ପାଟଣାଗଡ ବୋମା ବିସ୍ଫୋରଣର ପର୍ଦ୍ଦାଫାଶ କରିଥିବା ଅରୁଣ ବୋଥ୍ରା ଆରମ୍ଭ କଲେ ପରୀ ହତ୍ୟା ଘଟଣାର ତଦନ୍ତ

0 367

ନୟାଗଡ଼ ଜିଲ୍ଲା ଯଦୁପୁର ଗ୍ରାମରେ ସଂଗଠିତ ବହୁ ଚର୍ଚ୍ଚିତ ଶିଶୁକନ୍ୟା ପରୀ ହତ୍ୟାକାଣ୍ଡର ହାଇକୋର୍ଟ ନିରୀକ୍ଷଣରେ ତଦନ୍ତ କରିବା ନିମନ୍ତେ ଏସଆଇଟି ଟିମ୍‌ ଏଠାରେ ଆସି ପହଞ୍ଚିଛନ୍ତି ।

ଏହି ଟିମର ୪ଜଣ ସଦସ୍ୟ ପ୍ରଥମେ ଆସି ଏଠାରେ ଥିବା ସର୍କିଟ ହାଉସରେ ରହିଥିଲେ । ପବରର୍ତ୍ତୀ ସମୟରେ ଟିମର ମୁଖ୍ୟ ଏ.ଡ଼ି.ଜି ଅରୁଣ ବୋଥ୍ରା ଆସି ଏଠାରେ ପହଞ୍ଚିବା ପରେ ସର୍କିଟ ହାଉସଠାରେ ଘଟଣା ସଂକ୍ରାନ୍ତରେ ନୟାଗଡ଼ ଏସ୍‌.ପି.ଙ୍କ ସମେତ ଅନ୍ୟ ବରିଷ୍ଠ ପୁଲିସ ଅଧିକାରୀମାନଙ୍କ ସହିତ ବିଚାର ବିମର୍ଷ ଏବଂ ଆଲୋଚନା କରିଥିଲେ ।

ପରବର୍ତ୍ତୀ ସମୟରେ ଶ୍ରୀ ବୋଥ୍ରା ସଦଳବଳେ ପରୀର ଗ୍ରାମ ଯଦୁପୁରକୁ ଯାଇ ସେଠାରେ ତାର ପିତାମାତାଙ୍କ ସହ ଆଲୋଚନା କରିବା ସହିତ ପରୀର ମୃତ ଶରୀର ପଡ଼ିଥିବା ଗାଡ଼ିଆ ବୁଲି ଅନୁଧ୍ୟାନ କରିଥିଲେ । ଏହି ଘଟଣା ସମ୍ପର୍କରେ ବିଭିନ୍ନ ଦିଗରୁ ତଦନ୍ତ କରାଯିବ ବୋଲି ଶ୍ରୀ ବୋଥ୍ରା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

Leave A Reply