ବିଶ୍ୱାସମୁଖ୍ୟ ଖବରସତ-ମିଛ କାହିଁକି ଆଗକାଳରେ ସୂର୍ଯ୍ୟାସ୍ତ ପରେ ଓ ମଙ୍ଗଳବାରରେ ନଖ ଓ ଚୁଟି କାଟିବାକୁ ଅଶୁଭ କହୁଥିଲେ! By odishanext Last updated Apr 2, 2018 0 887 Share ମଙ୍ଗଳବାରରେ ବାଳ ନକାଟିବା ପୂର୍ବେ ଭାରତରେ ଅଧିକ ସଂଖ୍ୟାରେ କୃଷକ ଥିଲେ। ଶନିବାରରୁ ରବିବାର ପର୍ଯ୍ୟନ୍ତ ସପ୍ତାହଯାକ ଏମାନେ କ୍ଷେତରେ କାମ କରୁଥିଲେ। ସୋମବାର ଥିଲା କୃଷକଙ୍କ ବିଶ୍ରାମ ଦିନ। ଏହିଦିନ ସେମାନେ ଘର ପରିଷ୍କାର, ଲୁଗା ସଫା କରିବା ସହ ବାଳ କାଟୁଥିଲେ। ତେଣୁ ମଙ୍ଗଳବାର ଧୋବା କିମ୍ବା ବାରିକଙ୍କ କାମ ପ୍ରାୟତଃ କିଛି ନଥିଲା। ତେଣୁ ସେମାନେ ମଙ୍ଗଳବାର ଖିଅର କରୁ ନଥିଲେ। ସେହିଦିନଠାରୁ ମଙ୍ଗଳବାର ବାଳ ନକାଟିବା ଏକ ପରମ୍ପରା ଭାବେ ରହି ଆସିଛି। ସୂର୍ଯ୍ୟାସ୍ତ ପରେ ନଖ ଓ ଦାଢି ନକାଟିବା ପୂର୍ବେ ବିଜୁଳି ନଥିଲା। ସେତେବେଳେ ସୂର୍ଯାସ୍ତ ପୂର୍ବରୁ ନଖ କିମ୍ବା ଦାଢି କଟା ଯାଉଥିଲା। ଯେଉଁମାନେ ଅନ୍ଧାରରେ ବା ସ୍ୱଳ୍ପ ଆଲୁଅରେ ନଖ ଓ ଦାଢି କାଟୁଥିଲେ ଅସାବଧାନତା ବଶତଃ କଟିଯିବାରୁ ଅନେକଙ୍କ ପ୍ରଚୁର ରକ୍ତ ବୋହୁଥିଲା ଓ କେତେକ ମରି ଯାଉଥିଲେ। ପରବର୍ତ୍ତୀ ସମୟରେ କିଛି ଲୋକ ଏହା ଅତୃପ୍ତ ଆତ୍ମାର କାର୍ଯ୍ୟ ବୋଲି ଭାବିଲେ। ରାତିହେଲେ ଏହି ଅତୃପ୍ତ ଆତ୍ମା ରକ୍ତ ଓ ମାଂସ ଖାଇବା ଆଶାରେ ବିଚରଣ କରୁଥିଲେ ବୋଲି ସେମାନେ ବିଶ୍ୱାସ କରୁଥିଲେ। ସେହିଦିନୁ ଅତୃପ୍ତ ଆତ୍ମାଙ୍କ ଭୟରେ ଦିନ ବେଳା ଦାଢି ଓ ନଖ କଟାଯାଇ ଆସୁଥିବା କୁହାଯଏ । ମାତ୍ର ଏହା ଏକ ଅନ୍ଧ ବିଶ୍ୱାସ 0 887 Share