ଭୁବନେଶ୍ୱର — ଅବସରପ୍ରାପ୍ତ ଶିକ୍ଷକ ଓ କର୍ମଚାରୀମାନଙ୍କ ବକେୟା ପେନ୍ସନ ମାମଲାର
ଆଶୁ ସମାଧାନ ପାଇଁ ଆସନ୍ତା ୧୫ତାରିଖରେ ପ୍ରତି ଜିଲ୍ଲାରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପେନ୍ସନ୍ ଅଦାଲତ ଅନୁଷ୍ଠିତ ହେବ । ଶିକ୍ଷକ ଓ କର୍ମଚାରୀମାନଙ୍କ ଅବସରକାଳୀନ ତଥ୍ୟ ଠିକ୍ଭାବେ ପଞ୍ଜୀକୃତ ହେଇ ନ ଥିବା ଓ ପେନ୍ସନ୍ କାଗଜପତ୍ର ଠିକ୍ ସମୟରେ କାର୍ଯ୍ୟାଳୟରେ ଦାଖଲ ହୋଇ ନ ଥିବାରୁ ପେନ୍ସନ୍ ମିଳିବାରେ ବିଳମ୍ବ ହେଉଥିବା ଜଣାପଡିଛି ।
ଏ ନେଇ ତୁରନ୍ତ ପଦକ୍ଷେପ ଗ୍ରହଣକ କରିବାକୁ ସମ୍ପୃକ୍ତ ଜିଲ୍ଲା ଶିକ୍ଷାଧିକାର ଓ ବ୍ଲକ ଶିକ୍ଷାଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି।