ରାଜ୍ୟରେ ମାଟ୍ରିକ ଓ ଯୁକ୍ତ-୨ ପରୀକ୍ଷା ଯଥା ସମୟରେ ହେବ ବୋଲି ସ୍କୁଲ ଓ ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି । ତେଣୁ ଏଥିପାଇଁ
ପରୀକ୍ଷାର୍ଥୀମାନେ ପ୍ରସ୍ତୁତ ରହିବା ଲାଗି ସେ ପରାମର୍ଶ ଦେଇଛନ୍ତି । ଗତ କିଛିଦିନର ସ୍ଥିତିକୁ ଲକ୍ଷ୍ୟ କଲେ ରାଜ୍ୟର କରୋନା ସଂକ୍ରମଣ ହ୍ରାସ ପାଉଥିବା
ଦେଖିବାକୁ ମିଳିଛି । ଏଣୁ ସଠିକ୍ ସମୟରେ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା କରିବାକୁ ବିଭାଗ ପ୍ରସ୍ତୁତ ହେଉଥିବା ମନ୍ତ୍ରୀ ଶ୍ରୀ ଦାଶ କହିଛନ୍ତି । ସଠିକ
ସମୟରେ ପରୀକ୍ଷା କରାଇବା ଓ ଫଳ ପ୍ରକାଶ କରିବାକୁ ବିଭାଗ ଆଶାବାଦୀ ରହିଛି । କେବଳ ବିଶେଷ ପରିସ୍ଥିତିରେ ଅନ୍ୟ କୌଣସି ନିଷ୍ପତ୍ତି
ନିଆଯାଇପାରେ ବୋଲି ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ।
Sign in
Sign in
Recover your password.
A password will be e-mailed to you.