ସିସି ଟିଭି ସ୍କାନରରେ ଯୁକ୍ତଦୁଇ ପରୀକ୍ଷା କେନ୍ଦ୍ର – ଅଧ୍ୟାପକ ବି ନେଇ ପାରିବେନି ମୋବାଇଲ୍‌

0 1,712

ଭୁବନେଶ୍ୱର — ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତଦୁଇ ପରୀକ୍ଷା ଆରମ୍ଭ ହୋଇଛି । ଚଳିତ ବର୍ଷ ୧ ହଜାର ୧୪୩ଟି କେନ୍ଦ୍ରରେ ୩ ଲକ୍ଷ ୫୦ ହଜାର ୮୦୦ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି । ପରିଷଦର ନିର୍ଦ୍ଦେଶ ଅନୁସାରେ ପରୀକ୍ଷାରେ ଶାନ୍ତି ଶୃଙ୍ଖଳା ଏବଂ ସ୍ୱଚ୍ଛତା ଆଣିବା ପାଇଁ ଏଥର ସମସ୍ତ ପରୀକ୍ଷା କେନ୍ଦ୍ରରେ ସି.ସି.ଟି.ଭି. କ୍ୟାମେରା ଲଗାଯାଇଛି ।

ତେବେ ପରୀକ୍ଷା କେନ୍ଦ୍ରକୁ କୌଣସି ପରୀକ୍ଷାର୍ଥୀ, ଅଧ୍ୟାପକ ଏବଂ ଅନ୍ୟାନ୍ୟ ପଦାଧିକାରୀ ମୋବାଇଲ୍‍ ଫୋନ୍‍ ନେବା ଉପରେ କଟକଣା ଜାରି କରାଯାଇଛି ।। ଏପରିକି ପରୀକ୍ଷାର୍ଥୀ ଶୌଚାଳୟକୁ ଯିବା ସମୟରେ ସାଙ୍ଗରେ ପ୍ରଶ୍ନପତ୍ର ସାଙ୍ଗରେ ନେଇପାରିବେ ନାହିଁ ବୋଲି ପରିଷଦ ପକ୍ଷରୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି । ଚଳିତ ମାସ ୨୮ତାରିଖରେ ପରୀକ୍ଷା ଶେଷ ହେବ ବୋଲି ଜଣାପଡିଛି ।

Leave A Reply