ପବିତ୍ର କାର୍ତ୍ତିକ ମାସର ବଡ ଏକାଦଶୀ ତିଥିରେ ବୁଧବାର ଠାରୁ ପଞ୍ଚକ ବ୍ରତର ଶୁଭାରମ୍ଭ ହୋଇଛି । ଆଜି ଚତୁଃମାସିଆ ବ୍ରତ ଉଦ୍ଯାପନ ହେଉଛି । ଏକାଦଶୀ ଠାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ ୫ ଦିନକୁ ବକ ପଞ୍ଚକ ବା ଭୀଷ୍ମ ପଞ୍ଚକ ଭାବେ ବ୍ରତ କରାଯାଏ । ଏଥର ୨୫ ବର୍ଷ ପରେ ପଞ୍ଚକ ୬ ଦିନ ପଡୁଥିବାରୁ ଶ୍ରୀଜୀଉମାନଙ୍କୁ ନାଗାର୍ଜ୍ଜୁନ ବେଶରେ ସଜ୍ଜିତ କରାଯିବ । ଆଜି ଶ୍ରୀମନ୍ଦିରରେ ଅବକାଶ ନୀତି ଶେଷ ହେବାପରେ ସେବକମାନେ ଶ୍ରୀଜୀଉମାନଙ୍କୁ ଲକ୍ଷ୍ମୀନାରାୟଣ ବେଶରେ ସଜ୍ଜିତ କରିଥିଲେ । ଆସନ୍ତା ୨୭ ତାରିଖରେ ହେବାକୁ ଥିବା ନାଗାର୍ଜ୍ଜୁନ ବେଶ ଦର୍ଶନ ଲାଗି କୌଣସି ଭକ୍ତଙ୍କୁ ଶ୍ରୀମନ୍ଦିର ଭିତରକୁ ପ୍ରବେଶ ଲାଗି ଛଡା ଯିବ ନାହିଁ । ନାଗାର୍ଜ୍ଜୁନ ବେଶ ଶେଷ ହେବାପରେ ବେଶ ସାମଗ୍ରୀ ସବୁକୁ ଶ୍ରୀମନ୍ଦିର ସଂଗ୍ରହାଳୟରେ ରଖାଯିବ । ଅଣସେବକ ବେଶରେ ଯେପରି କେହି ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିନପାରିବେ, ସେଥିଲାଗି ଶ୍ରୀମନ୍ଦିର ଚତୁଃପାଶ୍ୱର୍ରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ନିମନ୍ତେ ଛତିଶା ନିଯୋଗ ବୈଠକରେ ସ୍ଥିର କରାଯାଇଛି ବୋଲି ବୋଲି ମୁଖ୍ୟ ପ୍ରଶାସକ ଡାଃ କ୍ରୀଷନ କୁମାର କହିଛନ୍ତି ।