ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ଆଇନ୍‍ ୨୦୨୦ ହାଇକୋର୍ଟରେ କାଏମ

0 168

ଓଡ଼ିଶା ବିଶ୍ୱ ବିଦ୍ୟାଳୟ ସଂଶୋଧନ ଆଇନ୍‍ ବୈଧତାକୁ ଚ୍ୟାଲେଞ୍ଜ କରି ଦାୟର ହୋଇଥିବା ମାମଲାରେ ହସ୍ତକ୍ଷେପ କରିବାକୁ ହାଇକୋର୍ଟ ମନା କରିଦେଇଛନ୍ତି । ଏଥିସହିତ ଏ ସମ୍ପର୍କିତ ମାମଲାକୁ ହାଇକୋର୍ଟ ଅଗ୍ରାହ୍ୟ କରିଦେଇଛନ୍ତି । ଫଳରେ ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ଆଇନ୍‍ ୨୦୨୦ ହାଇକୋର୍ଟରେ କାଏମ ରହିଛି । ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ୍‍ ମୁରଲୀଧର ଓ ଜଷ୍ଟିସ ଆଦିତ୍ୟ କୁମାର ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଗତ ଡିସେମ୍ବର ୨୧ରେ ଏ ସମ୍ପର୍କିତ ସମସ୍ତ ମାମଲାର ଏକତ୍ର
ଶୁଣାଣି ଶେଷକରି ରାୟ ସଂରକ୍ଷିତ ରଖିଥିଲେ ।

ସମ୍ବିଧାନରେ ଥିବା ବ୍ୟବସ୍ଥା ଅନୁଯାୟୀ ବିଶ୍ୱବିଦ୍ୟାଳୟ ସଂଶୋଧନ ଆଇନ୍‍ ପ୍ରଣୟଣ ହୋଇଛି ବୋଲି ହାଇକୋର୍ଟ ମତଦେବା ସହିତ ଏ ପ୍ରସଙ୍ଗରେ ହସ୍ତକ୍ଷେପ କରିବାକୁ ମନା କରିଛନ୍ତି । ସୂଚନାଯୋଗ୍ୟ ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ଆଇନ୍‍କୁ ରବ୍ଦ କରିବା ପାଇଁ କୁଞ୍ଜବିହାରୀ ପଣ୍ଡା ଓ ଅଜିତ୍‍ କୁମାର ମହାନ୍ତିଙ୍କ ପକ୍ଷରୁ ୨୦୨୦ରେ ହାଇକୋର୍ଟରେ ପୃଥକ୍‍ ଆବେଦନ ଦାୟର କରାଯାଇଥିଲା ।

Leave A Reply