କେଦାର ନାଥରେ ବାୟୁସେନାର ହେଲିକାପ୍ଟର ଦୁର୍ଘଟଣା ହେଲେ ବଞ୍ଚିଗଲେ ସମସ୍ତେ

କେଦାର ନାଥରେ ବାୟୁସେନାର ହେଲିକାପ୍ଟର ଦୁର୍ଘଟଣା ହେଲେ ବଞ୍ଚିଗଲେ ସମସ୍ତେ

0 459

ନୂଆଦିଲ୍ଲୀ:  କେଦାରନାଥ ମନ୍ଦିର ନିକଟରେ  ସେନାର ଏକ ଏମ୍‌ଆଇ-୧୭ ହେଲିକାପ୍ଟରଟି ଖସି ପଡିଛି । ମାତ୍ର ଏଥିରେ ଥିବା ପାଇଲଟଙ୍କ ସହ ସମସ୍ତ ସେନା କର୍ମଚାରୀ ବଞ୍ଚିଯାଇଛନ୍ତି ଷ

କେଦାରନାଥ ମନ୍ଦିର ନିକଟରେ ହେଲିକାପ୍ଟରଟି ଅବତରଣ କରୁଥିଲା । ଏତିକି ବେଳେ ସୁରକ୍ଷ ପାଇଁ ଦିଆଯାଇଥିବା ଲୁହା ବାଡ ସହ  ହେଲି କାପ୍ଟରଟି ମାଡ ହୋଇଥିଲା । ସେହିଠାରେ ହେଲିକାପ୍ଟର ଓଲଟି ପଡିଥିଲା । ଏହାର ଚକ ଉପରକୁ ଓ ପଙ୍କା ତଳକୁ ଥିଲା  । ପୁଲିସ ଓ ସେନା ପକ୍ଷରୁ ତୁରନ୍ତ ଘେରା କରାଯାଇ ଆହତମାନଙ୍କୁ ଉଦ୍ଧାର କରାଯାଇଥିଲା ମାତ୍ର ହେଲିକାପ୍ଟରରେ ଥିବା ୬ ଜଣ ପାଇଲଟ କର୍ମଚାରୀ ଆହତ ହୋଇଛନ୍ତି । ସମସ୍ତଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏବେ ଏହି ଦୁର୍ଘଟଣାର ତଦନ୍ତ ନିର୍ଦେଶ ଦିଆଯାଇଛି । ଏଥିରେ ଥିବା ୬ ଜଣ ଆହତ ହୋଇଛନ୍ତି ।

Leave A Reply