉତ୍ପାଦ ଶୁଳକ ହ୍ରାସ କରିବାକୁ ମନା କରିଦେଇଛନ୍ତିା ଉତ୍ପାଦ ଶୁଳକ ହ୍ରାସ କଲେ ସରକାରଙ୍କ ରାଜସ୍ବ କମିବା ଆଶଙ୍କା ରହିଛି, ଏହା ଫଳରେ ରାଜସ୍ବ ନିଅଣ୍ଟ ବଢିବାର ସମ୍ଭାବନା ରହିଛିା ଏହି କାରଣରୁ ସରକାର ଶୁଳକ ହ୍ରାସ ପାଇଁ ରାଜି ହେଉନାହାନ୍ତିା ଏଣୁ ଆଗାମୀ କିଛି ଦିନ ପର୍ଯ଼୍ୟନ୍ତ ଦେଶରେ ତେଲ ଶସ୍ତା ହେବାର ସମ୍ଭାବନା ନାହିଁା