//ଖଟିରୁ ଶୁକ୍ଳା// ପୂର୍ବତନ ଆଇଏଏସ ଅଧିକାରୀ ଭି. କେ. ପାଣ୍ଡିଆନ ଭେନେଜୁଏଲାର ଭୂକମ୍ପ ପ୍ରଭାବିତ ଅଞ୍ଚଳ ଗସ୍ତ କରି ସେଠାର କାର୍ଯ୍ୟନିର୍ବାହୀ ରାଷ୍ଟ୍ରପତି ଡେଲ୍ସି ରୋଡ୍ରିଗେଜଙ୍କୁ ସାକ୍ଷାତ କରିବା କଥା କଅଣ ସତ କି ବୋଲି ଆଜି ଖଟିରେ ଯଦୁ ଭାଇ ପଚାରିଲେ l
ଉତ୍ତରରେ ବାବୁଲି ଭାଇ କହିଲେ ବିଭିନ୍ନ ଜାତୀୟ ଗଣମାଧ୍ୟମରୁ ଯାହା ଜଣା ପଡୁଛି ଏହା ଶତ ପ୍ରତିଶତ ସତ l ଏହି ସାକ୍ଷାତକାର ସମୟରେ ପାଣ୍ଡିଆନ ଓଡ଼ିଶାର ବିପର୍ଯ୍ୟୟ ପରିଚାଳନା ସମ୍ପର୍କିତ ଅଭିଜ୍ଞତା ବାଣ୍ଟିଥିଲେ। ବିଶେଷକରି ଉଦ୍ଧାର କାର୍ଯ୍ୟ, ରିଲିଫ୍, ପୁନର୍ବାସ ଏବଂ ଦୀର୍ଘମିଆଦି ବିପର୍ଯ୍ୟୟ ନିବାରଣ ବ୍ୟବସ୍ଥା ବିଷୟରେ ସେ ଆଲୋଚନା କରିଥିଲେ। ରିପୋର୍ଟ ଅନୁଯାୟୀ, ଏହି ଅନୁଭୂତି ବିନିମୟକୁ ଡେଲ୍ସି ରୋଡ୍ରିଗେଜ୍ ପ୍ରଶଂସା କରିବା ସହିତ ଭେନେଜୁଏଲା ଓ ଓଡ଼ିଶା ଗୁରୁତର ବିପର୍ଯ୍ୟୟ ପରେ ସାମ୍ନା କରୁଥିବା ଚ୍ୟାଲେଞ୍ଜଗୁଡ଼ିକ ମଧ୍ୟରେ କିଛି ସାମଞ୍ଜସ୍ୟ ଥିବା କଥା ଉଲ୍ଲେଖ କରିଥିଲେ l ଏଭଳି ଅନେକ ଲୋକ ଥିବା ବେଳେ ପାଣ୍ଡିଆନଙ୍କ ସହିତ ଏନେଇ କଥା ହେବାକୁ ସେ କାହିଁକି ଉଚିତ ମନେ କଲେ ବୋଲି ପଚାରିବାରୁ ସେ କହିଲେ ବିପର୍ଯ୍ୟୟ ପରିଚାଳନାରେ
ବାତ୍ୟା ପୂର୍ବ ପ୍ରସ୍ତୁତି, ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରଣ, ଉଦ୍ଧାର କାର୍ଯ୍ୟ ଏବଂ ବିପର୍ଯ୍ୟୟ ପରବର୍ତ୍ତୀ ପୁନର୍ବାସ କ୍ଷେତ୍ରରେ ଓଡିଶା ଆନ୍ତର୍ଜାତୀୟ ସ୍ତରରେ ପ୍ରଶଂସିତ ହୋଇପାରିଥିଲା। ପାଣ୍ଡିଆନ ତାଙ୍କର କାର୍ଯ୍ୟକାଳରେ ରାଜ୍ୟ ପ୍ରଶାସନ ସହ ଘନିଷ୍ଠ ଭାବେ ଜଡ଼ିତ ଥିବାରୁ, ଭେନେଜୁଏଲାର ଅଧିକାରୀମାନେ ଭୂକମ୍ପ ପରବର୍ତ୍ତୀ ପରିସ୍ଥିତିରେ ଓଡ଼ିଶାର ଅନୁଭବ ବିଷୟରେ ଜାଣିବାକୁ ଆଗ୍ରହୀ ହୋଇଥାଇପାରନ୍ତିl ଆଇଏଏସ ସେବାରୁ ଅବସର ନେବାପରେ ଯଦିଓ ସେ ସକ୍ରିୟ ରାଜନୀତିରୁ ମଧ୍ୟ ଦୂରରେ ଅଛନ୍ତି, ତଥାପି ସାର୍ବଜନିକ ପ୍ରଶାସନ ଓ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ତାଙ୍କର ଦୀର୍ଘ ଅଭିଜ୍ଞତା ରହିଥିବା କାରଣରୁ ତାଙ୍କୁ ଆଲୋଚନା ପାଇଁ ଆମନ୍ତ୍ରଣ କରାଯାଇଥାଇପାରେ।
ପାଣ୍ଡିଆନ ନିଜ ସୋସିଆଲ ମିଡିଆରେ ଏହି ଗସ୍ତର ଫଟୋ ଓ ଭିଡିଓ ମଧ୍ୟ ପୋଷ୍ଟ କରିଛନ୍ତି l ଏ ସମ୍ପର୍କରେ ଦେଶରେ ଅନେକ ଲୋକଙ୍କର ଅନୁଭୂତି ରହିଥିବା ବେଳେ ସେ ପାଣ୍ଡିଆନଙ୍କୁ ଡାକି କଥା ହେବାର କାରଣ କଅଣ ବୋଲି ପଚାରିବାରୁ ସେ କହିଲେ ଡେଲ୍ସି ରୋଡ୍ରିଗେଜ୍ ୨୦୨୬ ଜୁନ୍ ମାସରେ ଭାରତ ଗସ୍ତରେ ଆସି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଅନ୍ୟ ମନ୍ତ୍ରୀମାନଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିଥିଲେ। ହୁଏତ ମୋଦି ଏନେଇ ପାଣ୍ଡିଆନଙ୍କ ସହିତ କଥାବାର୍ତ୍ତା କରିବାକୁ କହିଥାଇ ପାରନ୍ତି l ଏଇଟା ବେଶୀ ବିଶ୍ୱାଯୋଗ୍ୟ ବୋଲି ମନେ ହେଉଛି l କିନ୍ତୁ ପାଣ୍ଡିଆନ ଭାରତର କୌଣସି ସରକାରୀ ପ୍ରତିନିଧି ଦଳର ସଦସ୍ୟ ଥିଲେ କିମ୍ବା ତାଙ୍କୁ କୌଣସି କୂଟନୈତିକ ଦାୟିତ୍ୱ ଦିଆଯାଇଥିଲା ବୋଲି ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ, ବିଦେଶ ମନ୍ତ୍ରଣାଳୟ କିମ୍ବା ଭାରତ ସରକାର ପକ୍ଷରୁ ଏପର୍ଯ୍ୟନ୍ତ ଏଭଳି କୌଣସି ସରକାରୀ ବିବୃତ୍ତି ପ୍ରକାଶ ପାଇନାହିଁ l
କିଛି ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ପାଣ୍ଡିଆନ ଏବଂ ଭେନେଜୁଏଲାର ନେତୃତ୍ୱଙ୍କ ମଧ୍ୟରେ ସତ୍ୟସାଇ ବାବାଙ୍କ ପ୍ରତି ଥିବା ସାଧାରଣ ଶ୍ରଦ୍ଧା ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା। ଏହା ଉଭୟଙ୍କ ମଧ୍ୟରେ ସଦ୍ଭାବର ଏକ ବ୍ୟକ୍ତିଗତ ଦିଗ ହୋଇପାରେ ବୋଲି କହିଥିଲେ l(ଖଟି)
Comments are closed, but trackbacks and pingbacks are open.