ଓଡିଶାରେ ପଡିବ ନାହିଁ ବାତ୍ୟା ନିଭାରର ପ୍ରଭାବ

0 615

ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର ଓ ଏହାର ଆଖପାଖରେ ସୃଷ୍ଟି ହୋଇଥିବା ଲଘୁଚାପ ବାତ୍ୟାର ରୂପ ନେଇଛି । ତେବେ ଏହାର ଓଡ଼ିଶା ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ । ଆଜି ମାଲକାନଗିରି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ନୟାଗଡ଼, ଗଞ୍ଜାମ, ଗଜପତି, ପୁରୀ ଏବଂ ଖୋର୍ଦ୍ଧା ଜିଲ୍ଲାର କେତେକ ସ୍ଥାନରେ ସାମାନ୍ୟ ବର୍ଷାର ସମ୍ଭାବନା ରହିଛି । ଅନ୍ୟପକ୍ଷରେ ରାଜ୍ୟରେ ଶୀତର ପ୍ରକୋପ ବୃଦ୍ଧିପାଇବାରେ ଲାଗିଛି । ଦାରିଙ୍ଗ୍‍ବାଡ଼ିର ସର୍ବନିମ୍ନ ତାପମାତ୍ରା ୮.୫ଡିଗ୍ରୀ ସେଲସିୟସ୍‍ ରହିଛି । ସେହିପରି ସୁବର୍ଣ୍ଣପୁରର ସର୍ବନିମ୍ନ ତାପମାତ୍ରା ୯.୪ ଡ୍ରିଗୀ ସେଲସିୟସ୍‍ ରେକର୍ଡ କରାଯାଇଛି । ରାଜ୍ୟର ୧୩ଟି ସହରର ତାପମାତ୍ରା ୧୫ ଡିଗ୍ରୀ ସେଲସିୟସ୍‍ ତଳେ ରହିଛି ।

Leave A Reply