କରୋନା ମହାମାରୀ ସମୟରେ ଚଳିତ ବର୍ଷର ଦଶମ ଓ +2 ପରୀକ୍ଷା ସମ୍ପର୍କରେ ଏକ ସ୍ୱତନ୍ତ୍ର ଜାତୀୟ ମାର୍ଗଦର୍ଶିକା ଜାରି କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି । ଏହି ଦୁଇଟି ପରୀକ୍ଷା ପାଇଁ ସ୍ପଷ୍ଟ ମତାମତ ଦେବାକୁ ସେ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି । କାରଣ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ଏହାକୁ ନେଇ ଦ୍ୱନ୍ଦ୍ୱରେ ଅଛନ୍ତି ବୋଲି ଶ୍ରୀ ପଟ୍ଟନାୟକ ଚିଠିରେ ଉଲ୍ଲେଖ କରିଛନ୍ତି । ବୋର୍ଡ ପରୀକ୍ଷା ପାଇଁ ସମୟ ନିର୍ଘଣ୍ଟ ବା ଟାଇମ୍ ଫ୍ରେମ୍ ପ୍ରସ୍ତୁତ କରିବାକୁ ଅନୁରୋଧ କରିଛନ୍ତି । ସମସ୍ତ ଉଚ୍ଚତର ଶିକ୍ଷା ଇ