କଟକ ଜିଲ୍ଲାର ଅନ୍ୟତମ ପ୍ରସିଦ୍ଧ ଶୈବପୀଠ ତଥା ଆଠଗଡ଼ରେ ଥିବା ଧବଳେଶ୍ୱରଙ୍କ ବଡ଼ଓଷା ଓ ପଞ୍ଚକ ଯାତ୍ରା କରୋନା କଟକଣା ମଧ୍ୟରେ ପାଳନ କରାଯାଉଛି । ଧବଳେଶ୍ୱରଙ୍କ ଏହି ପ୍ରସିଦ୍ଧ ଯାତ୍ରାରେ ପୂର୍ବବର୍ଷ ଗୁଡ଼ିକରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିରହିଥାଏ । ତେବେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ଧବଳେଶ୍ୱର ପୀଠକୁ ଶ୍ରଦ୍ଧାଳୁମାନଙ୍କ ଆସିବା ଉପରେ ରୋକ ଲଗାଯାଇଛି । ଗତକାଲି ରାତିରୁ ଧବଳେଶ୍ୱର ପୀଠ ଓ ଏହାର ଆଖପାଖ ଅଞ୍ଚଳରେ ୧୪୪%ାରା ଜାରି କରାଯାଇଛି । ମନ୍ଦିର ସମେତ ସମ୍ପୂର୍ଣ୍ଣ ପୀଠରେ ମୋଟ ୧୧ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି । କରୋନା କଟକଣା ଓ ବିନା ଭକ୍ତରେ ଏଥର ବଡ଼ଓଷା ଓ ପଞ୍ଚକ ଯାତ୍ରା ଅନୁଷ୍ଠିତ ହେବ । ବିଧି ମୁତାବକ ଠାକୁରଙ୍କ ସମସ୍ତ ନୀତିକାନ୍ତି କରାଯିବ ।