କଟକ . – ମୋମୋ ଗେମ୍ ଖେଳି କଟକର ଜଣେ ଯୁବକ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । କଟକ ମାହାଙ୍ଗାର ଜଣେ ଯୁବକ ଏହି ଗେମ୍ ଖେଳିବା ପରେ ଆତ୍ମହତ୍ୟା କରିଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି ।
ଉମାକାନ୍ତ ନାମକ ଯୁବକ ମୋବାଇଲ୍ରେ ଅଧିକାଂଶ ସମୟ ଗେମ୍ ଖେଳିଥାଆନ୍ତି । ମଙ୍ଗଳବାର ରାତିରେ ତାଙ୍କ ମୋବାଇଲ୍କୁ ମୋମୋ ଗେମ୍ ଲିଙ୍କ ଆସିଥିଲା । ଏହାପରେ ସେ ଗେମ୍ ଖେଳି ଗାଁର କ୍ଲବ ଘରେ ରଶି ଲଗାଇ ଆତ୍ୟହତ୍ୟା କରିଥିବା ଅଭିଯୋଗ ହୋଇଛି । ଏହାପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।